ମାତ୍ର ୧,୩୦୦ଟଙ୍କାର ୪ଜି ସ୍ମାର୍ଟଫୋନ ଲଂଚ କଲା ଏୟାରଟେଲ । ଦମଦାର ଫିଚର ସହ ରହିଛି ଆକର୍ଷଣୀୟ ଅଫର

95

ଭାରତୀୟ ଟେଲିକମ କଂପାନୀ ଏୟାରଟେଲ ପୁଣି ଏକ ନୂଆ ଶସ୍ତା ୪ଜି ଫିଚର ଫୋନ ଲଂଚ କରିଛି । ଏଥରକ କିନ୍ତୁ କଂପାନୀ ସେଲକୋନ ମୋବାଇଲ ସହିତ ପାର୍ଟନର୍ସିପ କରିଛି । ଏହା ପୂର୍ବୁ ବି କଂପାନୀ କାର୍ବନ ମୋବାଇଲ ସହିତ ମିଶି ଏକ ଶସ୍ତା ୪ଜି ସ୍ମାର୍ଟଫୋନ ଲଂଚ କରିଥିଲା । ଏହି ନୂଆ ସ୍ମାର୍ଟଫୋନକୁ ‘ମୋର ପ୍ରଥମ ସ୍ମାର୍ଟଫୋନ’ ସ୍କିମ ଆଧାରରେ ଲଂଚ କରାଯାଇଥିଲା ।

ଏହି ନୂଆ ୪ଜି ସ୍ମାର୍ଟଫୋନ ସେଲକୋନ ସ୍ମାର୍ଟଫୋନ ୪ଜିର ଇଫେକ୍ଟିଭ ଦାମରେ ରହିଛି ୧,୩୪୯ ଟଙ୍କା । ଏହା ଏକ ଟଚ୍ ସ୍କ୍ରିନ ସ୍ମାର୍ଟଫୋନ, ଯେଉଁଥିରେ ଡୁଆଲ ସିମ୍ ବ୍ୟବହାର କରିପାରିବେ । ଏହାର ସ୍କ୍ରିନ ୪ ଇଂଚ ରହିଛି ଏବଂ ଏଥିରେ ଏୟାରଟେଲର କିଛି ଆପ ମଧ୍ୟ ରଖାଯାଇଛି । ଯେଉଁଥିରେ ୱିଙ୍କ୍ ମ୍ୟୁଜିକ୍ ଏବଂ ଏୟାରଟେଲ ଟିଭି ସାମିଲ ।

ଫୋନର ମୁଖ୍ୟ ଆକର୍ଷଣ ରହିଛି ଏଥିରେ ୧.୩ଜିଏଚଜେ କ୍ୱାଡକୋର ପ୍ରୋସେରର ଏବଂ ୧ଜିବି ରାମ । ଏଥିସହିତ ୮ଜିବିର ଇଂଟରନେଟ୍ ମେମୋରୀ ମଧ୍ୟ ଦିଆଯାଇଛି । ମାଇକ୍ରୋ ଏସଡି କାର୍ଡ ଜରିଆରେ ମଧ୍ୟ ଏହାକୁ ୩୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯିବ । ଏହାର ବ୍ୟାଟେରୀ ୧,୫୦୦ଏମଏଏଚର ଅଟେ । ବେସିକ୍ ଫଟୋଗ୍ରାଫି ପାଇଁ ଏଥିରେ ୩.୨ ମେଗାପିକ୍ସଲର ରିଅର କ୍ୟାମେରା, ଯେବେକି ୨ ମେଗାପିକ୍ସଲର ସେଲ୍ଫି କ୍ୟାମେରା ଦିଆଯାଇଛି । ଏହାର ସ୍କ୍ରିନ ୪ ଇଂଚର ରହିଛି ।

କଂପାନୀ ସର୍ତ୍ତ ଅନୁସାରେ, ଏହି ସ୍ମାର୍ଟଫୋନ ସହିତ ପ୍ରତି ମାସ ଗ୍ରାହକଙ୍କୁ ୧୬୯ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହି ପ୍ଲାନ କାର୍ବନ ଏ୪୦ ପ୍ଲାନ ଭଳି ଅଟେ । ଏଥିସହିତ ପ୍ରତିଦିନ ୦.୫ଜିବି ଡାଟା ଏବଂ ଅସୀମ କଲିଂର ସୁବିଧା ବି ମିଳିବ । ତେବେ ଏହାର ବୈଧତା ରହିଛି ୨୮ ଦିନ ।ଏହି ଅଫର ଆଧାରରେ ସ୍ମାର୍ଟଫୋନ କିଣିବା ପାଇଁ ଆପଣଙ୍କୁ ୨,୮୪୯ ଟଙ୍କା ଡାଉନ ପେମେଂଟ କରିବାକୁ ପଡିବ । ଏଥିସହିତ ଲଗାତର ୩୬ ମାସ ପର୍ଯ୍ୟନ୍ତ ପ୍ରତି ମାସ ୧୬୯ ଟଙ୍କା ଦେବାକୁ ପଡିବ । ୧୮ ମାସ ପରେ ୫୦୦ ଟଙ୍କା ଫେରସ୍ତ ମିଳିବ । ଯେବେକି ଆଗାମୀ ୩୬ ମାସ ପରେ ୧,୦୦୦ ଟଙ୍କାରେ ମିଳିବ । ମୋଟ ଉପରେ କହିବାକୁ ଗଲେ, ୧,୫୦୦ଟଙ୍କା କ୍ୟାସବ୍ୟାକ୍ ଆଧାରରେ ମିଳିବ ଏବଂ ଏହି ଫୋନର ଇଫେକ୍ଟିଭ ଦାମ ରହିବ ୧,୩୪୯ ଟଙ୍କା । ତେବେ କଂପାନୀ ସୂଚନା ମୁତାବକ, ଏହି ଫୋନଟିକୁ ଆପଣଙ୍କୁ ଆଉ ଫେରାଇବାକୁ ପଡିବ ନାହିଁ । ଏହାକୁ ଆପଣ କଂପାନୀର ପାର୍ଟନର୍ସ ଷ୍ଟୋରରୁ କିଣି ପାରିବେ ।

ସୌଜନ୍ୟ: ଆଜତକ୍