ବିରଳ ଅସ୍ତ୍ରୋପଚାର ! ‘ଜିଭ’ କବଳରୁ ନବଜାତ ଶିଶୁର ଜୀବନ ଫେରାଇ ଆଣିଲେ ଡାକ୍ତର

70

ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁର ଅଂଚଳରେ । ଯେଉଁଠି ଏକ ବିସ୍ମୟକର ନବଜାତ ଶିଶୁକୁ ନେଇ ଚର୍ଚ୍ଚା । କାରଣ ଶିଶୁଟି ତ ଜନ୍ମ ହୋଇଛି ସତ ମାତ୍ର ସେ ଦେଖିବାକୁ ଗୋଟେ ସାଧାରଣ ଶିଶୁଠାରୁ ସଂପୂର୍ଣ୍ଣ ଭିନ୍ନ । କଥା ଟା ହେଲା, ଶିଶୁଟିର ଜିଭ ତାର ମୁହଁଠାରୁ ଖୁବ୍ ବଡ । ତେବେ ପ୍ରଥମେ ଶିଶୁଟିର ଜୀବିତ ରହିବାକୁ ନେଇ ଡାକ୍ତର ମଧ୍ୟ ଆଶା ଛାଡିଦେଇଥିଲେ ମାତ୍ର ପରେ ଏହାର ଅପରେସନ କରି ଛୋଟ କରି ଦିଆଯାଇଛି ।

ଘଟଣା ଟି ହେଲା, ନିକଟରେ ମଧ୍ୟପ୍ରଦେଶର ଜବଲପୁର ଅଂଚଳରେ ଅପରାଜିତା ଲୋଧା ନାମକ ଏକ ନବଜାତ ଶିଶୁ ଜନ୍ମ ହୋଇଛି । ଯାହାର ଜିଭ ସାଧାରଣତଃ ବହୁତ ବଡ । ପ୍ରଥମେ ଶିଶୁଟିର ଏଭଳି ଜିଭକୁ ଦେଖି ଡାକ୍ତର ମଧ୍ୟ ଚକିତ ହୋଇଯାଇଥିଲେ । ଡାକ୍ତରଙ୍କ କହିବା କଥା ହେଲା, ଶିଶୁଟି ମିକ୍ରୋଗ୍ଲିସିୟା ନାମକ ରୋଗରେ ପୀଡିତ । ଏବଂ ମା’ ପେଟରୁ ହିଁ ଶିଶୁଟି ଏହି ରୋଗରେ ଆକ୍ରାନ୍ତ । ଯାହାଦ୍ୱାରା ହିଁ ଶିଶୁଟିର ଜିଭ ଅସାମାନ୍ୟଠାରୁ ଅଧିକ ବଡ ରହିଛି ।

ଖାଲି ସେତିକି ନୁହେଁ, ବଡ ଜିଭ ହେତୁ ଶିଶୁଟିର ମୁହଁ ସଂପୂର୍ଣ୍ଣ ରୂପେ ଆଦୃତ ହେବା ସହ କୌଣସି କାମ କରିିବା ପାଇଁ ପିଲାଟି ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିବ । ଏପରିକି ଶିଶୁଟି ବେଶି ଦିନ ବଂଚିବା ଅସମ୍ଭବ ଅଟେ । ମାତ୍ର କିଛିଦିନ ପରେ ଡାକ୍ତରଙ୍କ ଏକ ଦଳ ଅପରାଜିତାର ଜିଭ ଅପରେସନ କରିବା ପାଇଁ ନିଷ୍ପତି ନେଲେ । ଜନ୍ମର ୪ ଦିନ ପରେ ହିଁ ଅପରାଜିତାର ଜିଭରେ ବଢିଥିବା ଟ୍ୟୁମରର ଅପରେସନ କରାଯାଇଥିଲା । ତେବେ ଦୀର୍ଘ ୨ ଘଂଟା ଧରି ଅପରେସନ ପରେ ଜିଭରୁ ଟ୍ୟୁମରକୁ ବାହାର କରାଯାଇଥିଲା । ବର୍ତ୍ତମାନ ଅପରାଜିତା ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ।