ସ୍ମାର୍ଟଫୋନ ଉପରେ ୮ ହଜାର ଟଙ୍କାର କ୍ୟାସବ୍ୟାକ୍ ଅଫର ! ଜାଣନ୍ତୁ କେଉଁ ଫୋନ ଉପରେ ମିଳୁଛି କେତେ ରିହାତି

58

ଯଦି ଆପଣ ମଧ୍ୟ ସ୍ମାର୍ଟଫୋନ କିମ୍ବା ସ୍ମାର୍ଟ ଟିଭି କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅତି ଶସ୍ତାରେ ଯୋଗାଇଦେବ ଇ-କମର୍ସ କଂପାନୀ ଆମାଜନ । କାରଣ, ଆରମ୍ଭ ହୋଇଛି ଆମାଜନରେ ସାମସଙ୍ଗ କାର୍ଣ୍ଣିଭାଲ । ଯାହାକି ୫ ମାର୍ଚ୍ଚରୁ ୮ ମାର୍ଚ୍ଚ ଯାଏଁ ଚାଲିବ । ଏହି ସେଲରେ ଟିଭି ଏବଂ ସ୍ମାର୍ଟଫୋନ ସମେତ ସାମସଙ୍ଗର ଅନେକ ପ୍ରଡକ୍ଟ ଉପରେ ବି ଏକ ବଡ ରକମର ରିହାତି ମିଳୁଛି । ତେବେ ଆସନ୍ତୁ ଜାଣିବା ଏହି ସେଲରେ ସ୍ମାର୍ଟଫୋନ ଉପରେ କେତେ ରିହାତି ମିଳୁଛି ।

ସାମସଙ୍ଗ ଗାଲାକ୍ସି ଏ୮ ପ୍ଲସ୍

ଏହି ଫୋନକୁ ଆପଣ ୪ ହଜାର ଟଙ୍କାର କ୍ୟାସବ୍ୟାକ ସହିତ ମାତ୍ର ୨୮, ୯୯୦ ଟଙ୍କାରେ କିଣିପାରିବେ । ଯାହାର ବାସ୍ତବ ମୂଲ୍ୟ ରହିଛି ୩୨, ୯୯୦ ଟଙ୍କା । ତେବେ ଏହି କ୍ୟାସବ୍ୟାକ୍ ଅଫରଟି ଆମାଜନ ପେରେ ଉପଲବ୍ଧ । ଏଥିସହିତ ହିଁ କ୍ୟାସବ୍ୟାକର ଏହି ଅଫରଟି କ୍ୟାସ ଅନ ଡେଲିଭରିରେ ଉପଲବ୍ଧ ନୁହେଁ । ଏଠାରେ ଆମେ କହି ରଖୁଛୁ କି, ଗାଲାକ୍ସି ଏ୮ ପ୍ଲସ ସାମସଙ୍ଗର ପ୍ରଥମ ଫୋନ, ଯାହାର ଫ୍ରଂଟରେ ଦୁଇଟି କ୍ୟାମେରା ରହିଛି । ଏଥିରେ ୬ ଜିବି ରାମ ମଧ୍ୟ ଉପଲବ୍ଧ ।

ସାମସଙ୍ଗ ଅନ୭ ପ୍ରୋ

ଏହି ଫୋନକୁ ଆପଣ ଆମାଜନରେ ୨,୫୦୦ଟଙ୍କାର କ୍ୟାସବ୍ୟାକରେ କିଣିପାରିବେ । ଏହି ଫୋନରେ ୧୩ ମେଗାପିକ୍ସଲର ରିୟର କ୍ୟାମେରା, ୫ ମେଗାପିକ୍ସଲର ଫ୍ରଂଟ କ୍ୟାମେରା , ୨ ଜିବି ରାମ ଏବଂ ୧୬ ଜିବିର ଷ୍ଟୋରେଜ ମିଳୁଛି ।

ସାମସଙ୍ଗ ଗାଲାକ୍ସି ନୋଟ୍-୮

ଏହି ଫୋନ ଉପରେ ୮ ହଜାର ଟଙ୍କାର କ୍ୟାସବ୍ୟାକ ମିଳୁଛି । ଏହି କ୍ୟାସବ୍ୟାକ ପରେ ଏହି ଫୋନର ଦାମ ମାତ୍ର ୫୯,୯୦୦ଟଙ୍କା ହୋଇଯିବ । ଯେବେକି ଏହାର ବାସ୍ତବ ମୂଲ୍ୟ ହେଉଛି ୯୭,୯୦୦ଟଙ୍କା । ଏହି ଫୋନରେ ୧୨ ପ୍ଲସ ୧୨ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୮ ମେଗାପିକ୍ସଲର ଫ୍ରଂଟ କ୍ୟାମେରା ରହିଛି ।

ସାମସଙ୍ଗ ଗାଲାକ୍ସି ଅନ ୭ପ୍ରାଇମ

ଏହି ଫୋନ ଉପରେ ମିଳୁଛି ୨ ହଜାର ଟଙ୍କାର କ୍ୟାସବ୍ୟାକ୍ ଅଫର । କ୍ୟାସବ୍ୟାକ୍ ପରେ ଏହି ଫୋନକୁ ଆପଣ ମାତ୍ର ୧୦,୯୯୦ଟଙ୍କାରେ କିଣିପାରିବେ । ଏହି ଫୋନରେ ୧୩ ମେଗାପିକ୍ସଲର ରିୟର ଏବଂ ଫ୍ରଂଟ କ୍ୟାମେରା ରହିଛି । ଏଥିରେ ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ମିଳିବ ।