ହୁସିଆର୍ ! ୧୫ ମଇ ରାତିରେ ପୃଥିବୀର ବହୁ ନିକଟ ଦେଇ ଗତି କରିପାରେ ଏକ ଭୟଙ୍କର ଆଷ୍ଟ୍ରଏଡ । ଜାଣନ୍ତୁ କଣ ରହିପାରେ ଏହାର ପ୍ରଭାବ

55

ମହାକାଶରେ ଘୁରିବୁଲୁଥିବା ‘ଆଷ୍ଟ୍ରଏଡ (କ୍ଷୁଦ୍ରଗ୍ରହ)୨୦୧୦ ଡବ୍ଲୁସି-୯’ ଆସନ୍ତା ୧୫ ତାରିଖ ତଥା ମଙ୍ଗଳବାର ରାତି ପାଖାପାଖି ୧୧ଟା ୫ରେ ପୃଥିବୀର ଖୁବ୍ ନିକଟରେ ଗତି କରିବ । ୧୩୦ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷୁଦ୍ରଗ୍ରହ ପୃଥିବୀଠାରୁ ମାତ୍ର ୧୨୬ ମାଇଲ ଦୂରରେ ଗତି କରିବ ।

ଚିନ୍ତାର ବିଷୟ ହେଲା କି,ଦୀର୍ଘ ୩୦୦ ବର୍ଷ ପରେ ଆସୁଥିବା ଏହି କ୍ଷୁଦ୍ରଗ୍ରହ ପ୍ରଥମ ଥର ପାଇଁ ପୃଥିବୀର ଏତେ ନିକଟରେ ଗତିକରିବ । ଏହି ସମୟରେ ଏହାର ଗତି ଘଂଟା ପ୍ରତି ରହିବ ପାଖାପାଖି ୨୮,୦୦୦ମାଇଲ । ତେବେ ଏସଂପର୍କରେ ମହାକାଶ ଉପରେ ଗବେଷଣା କରୁଥିବା ୱେବସାଇଟ୍ ୱିକଫ୍ୟାକ୍ଟର୍ସ ଡଟ୍ କମରେ ଦର୍ଶାଯାଇଛି ।

ମହାକାଶରେ ସ୍ୱତନ୍ତ୍ର ରୂପରେ ଘୁରିବୁଲୁଥିବା ଏହି କ୍ଷୁଦ୍ରଗ୍ରହ ଏବେ ନିରୀକ୍ଷଣ ବାହାରେ ରହିଛି । କୁହାଯାଉଛି କି, ଏହା ନଷ୍ଟ ହୋଇଯାଇଥିଲା କିନ୍ତୁ ପୁଣି ଥରେ ଏହି ଗ୍ରହଟିକୁ ଦେଖିବାକୁ ମିଳିଛି । ଆମେରିକାର ଏକ ସର୍ଭେ ସଂସ୍ଥା ଏହି କ୍ଷୁଦ୍ରଗ୍ରହଟିକୁ ୩୦ ନଭେମ୍ବର, ୨୦୧୦ରେ ପୁଣି ଥରେ ଠାବ କରିଥିଲା ଆଉ ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ।