ଆଉ ବାରମ୍ବାର ରିଚାର୍ଜ କରିବାକୁ ପଡିବନି ମିନିମମ ପ୍ଲାନ: ଥରେ ମାତ୍ର ବାଲାନ୍ସ ପକାଇ ୨ମାସ କାଳ ଚାଲୁ ରଖିପାରିବେ ସିମକାର୍ଡ, ଜାଣନ୍ତୁ କିଭଳି

2,461

ଯଦି ଆପଣ ଆପଣଙ୍କ ମୋବାଇଲ ଫୋନରେ ଜିଓ ବ୍ୟତୀତ ଅନ୍ୟ ତଥା ଏୟାରଟେଲ, ଭୋଡାଫୋନ ଏବଂ ଆଇଡିଆ କଂପାନୀର ସିମକାର୍ଡ କେବଳ ଇନକମିଂ କଲ ରିସିଭ ପାଇଁ ପକାଇ ରଖୁଛନ୍ତି ତେବେ କଂପାନୀ ତରଫରୁ ଲାଗୁ ହୋଇଥିବା ସର୍ବନିମ୍ନ ରିଚାର୍ଜ ପ୍ଲାନକୁ ପ୍ରତିମାସ ଅପଡେଟ୍ କରିବା ନିଶ୍ଚୟ କୌଣସି ବୋଝଠାରୁ ବି କମ୍ ଲାଗୁନଥିବ । କାହିଁକି ନା ଆବଶ୍ୟକତା ନଥିବା ସତ୍ୱେ ବି ଆମକୁ ପ୍ରତିମାସ ୩୫ ଟଙ୍କା ଖର୍ଚ୍ଚ କରୁବାକୁ ବାଧ୍ୟ ହେଉଛୁ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ଜଣାଇବୁ ଯାହାଦ୍ୱାରା ଆପଣଙ୍କୁ ଆଉ ପ୍ରତିମାସ କୌଣସି ସର୍ବନିମ୍ନ ପ୍ଲାନ  ରିଚାର୍ଜ କରିବାକୁ ପଡିବ ନାହିଁ । ଅର୍ଥାତ୍ ଆପଣ ୩୫ ଟଙ୍କାରେ ଗୋଟିଏ ମାସ ପରିବର୍ତ୍ତେ ୨ ମାସ ଯାଏଁ ସିମକୁ ଚାଲୁରଖିପାରିବେ । ତେବେ କିଭଳି ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ଯଦି ଆପଣ ୩୫ ଟଙ୍କା ରିଚାର୍ଜ କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ୨୬ ଟଙ୍କାର ଟକଟାଇମ ମିଳିଥାଏ ।  ଯଦି ଆପଣ ସିମକାର୍ଡ କେବଳ ଇନକମିଂ କଲ ପାଇଁ ବ୍ୟବହାର କରୁଛନ୍ତି ତେବେ ଏଥିରେ କୌଣସି ସନ୍ଦେହ ନାହିଁ କି, ଏହି ୨୬ ଟଙ୍କା ଆପଣଙ୍କ ନମ୍ବରରେ ପଡି ରହିଥିବ । ସୂଚନା ମୁତାବକ, ୩୫ଟଙ୍କାର ରିଚାର୍ଜର ବୈଧତା ସରିବା ପରେ ପୁଣି ଥରେ ୩୫ ଟଙ୍କା ରିଚାର୍ଜ ନକଲେ କଂପାନୀ ଆପଣଙ୍କ ସିମରେ ଉପଲବ୍ଧ ଥିବା ବାଲାନ୍ସରୁ ୨୩ ଟଙ୍କା କାଟି ରଖିବ, ଏବଂ ଆପଣଙ୍କର ସିମର ବୈଧତା ବଢାଇଦେବ । ତେବେ ଏଭଳି ଭାବରେ ଆପଣ ୩୫ ଟଙ୍କାରେ ନିଜ ନମ୍ବରକୁ ୨ ମାସ କାଳ ଚାଲୁ ରଖିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ସମସ୍ତ ଟେଲିକମ କଂପାନୀମାନଙ୍କ ନିକଟରେ ବର୍ତ୍ତମାନ ୨୩ ଟଙ୍କିଆ ପ୍ଲାନ ଉପଲବ୍ଧ ରହିଛି କିନ୍ତୁ ସମସ୍ତଙ୍କ ବୈଧତା ଭିନ୍ନ ଭିନ୍ନ ରହିଛି । ଧ୍ୟାନ ରଖିବେ କି, ୨୩ଟଙ୍କାର ବାଲାନ୍ସ ସେତେବେଳେ ଯାଇ କଟିବ , ଯେତେବେଳେ ଆପଣଙ୍କ ଫୋନରେ ଅତି କମରେ ୨୩ ଟଙ୍କା ବାଲାନ୍ସ ରହିଥିବ ।  ତେଣୁ ୨୩ ଟଙ୍କା ବାଲାନ୍ସ ନରହିଥିଲେ ଆପଣଙ୍କୁ ବାଧ୍ୟହୋଇ ୩୫ ଟଙ୍କା ରିଚାର୍ଜ କରିବାକୁ ହେବ । ଯଦି ଆପଣ ଚାହୁଁଛନ୍ତି କି ୩୫ ଟଙ୍କାରେ ଆପଣ ୨ ମାସ କାଳ ଆପଣଙ୍କ ସିମକାର୍ଡର ଇନକମିଂ ଚାଲୁ ରହୁ ତେବେ ଆପଣ ଆମର ଏହି ଫଣ୍ଡାକୁ ଆପଣେଇ ପାରିବେ ।