ଏୟାରଟେଲ ଲଂଚ କଲା ଜିଓଠାରୁ ବି ଶସ୍ତା ପ୍ଲାନ ! ଯେଉଁଥିରେ ପ୍ରତିଦିନ ମିଳିବ ୪ ଜିବି ୪ଜି ଡାଟା

51

ଟେଲିକମ କଂପାନୀ ଭାରତୀ ଏୟାରଟେଲ ନିଜ ୟୁଜର୍ସଙ୍କ ପାଇଁ ପଣି ଏକ ନୂଆ ତଥା ଶସ୍ତା ପ୍ଲାନ ଲଂଚ କରିଛି । ଯେଉଁଥିରେ ଏୟାରଟେଲ୍ ୯୯୯ଟଙ୍କାରେ ପ୍ରତିଦିନ ହିସାବରେ ୪ଜିବି ଡାଟା ଥିବା ଦମଦାର ଅଫର ଗ୍ରାହକଙ୍କୁ ଭେଟି ଦେଇଛି । ସେହିପରି ବିଏସଏନଏଲ ମଧ୍ୟ ନିକଟରେ ନିଜ ପୂର୍ବ ପ୍ରଚଳିତ ପ୍ଲାନଗୁଡିକୁ ମଧ୍ୟ ଅପଡେଟ୍ କରିଛି । ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ଲାନ ଗୁଡିକ ସଂପର୍କରେ ।

ଏୟାରଟେଲ୍

ଏୟାରଟେଲ ତାର ଗ୍ରାହକମାନଙ୍କ ପାଇଁ ଭେଟି ଦେଇଛି ୯୯୯ ଟଙ୍କାଆ ପ୍ଲାନ । ଯେଉଁଥିରେ ଗ୍ରାହକମାନେ ପାଇପାରିବେ ଅସୀମ ଉଭୟ ଲୋକାଲ ଏବଂ ଏସିଟିଡି କଲ୍ ଭଳି ସୁବିଧା । ଏଥିସହିତ ପ୍ରତିଦିନ ହିସାବରେ ୪ ଜିବି ୩ଜି/୪ଜି ଡାଟା ମଧ୍ୟ ଏହି ପ୍ଲାନରେ ଉପଲବ୍ଧ । ତେବେ ଏହି ପ୍ଲାନଟିର ବୈଧତା ରହିଛି ୨୮ ଦିନ ଆଉ ଏହି ସମୟସୀମା ପୁରଣ ହେବା ମଧ୍ୟରେ ୟୁଜର୍ସଙ୍କୁ ୧୧୨ ଜିବି ଡାଟା ମଧ୍ୟ ଦିଆଯାଉଛି । ତେବେ ଏହି ପ୍ଲାନକୁ ଜିଓର ୯୯୯ ଟଙ୍କିଆ ପ୍ଲାନ ସହ ତୁଳନା କରାଯାଇ ଏୟାରଟେଲ ଲଂଚ କରିଥିବା ଜଣାପଡିଛି ।

ବିଏସଏନଏଲ ଅଫର ଡିଟେଲ୍ସ

ବିଏସଏନଏଲ ମଧ୍ୟ ନିଜର ପୂର୍ବ ପ୍ରଚଳିତ ପ୍ଲାନଗୁଡିକରେ କିଛି ସଂଶୋଧନ ଆଣିଛି । କଂପାନୀର ଟ୍ରିପଲ୍ ଏସିଇ ପ୍ଲାନର ମୂଲ୍ୟ ରଖିଛି ମାତ୍ର ୩୩୩ ଟଙ୍କା । ଯାହାର ବୈଧତା ପୂର୍ବରୁ ୯୦ ଦିନ ରହିଥିବାବେଳେ ବର୍ତ୍ତମାନ ଏହି ସୀମାକୁ କମାଇ ୫୬ ଦିନ କରିଦିଆଯାଇଛି । ଏଥିସହିତ ବିଏସଏନଏଲର’ ଚୌକା’ ପ୍ଲାନର ମୂଲ୍ୟ ୪୪୪ ଟଙ୍କା ରହିଛି । ଏଥିରେ ପୂର୍ବରୁ ୯୦ ଦିନର ବୈଧତା ରଖାଯିବା ସହିତ ପ୍ରତିଦିନ ୪ଜିବି ଡାଟା ଦେଉଥିଲା , ଯାହାର ଡାଟାକୁ ବର୍ତ୍ତମାନ କମାଇ ୨ ଜିବି ପ୍ରତିଦିନ ହିସାବରେ କରି ଦିଆଯାଇଛି । ତେବେ ଏହି ବିଏସଏନଏଲର ଏହି ପରିବର୍ତ୍ତନ କେବଳ ଦକ୍ଷିଣାଂଚଳ ପାଇଁ ହିଁ ଉଦ୍ଦିଷ୍ଟ ।

ନିକଟରେ କଂପାନୀ ‘ନେହଲେ ପେ ଦହଲା’ ନାମରେ ଏକ ଡାଟା ପ୍ଲାନ ମଧ୍ୟ ଲଂଚ କରିଥିଲା । ଯାହାର ମୂଲ୍ୟ ୩୯୫ ଟଙ୍କା ରହିଛି । ତେବେ ୭୧ ଦିନ ଥିବା ଏହି ପ୍ଲାନର ବୈଧତାକୁ କମାଇ କଂପାନୀ ଏହାକୁ ୫୬ ଦିନ କରିଦେଇଥିଛି ହେଲେ ପୁଣି ଥରେ ଏହାର ବୈଧତାକୁ ୭୧ ଦିନକୁ କରିଦିଆଯାଇଛି । ତେବେ ଏହି ସବୁ ପରିବର୍ତ୍ତନ ଚଳିତ ମାସରୁ ହିଁ ଆରମ୍ଭ କରି ଦିଆଯିବ । ଏହାଛଡା, କଂପାନର ‘ସିକ୍ସର’ ପ୍ଲାନରୁ କେରଳ ବାଦ୍ ପଡିଛି ।

ସୌଜନ୍ୟ: ଦୈନିକ ଜାଗରଣ