ଚାକିରି ଛାଡିଲେ କର୍ମଚାରୀଙ୍କୁ ମିଳିବ ସାଢେ ୩ ଲକ୍ଷ ଟଙ୍କା । ହେଲେ ଗୋଟିଏ ସର୍ତ୍ତରେ । ଜାଣନ୍ତୁ କେଉଁ କଂପାନୀ ଓ କାହିଁକି ଦେଉଛି ଏଭଳି ସୁବିଧା

59

କୌଣସି ବି କଂପାନୀ ନିଜ କର୍ମଚାରୀମାନଙ୍କୁ ଚାକିର ଛାଡିବା ପାଇଁ ପ୍ରୋତ୍ସାହିତ କରିନଥାନ୍ତି । ଦକ୍ଷ ତଥା କୁଶଳି ତଥା ଅଭିଜ୍ଞ କର୍ମଚାରୀମାନଙ୍କୁ ନିଜ ସାଥିରେ ରଖିବାକୁ ସବୁବେଳେ କଂପାନୀମାନେ ଚେଷ୍ଟିତ ଥାଆନ୍ତି । କିନ୍ତୁ ଏହି ମାମଲାରେ ଇ-ରିଟେଲର କଂପାନୀ ତଥା ଆମାଜନର ଟିକିଏ ଭିନ୍ନ ଚିନ୍ତାଧାରା ରଖିଛି ।

ଆମାଜନ ପ୍ରତିବର୍ଷ ଗୋଟିଏ ପ୍ରୋଗ୍ରାମ କରିଥାଏ । ଯାହାର ନାଁ ରହିଛି ‘ପେ ଟୁ କ୍ୱିଟ୍’ । ଏହି କାର୍ଯ୍ୟକ୍ରମ ଅନୁସାରେ, କଂପାନୀ ଆପଣଙ୍କୁ ଚାକିରି ଛାଡିବା ପାଇଁ ୫ ହଜାର ଡଲାର (ପାଖାପାଖି ୩.୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ଅଫର କରିଥାଏ । ସେହିପରି ଏହି ଅଫରକୁ ଗ୍ରହଣ କରିବା ସହିତ ହିଁ ଆପଣଙ୍କ ଉପରେ ଏକ ପ୍ରତିବନ୍ଧକ ମଧ୍ୟ ଲାଗିଯାଇଥାଏ । ଯଦି ଆପଣ କଂପାନୀର ଏହି ଅଫରଟିରେ ରାଜି ହୋଇଯାଆନ୍ତି ତେବେ ଆପଣ ଏହାପରେ ତଥା ଭବିଷ୍ୟତରେ କେବେ ଆମାଜନ ସହିତ କାମ କରିପାରିବେ ନାହିଁ ।ସିଏନବିସିର ଏକ ରିପୋର୍ଟ ଅନୁସାରେ, ଆମାଜନର ଏହି କାର୍ଯ୍ୟକ୍ରମ କଂପାନୀର ଫୁଲଫିଲମେଂଟ ସେଂଟରରେ କାମ କରୁଥିବା ଫୁଲ୍ ଟାଇମ କର୍ମଚାରୀମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ପ୍ରତିବର୍ଷ ଥରେ ଲେଖାଏଁ ଏହି କାର୍ଯ୍ୟକ୍ରମଟି କରାଯାଇଥାଏ । ଏହି ସମୟରେ କର୍ମଚାରୀଙ୍କୁ କୁହାଯାଇଥାଏ କି,ଯଦି ଆପଣ କଂପାନୀ ଛାଡିବାକୁ ଚାହୁଛନ୍ତି ତେବେ ଆପଣ ଟଙ୍କା ନେଇ ଛାଡି ପାରିବେ । ସେହିପରି, କଂପାନୀର ଏହି ଅଫରର ଲାଭ କେବଳ କଂପାନୀରେ ବର୍ଷେରୁ ଅଧିକ ଦିନ କାମ କରୁଥିବା କର୍ମଚାରୀମାନେ ହିଁ ପାଇପାରିବେ ।

ତେବେ କଂପାନୀର କହିବା କଥା ହେଲା କି, ଆମେ ଆମାଜନରେ ସେହିମାନଙ୍କୁ ହିଁ ରଖିବାକୁ ଚାହୁଁଛୁ , ଯେଉଁମାନେକି ନିଜ ଇଚ୍ଛାରେ ରହିବାକୁ ଏଠାରେ କାମ କରିବାକୁ ଚାହୁଁଛନ୍ତି । କାରଣ ଯଦି କୌଣସି କର୍ମଚାରୀର ଆମାଜନରେ କାମ କରିବାକୁ ଇଚ୍ଛା ନଥାଏ ତେବେ ଏଭଳି କର୍ମଚାରୀ ଆମ ସଂସ୍ଥା ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । କଂପାନୀର ଏହି ଅଫରର ଶୁଭାରମ୍ଭ କର୍ମଚାରୀଙ୍କର କଂପାନୀରେ ବର୍ଷେ ପୁରିଯିବା ପରେ ହୋଇଥାଏ । ପ୍ରଥମ ଅଫର ୨ ହଜାର ଡଲାର (ପାଖାପାଖି ୧.୩୬ ଲକ୍ଷ ଟଙ୍କା) ହୋଇଥାଏ । ଏହାପରେ ଏଥିରେ ପ୍ରତିବର୍ଷ ୧୦୦୦-୧୦୦୦ ଡଲାର ଲେଖାଏଁ ବୃଦ୍ଧି ପାଇଥାଏ । ଯେଉଁଥିରେ ସର୍ବାଧିକ ୫ ହଜାର ଡଲାରର ଅଫର କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ ।

ପେ ଟୁ କ୍ୱିଟ୍ ନାମକ ଏହି ପ୍ରୋଗ୍ରାମର ଆରମ୍ଭ ସର୍ବ ପ୍ରଥମେ ଅନଲାଇନ ସୁ ରିଟେଲର ଜାପୁସ କରିଥିଲେ । ଆମାଜନରେ ୨୦୦୯ରେ ଏହି ପ୍ରୋଗ୍ରାମଙ୍କୁ ଲାଗୁ କରିଥିଲେ । ଜୈଫ ବେଜୋସ ୨୦୧୪ରେ ସେୟାରହୋଲ୍ଡର୍ସକୁ ଲେଖିଥିବା ଚିଠିରେ ଏହି ପ୍ରୋଗ୍ରାମ ସଂପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ କି, ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ ହେଲା କି କର୍ମଚାରୀମାନଙ୍କୁ ଏହା ନିଷ୍ପତି ନେବାକୁ ସହଯୋଗ କରିବ କି ସେ ପ୍ରକୃତରେ କଣ ଚାହୁଛନ୍ତି ।