ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଆଣିଲା ୫ଟଙ୍କାରୁ ଆରମ୍ଭ କରି ୩୯୯ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ପ୍ଲାନ

107

ଭାରତୀୟ ଟେଲିକମ ଜଗତର ଖ୍ୟାତନାମା କଂପାନୀ ଏୟାରଟେଲ ନିଜ ଗ୍ରାହକମାନଙ୍କୁ ପ୍ରତିଦିନ ଭେଟିଦେଉଛି ଅନେକ ନୂଆ ନୂଆ ଶସ୍ତା ରିଚାର୍ଜ ପ୍ଲାନ୍ । ଯାହାକି ସଂପୂର୍ଣ୍ଣ ଜିଓକୁ ଟକ୍କର ଦେଲା ଭଳି ରହିଛି । ଅର୍ଥାତ୍ ଏଥିରେ ସର୍ବନିମ୍ନ ୫ ଟଙ୍କାରୁ ଆରମ୍ଭ କରି ୩୯୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍ ସାମିଲ ରହିଛି । ସୂଚନାଯୋଗ୍ୟ ଯେ, ଜିଓର ମାଗଣା କଲିଂ ଏବଂ ବିଭିନ୍ନ ଶସ୍ତା ଡାଟା ପ୍ଲାନକୁ କାଉଂଟର କରିବା ଉର୍ଦ୍ଦେଶ୍ୟରେ ଟେଲକମ କଂପାନୀମାନେ ବିଭିନ୍ନ ପ୍ରକାରର ଶସ୍ତା ପ୍ଲାନ ମାଧ୍ୟମରେ ଗ୍ରାହକଙ୍କୁ ପ୍ରଲୋଭିତ କରିବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ଏୟାରଟେଲ ନିଜର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ କେଉଁ କେଉଁ ନୂଆ ପ୍ଲାନମାନ ଭେଟିଦେଇଛି ଆସନ୍ତୁ ଏହା ଉପରେ ଗୋଟିଏ ନଜର ପକାଇବା ।

୫ଟଙ୍କିଆ ପ୍ଲାନ : ଏହି ପ୍ଲାନରେ ଆପଣଙ୍କୁ ମିଳିବ ୪ଜିବି ୩ଜିି/ ୪ଜି ଡାଟା । ତେବେ ଏହି ସୁବିଧାକୁ ଜଣେ ଗ୍ରାହକ ସେତେବେଳେ ଉଠାଇ ପାରିବେ ଯେତେବେଳେ ସେ ନିଜର ଏୟାରଟେଲ ସିମକୁ ୪ଜି ଅପଗ୍ରେଡ୍ କରିବେ । ଏହି ପ୍ଲାନର ବୈଧତା ୭ ଦିନ ରହିଛି ।

୮ ଟଙ୍କିଆ ପ୍ଲାନ: ଏହି ପ୍ଲାନରେ ଆପଣଙ୍କ କଲ୍ ଦାମ ଶସ୍ତା ରହିବ । ଯାହାର ଲୋକାଲ-ଏସଟିଡି କଲ୍ ୩୦ ପଇସା ପ୍ରତି ମିନିଟ୍ ରହିଛି । ସେହିପରି ଏହାର ବୈଧତା ରହିଛି ୫୦ ଦିନ ।

୪୦ ଟଙ୍କିଆ ପ୍ଲାନ: କୌଣସି ସମୟସୀମା ନଥିବା ଏହି ପ୍ଲାନରେ ମିଳିବ ୩୫ ଟଙ୍କାର ଟକଟାଇମ୍ ।

୬୦ ଟଙ୍କିଆ ପ୍ଲାନ: ୫୮ ଟଙ୍କାର ଟକଟାଇମ୍ ସହ ଏହି ପ୍ଲାନରେ କୌଣସି ସମୟସୀମା ରଖାଯାଇନି ।

୧୪୯ ଟଙ୍କିଆ ପ୍ଲାନ: ଏହି ପ୍ଲାନରେ ଏୟାରଟେଲରୁ ଏୟାରଟେଲ ରହିଛି ଅସୀମ କଲ୍ । ଏଥିସହିତ ୨ଜିବି ୪ଜି ଡାଟା ମଧ୍ୟ ମିଳିବ ।

୧୯୯ଟଙ୍କିଆ ପ୍ଲାନ: ଅସୀମ କଲିଂ (ଏୟାରଟେଲ ଟୁ ଏୟାରଟେଲ୍) ସହିତ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ଡାଟା ମିଳିବ । ଏହି ପ୍ଲାନର ବୈଧତା ରହିଛି ୨୮ ଦିନ ।

୩୪୯ ଟଙ୍କିଆ ପ୍ଲାନ: ଏହି ଅଫର ପ୍ଲାନରେ ଏୟାରଟେଲ ନିଜ ଗ୍ରାହକଙ୍କୁ ଭେଟି ଦେଇଛି ଅସୀମ କଲିଂ ସହିତ ପ୍ରତିଦିନ ୧ଜିବି ଡାଟା । ଯାହାର ବୈଧତା ରହିଛି ୨୮ ଦିନ ।

୩୯୯ ଟଙ୍କିଆ ପ୍ଲାନ: ସେହିପରି ଏୟାରଟେଲର ପୂର୍ବ ପ୍ଲାନଗୁଡିକ ମଧ୍ୟରେ ଏହି ପ୍ଲାନଟି ଟିକେ ସ୍ୱତନ୍ତ୍ର ରହିଛି । ଅର୍ଥାତ୍ ଏହି ୩୯୯ ଟଙ୍କିଆ ବିଶିଷ୍ଟ ଅଫର ପ୍ଲାନରେ ୟୁଜରଙ୍କୁ ୮୪ ଦିନ ପର୍ଯ୍ୟନ୍ତ ମିଳିବ ୧ଜିବି ଡାଟା, ସେ ପୁଣି ପ୍ରତିଦିନ ହିସାବରେ । ଖାଲି ସେତିକି ନୁହେଁ ଏହି ଡାଟା ସହିତ ହିଁ ଏୟାରଟେଲ ଗ୍ରାହକଙ୍କୁ ଭେଟି ଦେଇଛି ଅସୀମ ଏସଟିଡି-ଲୋକାଲ୍ ମାଗଣା କଲିଂ । ତେବେ ଏହି ପ୍ଲାନର ବୈଧତା ରହିଛି ୮୪ ଦିନ ।

ଏଠାରେ ଆମେ କହି ରଖୁଛୁ କି, ଜିଓର ଶସ୍ତା ସ୍ମାର୍ଟଫୋନକୁ ଟକ୍କର ଦେବା ପାଇଁ ଏୟାରଟେଲ ଖୁବ ଶୀଘ୍ର ଶସ୍ତା ୪ଜି ଫୋନ୍ ଲଂଚ୍ କରିପାରେ ବୋଲି ଶୁଣିବା ପାଇଁ ମିଳୁଛି । ଦୀପାବଳୀ ଅବସରରେ ୨୫୦୦ ଟଙ୍କାରେ ୪ଜି ସ୍ମାର୍ଟଫୋନ ସହ ଅନେକ ଅଫର୍ ଲଂଚ୍ କରିପାରେ ଏୟାରଟେଲ୍ । ଏଥିପାଇଁ କମ୍ପାନୀ ହ୍ୟାଣ୍ଡସେଟ୍ ତିଆରି କରୁଥିବା କମ୍ପାନୀ ସହ ମଧ୍ୟ ଆଲୋଚନା କରିସାରିଛି ।

ତେବେ ରିଲାଏନ୍ସ ଜିଓ ଶୂନ୍ୟ ଟଙ୍କାରେ ଜିଓ ଫୋନ ଲଂଚ କରିଥିଲା । କିନ୍ତୁ ଜିଓ ଫୋନ୍ କିଣିବା ପାଇଁ ସିକ୍ୟୁରିଟି ଦୃଷ୍ଟିରୁ ୧୫୦୦ ଟଙ୍କା ଦେବାକୁ ପଡ଼ିଥାଏ । ଅର୍ଥାତ୍ ଏୟାରଟେଲ ୨୫୦୦ ଟଙ୍କାରେ ସ୍ମାର୍ଟଫୋନ୍ ଲଂଚ୍ କରିବା ଦ୍ୱାରା ଏହା ଜିଓ ଫୋନ ଉପରେ ଭାରି ପଡ଼ିପାରେ କାରଣ ଜିଓଫୋନ ପିଚର ଫୋନ ହୋଇଥିବାବେଳେ ୟାରଟେଲ ସ୍ମାର୍ଟଫୋନ ଥିବା ଶୁଣିବାକୁ ମିଳିଛି ।

ସୂଚନା ମୁତାବକ, ଏୟାରଟେଲ ୨୫୦୦ ଟଙ୍କାରେ ସ୍ମାର୍ଟଫୋନ ଆଣିବ ଯାହା ଜିଓ ଫିଚର ଫୋନ ତୁଳନାରେ ବଡ଼ ସ୍କ୍ରିନ, ଭଲ କ୍ୟାମେରା ଓ ଭଲ ପ୍ରଦର୍ଶନ କରିବ । ଫିଚର ଫୋନରେ ନିଜର ସୀମା ରହିଛି । କିନ୍ତୁ ସ୍କାର୍ଟଫୋନରେ ସେପରି କିଛି ସୀମା ନାହିଁ । ଏଥିପାଇଁ ଗ୍ରାହକ ୧୦୦୦ ଟଙ୍କା ଅଧିକ ଦେଇ ସ୍କାର୍ଟଫୋନ କିଣିବା ପାଇଁ ପସନ୍ଦ କରିବେ । ତେବେ ଏଇଠି ଏୟାରଟେଲ କିପରି ଅଫର ଉପସ୍ଥାପନ କରୁଛି, ତା’ ଉପରେ ନିର୍ଭର କରୁଛି । ତେବେ ଏତିକି ଟଙ୍କା ଭିତରେ ଏତେ ଭଲ ଫିଚର ଦେବା ଏୟାରଟେଲ ପାଇଁ ଏକ ଚ୍ୟାଲଂଜ ହୋଇପାରେ ।