୩୯୯ ଟଙ୍କାରେ ୮୪ଜିବି ଡାଟା

31

ପ୍ରାଇସ୍ ୱାରରେ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଆଗେଇ ଆସିଛନ୍ତି ଟେଲିକମ୍ ଜଗତରେ ବହୁ କଂପାନୀ । ପ୍ରତିଦିନ ନୁଆ ନୁଆ ଅଫରଗଡିକର ପ୍ରଲୋଭନ ଦେଖାଇବାରେ ଲାଗିଛନ୍ତି ଟେଲିକମ୍ କଂପାନୀମାନେ । ଇତି ମଧ୍ୟରେ ଜିଓକୁ ଟକ୍କର ଦେଲା ଭଳି କେ ନୁଆ ଅଫର ପ୍ଲାନ ଭେଟି ଦେଇଛି ଏୟାରଟେଲ୍ କଂପାନୀ ।

ସୂଚନା ମୁତାବକ, ଏୟାରଟେଲ୍ ୪ଜି ୟୁଜର୍ସଙ୍କ ପାଇଁ ଭେଟି ଦେଇଛି ଏକ ଦମଦାର ଅଫର । ଏହାର ମୂଲ୍ୟ ରହିଛି ୩୯୯ ଟଙ୍କା । ଯେଉଁଥିରେ ଉପଭୋକ୍ତାମାନଙ୍କୁ ମିଳିବ ୮୪ ଦିନ ପର୍ଯ୍ୟନ୍ତ ୮୪ ଜିବି ଡାଟା ସହ ମାଗଣା କଲିଂର ସୁବିଧା । ଯାହାକି ରିଲାଏନ୍ସ ଜିଓର ୩୯୯ ଟଙ୍କିଆ ଅଫର ପ୍ଲାନ୍ ଭଳି ।

ତେବେ ଏହି ଅଫରଟି କେବଳ କଂପାନୀର ୪ଜି ଓ ୪ଜି ସିମଧାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହାବ୍ୟତୀତ୍ କଂପାନୀ ୨୪୪ ଟଙ୍କାରେ ୭୦ ଦିନ ଯାଏଁ ପ୍ରତିଦିନ ୧ ଜିବି ଡାଟା ମଧ୍ୟ ଦେଉଛି । ଏଥିସହିତ ମାଗଣା କଲିଂର ସୁଯୋଗ ମଧ୍ୟ ଉଠାଇ ପାରିବେ ଗ୍ରାହକ ।

ଏଠାରେ ଆମେ କହି ରଖୁଛି କି, ରିଲାଏନ୍ସ ଜିଓର ଶସ୍ତା ଅଫର କାରଣରୁ ଟେଲିକମ୍ ଜଗତରେ ଏବେ ସୃଷ୍ଟି ହୋଇଛି ପ୍ରାଇସ୍ ୱାର୍ । ଯାହାଦ୍ୱାରା କଂପାନୀମାନଙ୍କ ବ୍ୟବସାୟରେ ମଧ୍ୟ ପ୍ରଭାବ ପଡିଛି । ବର୍ତ୍ତମାନ ଟେଲିକମ୍ ଜଗତରେ ସବୁଠାରୁ ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଏକ ରିପୋର୍ଟରୁ ଜଣା ପଡିଛି କି, ଜୁଲାଇ ମାସରେ ବି ରିଲାଏନ୍ସ ଜିଓ ଡାଉନଲୋଡ ସ୍ପିଡ ବାବଦରେ ଅନ୍ୟ କଂପାନୀଙ୍କ ତୁଳନାରେ ଆଗୁଆ ରହିଛି ।

ଖାଲି ସେତିକି ନୁହେଁ, ଦେଶରେ ୪ଜି ଟେଲିକମ୍ ସର୍ଭିସ୍ ଦେଇ ରଖିଥିବା ରିଲାଏନ୍ସ ଜିଓର ଦମଦାର ଡାଉନଲୋଡ ସ୍ପିଡ ଜୁଲାଇ ମାସରେ ୧୮.୬୫ଏମବିପିଏସ୍ ସହିତ ସବୁଠୁ ଅଧିକ ଥିବା ଜଣାପଡିଛି । ଯେବେକି ଜୁନ ମାସରେ ଏହା ୧୮.୮୦୯ଏମବିପିଏସ୍ ରହିଥିଲା ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍