ଆମାଜନର ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସେଲ : ସ୍ମାର୍ଟଫୋନ୍ ଉପରେ ୪୦ପ୍ରତିଶତ ରହାତି, ୯୦ଜିବି ଡାଟା

56

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପର୍ବକୁ ଲୋକମାନେ ଖୁବ ଆଗ୍ରହ ଓ ଉତ୍ସାହରେ ଅପେକ୍ଷା କରି ରହିଥାଆନ୍ତି । ଦୀପାବଳିକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନି ସେମାନଙ୍କ ବୈଦ୍ୟୁତିକ ଉପକରଣ ଉପରେ ରିହାତି ଅଫର ବି ପ୍ରଦାନ କରିଥାଆନ୍ତି । ଲୋକମାନେ ଦୀପାବଳିରେ ଫୋନଠାରୁ ଆରମ୍ଭ କରି ଟିଭି, ଲାପଟପ୍ ଆଦି ବିଭିନ୍ନ ପ୍ରକାର ବୈଦ୍ୟୁତିକ ସାମଗ୍ରୀ ଘରକୁ ଆଣିବା ପାଇଁ ମନ ବଳାଇ ଥାଆନ୍ତି ।

ତେଣୁ ଆମାଜନ ଦୀପାବଳିକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୧୩ ରାତି ୧୨ଟାରୁ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଆରମ୍ଭ କରିବ । ଏହି ଅଫର ଜରିଆରେ ଗ୍ରାହକ ସ୍ମାର୍ଟଫୋନ୍ କିଣିଲେ ଖାସ୍ ଅଫର ମାନ ମିଳିବ । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ସ୍ମାର୍ଟଫୋନ୍, ଟିଭି, ଲାପ୍ଟପ୍ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ କରାଯାଇଛି । ଷ୍ଟେଟ ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାଡରେ ସପିଂ କଲେ ୧୦ପ୍ରତିଶତର କ୍ୟାସବ୍ୟାକ ମିଳିବ । ସେହିପରି କୌଣସି ଗ୍ରାହକ ଯେକୌଣସି ସାମଗ୍ରୀ ଆମାଜନର ପେମେଣ୍ଟ ଓ୍ଵାଲେଟରେ ଆମାଜନ୍ ପେରୁ ଟଙ୍କା ପୈଠ କଲେ ୫୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଦିଆଯିବ।

ଉପରୋକ୍ତ ଅଫର ବ୍ୟତୀତ ଆମାଜନରେ ଗ୍ରେଟ ଇଣ୍ଡିଆନ୍ ସେଲରେ ଏକ୍ସଚେଞ୍ଜ ଅଫର ବି ମିଳିବ। ଅର୍ଥାତ୍ ଆପଣ ଆପଣଙ୍କ କୌଣସି ବି ସ୍ମାର୍ଟଫୋନ୍ ଦେଇ ଆମାଜନରୁ ନୂତନ ସ୍ମାର୍ଟଫୋନ୍ କିଣି ପାରିବେ । ଏତଦବ୍ୟତୀତ ଯଦି ଆପଣଙ୍କ ପାଖରେ କ୍ରେଡିଟ କାର୍ଡ ଅଛି, ତେବେ ଏହି କ୍ରେଡିଟି କାର୍ଡ ଜରିଆରେ ଫୋନ୍ କିଣନ୍ତି ତେବେ ଆପଣଙ୍କୁ ନୋ କଷ୍ଟ ଇଏମଆଇର ବି ଅଫର ଦିଆଯିବ । ଏଥିସହିତ କେତେକ ଫୋନ୍ ସହିତ ଆଇଡିଆ ବ୍ୟବହାରକାରୀଙ୍କୁ ୬୪ଜିବି ଡାଟା, ଭୋଡାଫୋନ୍ ଗ୍ରାହକଙ୍କୁ ୭୫ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମିଳିବ । ସେହିପରି ରିଲାଏନ୍ସ ବ୍ୟବହାରକାରୀଙ୍କୁ ମଧ୍ୟ ୯୦ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ପ୍ରଦାନ କରିବାର ଯୋଜନା ରଖାଯାଇଛି ।

ମୋବାଇଲ ଏକ୍ସସେସରିଜ ଉପରେ ବି ମିଳିବ ୮୦ପ୍ରତିଶତ ରିହାତି । ଲାପଟପ୍ ଉପରେ ୨୦,୦୦୦ଟଙ୍କା, ପାଓ୍ଵାରେ ବ୍ୟାଙ୍କ ଉପରେ ୬୫ ପ୍ରତିଶତ ରିହାତି ରହିଛି । ମୋବାଇଲ କଭର ଉପରେ ୮୦ପ୍ରତିଶତ ଓ ବ୍ଲୁଟୁଥ ହେଣ୍ଡସେଟରେ ୨୦ ପ୍ରତିଶତ, ହେଡଫୋନ୍ ଓ ସ୍ପିକର ଉପରେ ୬୦ ପ୍ରତିଶତ ଛାଡ କରାଯାଇଛି । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଅଫର ଜରିଆରେ ଟିଭି କିଣିଲେ ବି ମିଳିବି ୪୦ପ୍ରତିଶତ ପର୍ଯ୍ୟନ୍ତ ରିହାତି । ଏତଦବ୍ୟତୀତ ଷ୍ଟୋରେଜ ଡିଭାଇସ ଉପରେ ୫୦ପ୍ରତିଶତ ଓ ଭିଡିଓ ଗେମ୍ ଉପରେ ଓ ନେଟଓ୍ଵାର୍କଂ ଡିଭାଇସ ଉପରେ ୬୦ପ୍ରତିଶତ ରିହାତି ରଖାଯାଇଛି । ସେହିପରି ଆମାଜନ ବେସକ୍ସ ପ୍ରଡକ୍ଟରେ ବି ୬୦ପ୍ରତିଶତ ଛାଡ଼ କରାଯାଇଛି । ରିଲାଏନ୍ସ ଜିଓ ଫାଇ ଡିଭାଇସକୁ ୯୯୯ଟଙ୍କାରେ ଗ୍ରାହକ କିଣି ଆମାଜନ ଅଫରର ଲାଭ ଉଠାଇ ପାରିବେ ।

କେବଳ ଏତିକ ନୁହେଁ, ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ରିୟୋମି-ରେଡମି, ଲେନୋଭୋ, ଆପେଲ, ଏଲଜି, ଓ୍ଵାନପ୍ଲସ, ଏଚପି, ଡେଲ, ଟାଇଟନ, ସାମସଙ୍ଗ ଓ ଫାଷ୍ଟ୍ରାକ୍ ଭଳି କମ୍ପାନିଙ୍କ ପ୍ରଡକ୍ଟ ଉପରେ ବି ଅଫର ପ୍ରଦାନ କରାଯାଇଛି । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ଆମାଜନ ଫାୟର ଟିଭି ଷ୍ଟିକ୍ ଉପରେ ବି ରିହାତି ରହିଛି । ଆମଜନ ଆପରେ ସକାଳ ୮ଟାରୁ ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ଗୋଲଡେନ୍ ଆଓ୍ଵାର ଡିଲସ୍ ବି ହେବ । ଏଥିସହିତ ଏହି ଅଫରରେ ଧନ ଧନତିରସ ଅଫର ଓ ୪୯୯ ଟଙ୍କାର ଚୁକ୍ତିକୁ ବି ଯୋଡ଼ା ଯାଇଛି ।