୨୦ଜିବି ଡାଟା ସହିତ ଅସୀମ କଲିଂ ସୁବିଧା ! ଏୟାରଟେଲର ଆକର୍ଷଣୀୟ ଅଫର ! ଏଣିକି ବଳକା ଡାଟାକୁ ବି ତା’ର ପର ମାସରେ କରିପାରିବେ ବ୍ୟବହାର

35

ଟେଲିକମ ଜଗତରେ ଚାଂଚଲ୍ୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଅଂଟା ଭିଡିଛନ୍ତି ଅନେକ କଂପାନୀ । ଆଉ ଏହି ତାଲିକାର ସର୍ବାଗ୍ରେ ଭାରତୀ ଏୟାରଟେଲ । କିଛି ଦିନ ତଳେ ଏୟାରଟେଲ ଶସ୍ତା ଫୋନ ଲଂଚ କରିବା ପରେ ଏବେ ପୁଣି ଏକ ଆକର୍ଷଣୀୟ ପ୍ଲାନ ଲଂଚ କରିଛି । ଯେଉଁଥିରେ ରହିଛି ଅସୀମ ଲୋକାଲ ଏବଂ ଏସଟିଡି କଲିଂର ସୁବିଧା । ଖାଲି କଲିଂ ନୁହେଁ ୨୦ ଜିବି ଡାଟା ମଧ୍ୟ ଉପଲବ୍ଧ ଏହି ପ୍ଲାନରେ । ଯାହାକି ଉଭୟ ୩ଜି ଏବଂ ୪ଜି ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।

ତେବେ ଏହି ପ୍ଲାନର ବୈଧତା ରହିଛି ଗୋଟିଏ ମାସ । ଯାହାକୁ କେବଳ କଂପାନୀର ପୋଷ୍ଟପେଡ ୟୁଜର୍ସ ହିଁ ଉପଭୋଗ କରିପାରିବେ । ଏହି ପ୍ଲାନରେ ଅନେକ ସୁବିଧା ୟୁଜର୍ସ ମାଗଣାରେ ବ୍ୟବହାର କରିପାରିବେ । ଏଥିରେ ଫ୍ରି ପ୍ରୋଟେକ୍ସନ ମଧ୍ୟ ରହିଛି । ଅର୍ଥାତ୍ ଯଦି କୌଣସି କାରଣରୁ ଆପଣଙ୍କର ଫୋନ ଖରାପ ହୋଇଯାଏ ତେବେ ତାର କ୍ଷତିପୁରଣ ବାବଦକୁ ଏୟାରଟେଲ ତରଫରୁ ହିଁ ମିଳିବ । ଏହାବ୍ୟତୀତ ୱିଙ୍କ ମ୍ୟୁଜିକ୍, ଏୟାରଟେଲ ଟିଭି, ଲାଇଫ ଟିଭି ମଧ୍ୟ ମାଗଣା ରହିଛି । ଏଥିରେ କିଛି ସିନେମା ଏବଂ ଟିଭି ସୋ ବି ମାଗଣାରେ ଦେଖିପାରିବେ । ତେବେ ଏହି ସମସ୍ତ ସୁବିଧା ଏୟାରଟେଲର ୪୯୯ଟଙ୍କିଆ ମାସିକା ପ୍ଲାନରେ ଉପଲବ୍ଧ ।

ସୂଚନା ମୁତାବକ, ଏୟାରଟେଲ ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ଭେଟି ଦେବାକୁ ଯାଉଛି । ଯାହା ହେଉଛି ବଳକା ଡାଟା ଅଗାମୀ ତଥା ତାର ପର ମାସରେ ବ୍ୟବହାର । ଯେପରିକି କୌଣସି ପ୍ଲାନର ଆଜି ଶେଷ ତାରିଖ ଥିବ ଆଉ କାଲିଠାରୁ ତାର ନୂଆ ମାସ ଆରମ୍ଭ ହେବାକୁ ଯାଉଛି ଏବଂ ୟୁଜର୍ସଙ୍କ ନିକଟରେ ୧୦ଜିବି ଡାଟା ବଳକା ରହିଛି । ଆପଣଙ୍କର ଏହି ବଳକା ଡାଟା ଆଉ ନଷ୍ଟ ହେବନି ବରଂ ଏହି ଡାଟାକୁ ତାର ପର ମାସ ତଥା ନୂଆ ମାସରେ ଯୋଡି ଦିଆଯିବ । ତେବେ ଏହି ସେବା କେବଳ ଏୟାରଟେଲର ପୋଷ୍ଟପେଡ ୟୁଜର୍ସଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।

ଖାଲି ପୋଷ୍ଟପେଡ କାହିଁକି ଏୟାରଟେଲ ତାର ପ୍ରିପେଡ ଗ୍ରାହକମାନଙ୍କ ପାଇଁ ମଧ୍ୟ ପୂର୍ବପ୍ଲାନଗୁଡିକର ଡାଟାକୁ ବଢାଇ ଦେଇଛି । କଂପାନୀର ୩୪୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ବାବଦକୁ ମିଳୁଛି ୧.୫ଜିବି ହାଇ ସ୍ପିଡର ଡାଟା । ଏଥିସହିତ କୌଣସି ବି ନେଟୱର୍କ ଉପରେ ଅସୀମ କଲିଂର ସୁବିଧା । ଯାହାର ବୈଧତା ରହିଛି ୨୮ ଦିନ । ସେହିପରି କଂପାନୀର ୪୪୮ଟଙ୍କିଆ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ମିଳୁଛି ୭୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ ୧ ଜିବି ଡାଟା ସହ ଅସୀମ କଲିଂର ସୁବିଧା । ଏହା ବ୍ୟତୀତ ଏୟାରଟେଲର ୧୪୯ ଟଙ୍କିଆ ପ୍ଲାନରେ ମିଳୁଛି ଏୟାରଟେଲରୁ ଏୟାରଟେଲ ଉପରେ ଅସୀମ କଲିଂର ସୁବିଧା । ଏଥିସହିତ ୨ଜିବି ଡାଟା ମଧ୍ୟ ରହିଛି । ଯାହାର ବୈଧତା ରହିଛି ୨୮ ଦିନ ।

ସୌଜନ୍ୟ: ଜନସତ୍ତା