ଏୟାରଟେଲ ଲଂଚ କଲା ପୁଣି ଏକ ଧମାକେଦାର ଅଫର ! ଗ୍ରାହକଙ୍କୁ ମାଗଣାରେ ମିଳିବ ୩୦ ଜିବିର ଡାଟା, ଜାଣନ୍ତୁ କିପରି ଉଠାଇବେ ଫାଇଦା

35

ଟେଲିକମ ଜଗତରେ ଜିଓ ପାଦ ଦେବା ପରେ ପରେ ଲୋକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ବାକି କଂପାନୀମାନେ ପ୍ରତିଦିନ କିଛି ନା କିଛି ଧମାକେଦାର ଅଫର ମାର୍କେଟରେ ଲଂଚ କରିବାରେ ଲାଗିପଡିଛନ୍ତି । ହେଲେ ଏହାମାନେ ନୁହେଁ କି ଡାଟାକୁ ନେଇ ଚାଲିଥିବା ଏହି ଲଢେଇ କେବେ ଶେଷ ହୋଇଯିବ । କାରଣ ନିକଟରେ ୟୁଜର୍ସଙ୍କୁ ପୁଣି ଥରେ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଏୟାରଟେଲ ପୁଣି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି । ଯାହାଦ୍ୱାରା ଗ୍ରାହକଙ୍କୁ ମାଗଣାରେ ୩୦ ଜିବି ଡାଟା ମିଳିବ । ତେବେ ଆସନ୍ତୁ ଜାଣିବା ଏୟାରଟେଲର ଏହି ପ୍ଲାନ କେମିତି ପାଇବେ ଆପଣ. . .

ଏୟାରଟେଲ ଦେଶର କିଛି ରାଜ୍ୟରେ VoLTE ସେବା ଆରମ୍ଭ କରିଛି । ଏହି ସେବା ଆଧାରରେ ୩୦ ଜିବି ଡାଟା ତିନି ଥରରେ ଗ୍ରାହକଙ୍କୁ ପ୍ରଦାନ କରାଯିବ । ଆଉ ପ୍ରତିଥର ୧୦ ଜିବି ଡାଟା ମିଳିବ । ଏଥି ମଧ୍ୟରୁ ୧୦ ଜିବି ଡାଟା VoLTEରେ ସୁଇଚ୍ କରିବା ଏବଂ ଡାଉନଲୋଡ ପାଇଁ ରହିବ । ସେହିପରି ଚାରି ସପ୍ତାହ ପରେ ଫିଡବ୍ୟାକ ଦେବା ପାଇଁ ୧୦ ଜିବି ଡାଟା ଏବଂ ୮ ସପ୍ତାହ ରେ ନେଟୱର୍କ ଉପରେ ଫିଡବ୍ୟାକ ଦେବା ପାଇଁ ୧୦ ଜିବି ଡାଟା ପ୍ରଦାନ କରାଯିବ । ଏଭଳି ଭାବରେ ମୋଟ ଉପରେ ଆପଣଙ୍କୁ ୩୦ ଜିବି ଡାଟା ମିଳିବ ।

ଏଠାରେ ଆମେ କହି ରଖୁଛୁ କି, Airtel VoLTE ଭିଟା ପ୍ରୋଗ୍ରାମ ବର୍ତ୍ତମାନ ପଶ୍ଚିମବଙ୍ଗ, ଓଡିଶା, ଆସାମ, କେରଳ, ପଂଜାବ ଏବଂ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଛି । ଏଥିରେ ସାମିଲ ହେବା ପାଇଁ ୟୁଜର୍ସଙ୍କ ନିକଟରେ VoLTE ସପୋର୍ଟ ବିଶିଷ୍ଟ ସ୍ମାର୍ଟଫୋନ ଥିବା ନିହାତି ଆବଶ୍ୟକ । ଏଥିସହିତ ୪ଜି ସିମ ମଧ୍ୟ ଆକ୍ଟିଭ ହୋଇଥିବା ଦରକାର । ଏଥିପାଇଁ ଆପଣ ଆପଣଙ୍କର ଯୋଗ୍ୟତା https://www.airtel.in/volte-circle କୁ ଯାଇ ଚେକ୍ କରିପାରିବେ ।