ଏୟାରଟେଲର କ୍ୟାସବ୍ୟାକ୍ ଅଫର ! ୩୪୯ ଟଙ୍କାର ରିଚାର୍ଜ କଲେ ଫେରି ପାଇବେ ପୂରା ଟଙ୍କା

28

ଏୟାରଟେଲ ଏବଂ ଭୋଡାଫୋନ ଜିଓକୁ ଟକ୍କର ଦେବାକୁ ଏବେ ଅଂଟା ଭିଡିଛନ୍ତି ଆଉ ଯେଉଁଥିପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଦୁଇ କଂପାନୀ ପ୍ରତିଦିନ କିଛି ନା କିଛି ପ୍ଲାନ ଲଂଚ କରିବାରେ ଲାଗିପଡିଛନ୍ତି । ଏହି କ୍ରମରେ ଏୟାରଟେଲ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ପ୍ଲାନ ଲଂଚ କରିଛି । ଯେଉଁଥିରେ ରହିଛି ୩୪୯ ଟଙ୍କିଆ ପ୍ଲାନରେ ଭ୍ୟାଲିଡ୍ ସହ ଲିମିଟେଡ୍ ପିରିୟଡର ଅଫର ବି ରିହିଛି । ତେବେ ଏହାପୂର୍ବରୁ ଏଭଳି ହିଁ ଏକ ଅଫର ଜିଓ ମଧ୍ୟ ଲଂଚ କରିଥିଲା ଯାହା ୩୯୯ ଟଙ୍କିଆ ପ୍ଲାନ ଭାବେ ଜଣାଶୁଣା । ଏୟାରଟେଲର ପ୍ଲାନ ମଧ୍ୟ କିଛି ସମୟ ପାଇଁ ରହିଛି ହେଲେ ଏହା ସ୍ପଷ୍ଟ ନୁହେଁ କି ଏହା ଏବେ ବନ୍ଦ ହୋଇପାରେ କି ନାହିଁ । ଅର୍ଥାତ୍ ଏହା କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ । ଏବେ ନଜର ପକାନ୍ତୁ ଏୟାରଟେଲର ଏହି ନୂଆ ଅଫର ଉପରେ ।

ଏହି ଅଫରଟିକୁ କଂପାନୀ କିଛି ସର୍ତ୍ତ ସହିତ ଲଂଚ କରିଛି । ଏହା ପ୍ରିପେଡ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ଏବଂ ଏହି କ୍ୟାସବ୍ୟାକ୍ ଥରକରେ ମିଳିବ ନାହିଁ । ପ୍ରଥମେ ଆପଣଙ୍କୁ ୩୪୯ଟଙ୍କା ଦେଇ ରିଚାର୍ଜ କରିବାକୁ ପଡିବ । ଏହାପରେ କ୍ୟାସବ୍ୟାକ୍ ଆଧାରରେ ଆପଣଙ୍କୁ ୩୪୯ ଟଙ୍କା ଫେରସ୍ତ କରିଦିଆଯିବ । ତେବେ ଏହା ସାତଟି ଇନଷ୍ଟଲମେଂଟରେ ମିଳିବ ଏବଂ ଏଥିପାଇଁ ୭ମାସ ମଧ୍ୟ ଲାଗିବ । ଏହି ଅଫର ପାଇଁ ୟୁଜର୍ସଙ୍କୁ ଏୟାରଟେଲ ଆପର ବ୍ୟବହାର କରିବା ସହ ଏୟାରଟେଲ ପେମେଂଟ ବ୍ୟାଙ୍କରୁ ହିଁ ରିଚାର୍ଜ କରିବାକୁ ହେବ ।

ଏଠାରେ ଆମେ କହି ରଖୁଛୁ କି, ପ୍ରଥମ ମାସରେ ଆପଣଙ୍କୁ କୌଣସି ବି ଟଙ୍କା ଫେରସ୍ତ ମିଳିବ ନାହିଁ । କ୍ୟାସବ୍ୟାକ ଦ୍ୱିତୀୟ ମାସରୁ ହିଁ ଆରମ୍ଭ ହେବ । ଥରକରେ କେବଳ ୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଉଦାହରଣ ସ୍ୱରୂପ, ପ୍ରତି ମାସ ୫୦ ଟଙ୍କାର କ୍ୟାସବ୍ୟାକ ମିଳିବ ଅର୍ଥାତ୍ ୭ ମାସରେ ୩୪୯ ଟଙ୍କାର ପୂରା କ୍ୟାସବ୍ୟାକ୍ ଆପଣଙ୍କୁ ମିଳିଯିବ । ତେବେ ଏହି ଅଫର ଏୟାରଟେଲ ‘ମାଇ ଆପ’ ରେ ଉପଲବ୍ଧ ।

ଏୟାରଟେଲ ଏହି ପ୍ଲାନ ଆଧାରରେ ୟୁଜର୍ସଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ ୧ଜିବି ୪ଜି ଡାଟା ଦେଉଛି । ଏହାଛଡା କୌଣସି ବି ନେଟୱର୍କରେ ଉଭୟ ଲୋକାଲ ଏବଂ ଏସିଟିଡି ଅସୀମ ଭଏସ କଲିଂର ସୁବିଧା ମଧ୍ୟ ଦେଉଛି ।

ସୌଜନ୍ୟ: ଆଜତକ୍