୮୦ଟି ପଦବୀ ପାଇଁ ୮ ହଜାର ପ୍ରାର୍ଥୀ ! କିନ୍ତୁ ଜଣେ ହେଲେ ବି କେହି ପରୀକ୍ଷାରେ ହୋଇପାରିଲେନି ପାସ୍

48

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସଂପୂର୍ଣ୍ଣ ରୂପେ ସତ । ଗୋଆରେ ଆକାଉଂଟାଂଟ ପଦବୀ ପାଇଁ ଏକ ପରୀକ୍ଷୀର ଆୟୋଜନ କରାଯାଇଥିଲା ହେଲେ ବଡ ଦୁଃଖର କଥା କି ଏହି ପରୀକ୍ଷାରେ ଜଣେ ହେଲେ ବି କେହି ସଫଳ ହୋଇପାରି ନାହାଁନ୍ତି । ନିକଟରେ ଗୋଆ ସରକାର ଆକାଉଂଟାଂଟ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ଏବଂ ଏହି ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ୮,୦୦୦ ଆଶାୟୀପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ହେଲେ ଜଣିଏ ହେଲେ ବି କେହି ପାସ୍ ହୋଇପାରିନଥିଲେ ।

ସୂଚନା ମୁତାବକ, ଏହି ପରୀକ୍ଷାରେ ଆଶାୟୀପ୍ରାର୍ଥୀଙ୍କୁ ପାସ ହେବା ପାଇଁ ୫୦ ପ୍ରତିଶତ ନମ୍ବର ଆଣିବାକୁ ଥିଲା ଏବଂ ଏହି ମାର୍କ ଆଣିବାରେ ଜଣେ ହେଲେ ବି ଆଶାୟୀପ୍ରାର୍ଥୀ ସଫଳ ହୋଇପାରିନଥିଲେ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସମସ୍ତ ସ୍ନାତକ ଆଶାୟୀପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ପାସ କରିବା ପାଇଁ ୧୦୦ ମଧ୍ୟରୁ ସର୍ବନିମ୍ନ ୫୦ ମାର୍କ ଆଣିବାକୁ ଥିଲା, ହେଲେ କୌଣସି ବି ପ୍ରାର୍ଥୀ ୫୦ ନମ୍ବର ବି ଆଣିବାରେ ସକ୍ଷମ ହୋଇପାରିନଥିଲେ ।

ତେବେ ଉକ୍ତ ପରୀକ୍ଷାଟି ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ଏହି ପ୍ରାରମ୍ଭିକ ପରୀକ୍ଷାରେ ଜଣେ ହେଲେ ବି ପ୍ରାର୍ଥୀ ସଫଳ ହୋଇପାରିନାହାଁନ୍ତି । ମୋଟ ୧୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଇଂରାଜୀ, ସଧାରଣ ଜ୍ଞାନ ଏବଂ ଆକାଉଂଟ ସହ ଜଡିତ ପ୍ରଶ୍ନ କରାଯାଇଥିଲା ।