ଶରୀରର ଅଙ୍ଗଭଙ୍ଗିରୁ ଚାର୍ଜ ହେବ ମୋବାଇଲ୍ ଏବଂ ଅନ୍ୟାନ୍ୟ ଉପକରଣ ! ଜାଣନ୍ତୁ କିପରି . . .

46

ସାଧାରଣତଃ କୌଣସି ଦୂର ସ୍ଥାନକୁ ଯାତ୍ରା କଲା ସମୟରେ ସବୁଠାରୁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଥାଏ ମୋବାଇଲ ଫୋନ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଗୁଡିକୁ ଚାର୍ଜ କରିବା । ହେଲେ ଏଣିକି ଆପଣଙ୍କର ଏହି ସମସ୍ୟା ଆଉ ରହି ନପାରେ । କାରଣ ଶରୀରର ଅଙ୍ଗଭଙ୍ଗିରୁ ଚାର୍ଜ ହେବ ଆପଣଙ୍କ ମୋବାଇଲ । ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଏହା ସତ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଯେଉଁ ଟେକନିକ୍ ସଂପର୍କରେ ଜଣାଇବାକୁ ଯାଉଛ ତା ଦ୍ୱାରା ଆପଣଙ୍କର ଏହି ସମସ୍ୟା ସଂପୂର୍ଣ୍ଣ ଭାବେ ଦୂର ହୋଇପାରେ । ସବଠାରୁ ବଡ କଥା ହେଲା ଏଥିପାଇଁ ଆପଣଙ୍କୁ ନା କୌଣସି ଚାର୍ଜର ଆବଶ୍ୟକତା ପଡିବ ନା ହିଁ କୌଣସି ବ୍ୟାଟେରୀ ଏବଂ ନା ହିଁ ଅନ୍ୟ କୌଣସି ଉପକରଣ । ଆପଣ ଆପଣଙ୍କର ଗ୍ୟାଜେଟକୁ ଯେତେବେଳେ ଚାହିଁବେ ସେତେବେଳେ ଅତି ସହଜରେ ଚାର୍ଜ କରିପାରିବେ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ।

ନିକଟରେ ବୈଜ୍ଞାନିକମାନେ ଧାତୁ ନିର୍ମିତ ଏକ ଛୋଟ ଟ୍ୟାବକୁ ବିକଶିତ କରିବାରେ ସଫଳତା ହାସଲ କରିଛନ୍ତି, ଯାହାକି ମଣିଷ ଶରୀରର ଗତିବିଧିରୁ ହିଁ ବିଜୁଳି ଉତ୍ପନ୍ନ କରିପାରିବ । ତେବେ ମଣିଷ ଶରୀର ହେଉଛି ଅପାର ଶକ୍ତିର ଭଣ୍ଡାର । ଆମେରିକା ସ୍ଥିତ ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ ବଗ୍ଧ ଈଙ୍କଲଲବକ୍ଷକ୍ଟର ବୈଜ୍ଞାନିକ ମାନେ ମଣିଷ ଶରୀରର ଶକ୍ତିକୁ ହିଁ ଆଧାର କରିପେଭଳି ଏକ ଟ୍ୟାବକୁ ବିକଶିତ କରିଛନ୍ତି । ଯେତେବେଳେ ବି କୌଣସି ବସ୍ତୁ ଅନ୍ୟ କୌଣସି ବସ୍ତୁ ସଶ୍ପର୍ଶରେ ଆସିବ ସେତେବେଳେ ତା ଭିତରେ ଚାର୍ଜ ହୋଇ ଟ୍ରାଇବୋ-ଇଲେକ୍ଟ୍ରିସିଟି ଉତ୍ପନ୍ନ କରିଥାଏ । ତେବେ ଟ୍ରାଇବୋ-ଇଲେକ୍ଟ୍ରିସିଟି ପ୍ରଭାବର ବ୍ୟବହାର କରୁଥିବା ନାନୋ ଜେନେରେଟରକୁ ତିଆରି କରିବା କଷ୍ଟକର ହେବା ସହିତ ମହଙ୍ଗା ମଧ୍ୟ ହୋଇଥାଏ । ମାତ୍ର ବୈଜ୍ଞାନିକମାନେ ନିର୍ମାଣ କରିଥିବା ଏହି ଉପକରଣରଟି ଏସବୁ ସମସ୍ୟାଗୁଡିକର ସମାଧାନର ରାସ୍ତା ଖୋଜି ବାହାର କରିଛି । ଏହି ଟ୍ୟାବରୁ ସୁନାର ଦୁଇଟି ପୃଷ୍ଠର ମଧ୍ୟରେ ସିଲିକନରୁ ତିଆରି ହୋଇଥିବା ପୋଲିମର ପୋଲିଡାଇମିଥାଇଲିସିଲେକ୍ସନ ତଥା ପିଡିଏମଏସକୁ ଲଗା ଯାଇଛି ।

ଏହାର ଗୋଟିଏ ପୃଷ୍ଠକୁ ଏଭଳି ଭାବରେ ଟଣା ଯାଇଛି, ଯାହା ଏକ ଛୋଟ ପର୍ବତ ଶ୍ରେଣୀ ଭଳି ଦୃଶ୍ୟମାନ ହୋଇଥାଏ । ଏଥିରେ ଶରୀରର କୌଣସି ବି ଅଙ୍ଗଭଙ୍ଗୀ ତଥା ଆଙ୍ଗୁଳିକୁ ମୋଡିବା ବା ଦ୍ୱାରା ହିଁ ଶକ୍ତି ମିଳିଥାଏ ଏବଂ ପିଡିଏମଏସର ମଧ୍ୟରେ ଘର୍ଷଣ ଉତ୍ପନ୍ନ ହୋଇଥାଏ । ଏହାଦ୍ୱାରା ସୁନାର ପରସ୍ତ ମଧ୍ୟରେ ଇଲେକ୍ଟ୍ରୋନର ପ୍ରଭାବ ଦ୍ରୁତ ହେବା ଦ୍ୱାରା ଇଲେକ୍ଟ୍ରିସିଟି ଉତ୍ପନ୍ନ ହୋଇଥାଏ । ପାଖାପାଖି ୧.୫ ସେଂଟିମିଟର ଲମ୍ବା ବିଶିଷ୍ଟ ଏବଂ ଏକ ସେମି ଚୌଡା ଟ୍ୟାବରୁ ୧୨୪ ଭୋଲ୍ଟର ବିଜୁଳି ଉତ୍ପନ୍ନ ହୋଇଥାଏ । ଏତିକି ଶକ୍ତିରୁ ଖାଲି ସ୍ମାର୍ଟଫୋନ କାହିଁକି ବରଂ ଲାଲ ରଙ୍ଗର ୪୮ ଏଲଇଡି ଲାଇଟକୁ ମଧ୍ୟ ଏକାସାଥିରେ ଜଳାଇପାରିବେ ।