ଯଦି ଆପଣ କୌଣସି ବ୍ୟାଙ୍କରେ ସେଭିଂ ଆକାଉଂଟ ଖୋଲିଛନ୍ତି ତେବେ ଆପଣଙ୍କୁ ଜ୍ଞାନ ଥିବା ଦରକାର କି ବ୍ୟାଙ୍କ ଆପଣଙ୍କ ଖାତାରେ ନିର୍ଧାରିତ ମିନିମମ ଆକାଉଂଟ ନହେବା ଉପରେ ଆପଣଙ୍କଠାରୁ କେତେ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି । ଆଉ ଏହି ତାଲିକାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ଭଳି ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗତବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଏସବିଆଇ ନିଜ ଗ୍ରାହକଙ୍କଠାରୁ ମିନିମମ ବାଲାନ୍ସ ମେଂଟେନ କରିବା ଉପରେ ପାଖାପାଖି ୧୭୭୧ କୋଟି ଟଙ୍କା ଆଦାୟ କରିଛି । ଏଥିପାଇଁ ଆପଣଙ୍କୁ ଜାଣିବା ବହୁତ ଜରୁରୀ କି , ଆପଣଙ୍କୁ ଆପଣଙ୍କ ଖାତାରେ ମିନିମମ ବାଲାନ୍ସ କେତେ ରଖିବା ଦରକାର । ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଆପଣ ଆପଣଙ୍କ ଖାତାରେ ଅତି କମରେ କେତେ ଟଙ୍କା ରଖିବେ , ଯାହାଦ୍ୱାରା ଆପଣଙ୍କୁ ଆଉ ଜରିମାନା ଦେବାକୁ ଯେପରି ନପଡେ ।

ଏସବିଆଇ

ଏସବିଆଇ ଉଭୟ ସହର ଏବଂ ଗ୍ରାମାଂଚଳ ଏବଂ ଅର୍ଦ୍ଦସହରୀ ଶାଖାଗୁଡିକ ପାଇଁ ମିନିମମ ବାଲାନ୍ସ ନିର୍ଧାରିତ କରିଛି ।

ମେଟ୍ରୋ ସହର- ୩୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ ଟଙ୍କା ଆପଣଙ୍କ ଖାତାରେ ରହିଛି ତେବେ ଏଥିପାଇଁ ଆପଣଙ୍କୁ ୧୦ରୁ ୧୫ ଟଙ୍କାର ଜରିମାନା ଏବଂ ଜିଏସଟି ମଧ୍ୟ ଲାଗିବ ।

ଅର୍ଧସହରୀ-୨୦୦୦ଟଙ୍କା, ଯଦି ଏହି ରାଶିରୁ କମ ରହିଛି ତେବେ ୭.୫ ରୁ ୧୨ ଟଙ୍କା ପର୍ଯ୍ୟନ୍ତ ଫାଇନ ଏବଂ ଜିଏସଟି ଲାଗିବ ।

ଗ୍ରାମୀଣ ଅଂଚଳ ପାଇଁ- ୧୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ୍ ଟଙ୍କା ଆପଣଙ୍କ ଖାତାରେ ରହିଛି, ତେବେ ଏଥିପାଇଁ ଆପଣ ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ । ଏଥିସହିତ ହିଁ ଜିଏସଟି ମଧ୍ୟ ଲାଗିବ ।

ଆଇସିଆଇସିଆଇସି

ଆଇସିଆଇସିଆଇ ଉଭୟ ସହରୀ ଏବଂ ଗ୍ରାମାଂଚଳ ଏବଂ ଅର୍ଧସହରୀ ଶାଖାଗୁଡିକ ପାଇଁ ଏହି ମିନିମମ ବାଲାନ୍ସ ନିର୍ଧାରିତ କରାଯାଇଛି ।

ମେଟ୍ରୋ ଓ ସହରାଂଚଳ ପାଇଁ- ୧୦,୦୦୦ଟଙ୍କା

ଅର୍ଧସହରୀ ପାଇଁ- ୫୦୦୦ଟଙ୍କା

ଗ୍ରାମାଂଚଳ ପାଇଁ-୨୦୦୦ଟଙ୍କା

ମିନିମମ ବାଲାନ୍ସ ଚାର୍ଜେସ୍

ଆଇସିଆଇସିଆଇ ବ୍ୟାଙ୍କର ମିନିମମ ବାଲାନ୍ସ ନରଖିବା ଉପରେ ୧୦୦ ଟଙ୍କା ଏବଂ ମିନିମମ ବାଲାନ୍ସକୁ କଭର କରିବାରେ ଯେତେ ଟଙ୍କା କମି ଯାଇଛି , ତାର ୫ ପ୍ରତିଶତ ଯୋଡା ଯାଇ ଜରିମାନା ରାଶି ଦେବାକୁ ହେବ । ଜରିମାନା ରାଶିର ଏହି ନିୟମ ଗ୍ରାମୀଣ ବ୍ୟାଙ୍କକୁ ଛାଡି ଆଇସିଆଇସିଆଇର ସମସ୍ତ ପ୍ରକାର ଶାଖାଗୁଡିକ ପାଇଁ ସମାନ ଭଳି ରହିଛି ।

ଏଚିଡିଏଫସି ବ୍ୟାଙ୍କ

ମେଟ୍ରୋ ଓ ସହରୀ କ୍ଷେତ୍ରରେ- ୧୦,୦୦୦ ଟଙ୍କା

ଅର୍ଧସହରୀ କ୍ଷେତ୍ରରେ-୫୦୦୦ ଟଙ୍କା

ଗ୍ରାମୀଣ କ୍ଷେତ୍ରରେ- ୨୫୦୦ଟଙ୍କା

ମିନିମମ ବାଲାନ୍ସ ଚାର୍ଜେସ

ଏଚଡିଏଫସି ନିୟମ ଅନୁସାରେ, ଉଭୟ ମେଟ୍ରୋ ଏବଂ ସହରାଂଚଳରେ ଯେଉଁ ବ୍ୟକ୍ତିଙ୍କ ଖାତାରେ ସାଢେ ୭ ହଜାରରୁ ୧୦ ହଜାର ମଧ୍ୟରେ ବାଲାନ୍ସ ରହିଛି । ତାଙ୍କୁ ୧୫୦ ଟଙ୍କା ଏବଂ ଟ୍ୟାକ୍ସ ଯୋଡା ଯାଇ ଜରିମାନା ଦେବାକୁ ପଡିଥାଏ । ସେହିପରି ଯେଉଂ ବ୍ୟକ୍ତିଙ୍କ ଖାତାରେ ୫ ହଜାରରୁ ସାଢେ ୭ ହଜାର ପର୍ଯ୍ୟନ୍ତ ଟଙ୍କା ରହିଥିବ ତାଙ୍କୁ ୩୦୦ ଟଙ୍କା ଟ୍ୟାକ୍ସ ସହ ମିଶାଇ ଜରିମାନା ଦେବାକୁ ପଡିବ ।

ଏହାବ୍ୟତୀତ ଅର୍ଧସହରୀ କ୍ଷେତ୍ର ପାଇଁ ମିନିମମ ବାଲାନ୍ସକୁ ଆଧାର କରି ୧୫୦ରୁ ୩୦୦ ଟଙ୍କା ସହ ଟ୍ୟାକ୍ସ ଦେବାକୁ ପଡିବ । ସେହିପରି ଗ୍ରାମାଂଚଳରେ ଯଦି କୌଣସି ବ୍ୟକ୍ତିର ଖାତାରେ ୧୦୦୦ରୁ ୨୫୦୦ ପର୍ଯ୍ୟନ୍ତ ଟଙ୍କା ରହିଛି । ତେବେ ତାଙ୍କୁ ୨୭୦ଟଙ୍କା ସହ ଟ୍ୟାକ୍ସ ଦେବାକୁ ହେବ । ଯଦି ଏହି ରାଶି ୧୦୦୦ ଟଙ୍କାରୁ କମ ରହିଛି ତେବେ ତାଙ୍କୁ ୪୫୦ ଟଙ୍କା ଏବଂ ଟ୍ୟାକ୍ସ ଦେବାକୁ ହେବ ।