ଅଭିଶପ୍ତ ଜୀବନ ପାଲଟିଛି କିନ୍ନର ସମାଜ ! ଜାଣନ୍ତୁ ଏମାନଙ୍କ ସଂପର୍କରେ କେତୋଟି ରହସ୍ୟମୟୀ କଥା

144

ଏକ ଅଧ୍ୟୟନରୁ ଜଣା ପଡିଛି ସଂମଗ୍ର ଭାରତ ବର୍ଷରେ ପାଖାପାଖି ୨୦ ଲକ୍ଷରୁ ଅଧିକ କିନ୍ନର ଅଛନ୍ତି । ତେବେ ମନୁଷ୍ୟ ରୂପରେ ଜନ୍ମ ନେଇଥିଲେ ମଧ୍ୟ କିନ୍ନରଙ୍କୁ ଏକ ଅଭିଶପ୍ତ ଜୀବନ କଟାଇବାକୁ ବାଧ୍ୟ କରାଯାଇଥାଏ । ସେମାନଙ୍କୁ ସମାଜରେ ଏକ ଭିନ୍ନ ଦୃଷ୍ଟିରେ ଦେଖିବା କାରଣରୁ ତାଙ୍କ ମନୋବଳ ଭାଙ୍ଗି ଯାଇଥାଏ । କାରଣ ତାଙ୍କ ପାଖରେ ନା ରୋଜଗାର ବ୍ୟବସ୍ଥା ରହିଛି ନା କୌଣସି ପରିବାର । ତେବେ ଆଜି ଆମେ କିନ୍ନର ସମାଜ ସହ ଜଡିତ କିଛି ଏଭଳି ରୋଚକ ତଥ୍ୟ ସଂପର୍କରେ ଜଣାଇବୁ ଯାହା ଆପଣଙ୍କୁ କେବେ ଜଣା ନଥିବ ।

• ଯଦି ସେମାନଙ୍କ ସମାଜରେ କୌଣସି କିନ୍ନରର ମୃତ୍ୟୁ ଘଟେ ତେବେ ତା’ର ଅନ୍ତିମ ସଂସ୍କାର ରାତ୍ର ସମୟରେ ତଥା ଗୋପନୀୟ ଭାବେ କରାଯାଇଥାଏ ।

• ଆପଣ ଜାଣିଲେ ଚକିତ ହେବେ କି କିନ୍ନରମାନେ ଗୋଟିଏ ରାତି ପାଇଁ ବିବାହ କରିଥାନ୍ତି । ଏବଂ ବିବାହର ପରଦିନ ହିଁ ବିଧବା ହୋଇଯାଆନ୍ତି । ତେବେ ସେମାନେ ଏହା କେବଳ ତାଙ୍କ ଇଷ୍ଟ ଦେବାତାଙ୍କ ନିକଟରେ କରିଥାନ୍ତି ।

• ଯଦି କୌଣସି ନୂଆ କିନ୍ନରଙ୍କୁ ସେମାନଙ୍କ ସମାଜରେ ସାମିଲ କରାଯାଏ ତେବେ ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଇ ତାକୁ ନିଜ ସମାଜରେ ସାମିଲ କରାଯାଇଥାଏ । ନୂଆ କିନ୍ନରକୁ ସାମିଲ କରିବା ପୂର୍ବରୁ ଭୋଜିଭାତ କରି ତଥା ବଡ ଧୁମଧାମରେ ତାକୁ ସାମିଲ କରାଯାଇଥାଏ ।

• ଶାସ୍ତ୍ର ଅନୁସାରେ, ଶ୍ରୀଖଣ୍ଡିଙ୍କୁ କିନ୍ନର ବୋଲି କୁହାଯାଏ । ତେବେ ଶ୍ରୀଖଣ୍ଡି କାରଣରୁ ହିଁ ଅର୍ଜୁନ ପିତାମହ ଭିସ୍ମଙ୍କୁ ଯୁଦ୍ଧରେ ହରାଇବାରେ ସଫଳ ହୋଇଥିଲେ । କୁହାଯାଏ, ବ୍ରହ୍ମାଙ୍କ ଛାୟା ତଥା ଛାଇରୁ ହିଁ କିନ୍ନରଙ୍କ ଉତ୍ପତି ହୋଇଛି ।

• ପ୍ରାଚୀନ କାଳରେ କିନ୍ନରମାନେ ରାଜାମହାରାଜାଙ୍କ ଉଆସରେ ନାଚଗୀତ କରି ଅର୍ଥ ରୋଜଗାର କରୁଥିଲେ । ମହାଭାରତରେ ମଧ୍ୟ ଏହାର ଛବି ପ୍ରତିଫଳିତ ହୋଇଛି ।

• ଯଦି କୌଣସି ବ୍ୟକ୍ତିର ଜାତକରେ ଗ୍ରହ ଦୁର୍ବଳ ହୋଇଥାଏ । କିମ୍ବା କୌଣସି କିନ୍ନରକୁ ନୀଳ ରଙ୍ଗର ଚୁଡି ସହ ଶାଢୀ ଦାନ କରାଯାଏ ତେବେ ଏହା ଦ୍ୱାରା ସୁଫଳ ମିଳିଥାଏ ।

• କିନ୍ନରଙ୍କ ଆଶୀର୍ବାଦ କୌଣସି ବ୍ୟକ୍ତିରୁ ଧନବାନ କରିଦେଇଥାଏ ତ ପୁଣି କେତେବେଳେ ସେମାନଙ୍କ ଅଭିଶାପ ବ୍ୟକ୍ତିକୁ କରିଦେଇଥାଏ ତଳିତଳାନ୍ତ କାଙ୍ଗାଳ ।