ସର୍ବନିମ୍ନ ପ୍ଲାନ୍ ରିଚାର୍ଜ ନକରିବାରୁ ବାରମ୍ବାର ବନ୍ଦ ହୋଇଯାଉଛି କି ସିମ୍? ତେବେ ତୁରନ୍ତ କରନ୍ତୁ ଏହି କାମ ୮୪ ଦିନ ଯାଏଁ ରହିବନି କୌଣସି ଭୟ

245

ଟେଲିକମ ଜଗତରେ ଜିଓ ଏଂଟ୍ରି କରିବା ଦିନଠାରୁ ବାକି କଂପାନୀମାନଙ୍କର ନିଦ ଏକପ୍ରକାରେ ହଜି ଯାଇଛି । ଏପରିକି ଶସ୍ତା ପ୍ଲାନ ଚକ୍କରରେ କଂପାନୀଗୁଡିକୁ ବହୁ କ୍ଷତି ମଧ୍ୟ ସହିବାକୁ ପଡୁଛି । ଯେଉଁଥି ପାଇଁ ଜିଓକୁ ଛାଡି ଦେଲା ପରେ ବାକି କଂପାନୀମାନେ ଏକ ନିର୍ଧାରିତ ସର୍ବନିମ୍ନ ରାଶିର ରିଚାର୍ଜ ପ୍ଲାନ ଲଂଚ କରିଛନ୍ତି । ଯାହାଦ୍ୱାରା ଯଦି ଆପଣ ଆପଣଙ୍କର ସିମକାର୍ଡକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଏକ ନିର୍ଧାରିତ ରାଶିର ରିଚାର୍ଜ ପ୍ଲାନ ପ୍ରତିମାସ ରିଚାର୍ଜ କରିବାକୁ ପଡିବ । ଯଦି ଆପଣ ଏଭଳି କିଛି ନକରନ୍ତି ତେବେ ଆପଣଙ୍କର ସିମକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯିବ ।

ତେବେ ଏଭଳି ପରିସ୍ଥିତିରେ ଏୟାରଟେଲ ୮୪ ଦିନିଆ ବୈଧତା ବିଶିଷ୍ଟ ଏକ ରିଚାର୍ଜ ପ୍ଲାନ ଲଂଚ କରିଛି । ଯାହାଦ୍ୱାରା ଥରେ ମାତ୍ର ରିଚାର୍ଜ କଲେ ଆପଣଙ୍କୁ ୮୪ ଦିନ ଯାଏଁ ଆଉ ବାଲାନ୍ସର ଭୟ ରହିବ ନାହିଁ । ଅଧିକ ଜାଣିବା ପାଇଁ ପଢନ୍ତୁ ପୂରା ଖବର..

• ୨୩ ଟଙ୍କିଆ ରିଚାର୍ଜ ପ୍ଲାନରେ ଆପଣଙ୍କୁ ୨୮ ଦିନର ବୈଧତା ମିଳିବ । ଯେଉଁଥିରେ ଆପଣଙ୍କୁ କୌଣସି ବି ଟକ୍ ଟାଇମ ମିଳିବ ନାହିଁ ।

• ସେହିଭଳି ୩୫ ଟଙ୍କିଆ ରିଚାର୍ଜ ପ୍ଲାନରେ ଆପଣଙ୍କୁ ୨୬ ଦିନର ଟକଟାଇମ ମିଳିବ ଏଥିସହିତ ହିଁ ୨୮ ଦିନର ବୈଧତା ।

• ୬୫ ଟଙ୍କା ରିଚାର୍ଜ କଲେ ଆପଣଙ୍କୁ ୫୫ ଟଙ୍କାର ଟକଟାଇମ ମିଳିବ । ଏଥି ସହିତ ହିଁ ୨୮ଦିନର ବୈଧତା ଆପଣଙ୍କୁ ମିଳିବ ।

• ୯୫ ଟଙ୍କାର ରିଚାର୍ଜ ପ୍ଲାନରେ ଆପଣଙ୍କୁ ୯୫ ଟଙ୍କାର ଫୁଲ ଟକଟାଇମ ମିଳିବ । ଏଥିସହିତ ହିଁ ଆପଣଙ୍କୁ ୨୮ଦିନ ବୈଧତା ମଧ୍ୟ ମିଳିବ । ଏଥିସହିତ କଲ ରେଟକୁ ମଧ୍ୟ ୩୦ ପଇସା କରିଦିଆଯିବ ।

• ୨୪୫ଟଙ୍କିଆ ପ୍ଲାନରେ ଆପଣଙ୍କୁ ଫୁଲ ୨୪୫ ଟଙ୍କାର ଟକଟାଇମ ମିଳିବ । ଏହାର ବୈଧତା ରହିଛି ୮୪ ଦିନ । ଏଥି ସହିତ ଏହାର କଲ ରେଟ ରହିଛି ୩୦ ପଇସା । ତେବେ ଯଦି ଆପଣ ଏୟାରଟେଲର ଏହି ୨୪୫ ଟଙ୍କିଆ ପ୍ଲାନ ରିଚାର୍ଜ କରନ୍ତି ତେବେ ଆପଣଙ୍କୁ ଆଉ ୮୪ ଦିନ ପର୍ଯ୍ୟନ୍ତ ଟେନସନ ନେବାକୁ ପଡିବନି ।