୩୦ ଜାନୁଆରୀରୁ ଅଚଳ ହେବ ଏୟାରସେଲ ସିମ୍ ! ଟ୍ରାଇ ଦେଲା ନିର୍ଦ୍ଦେଶ, ତୁରନ୍ତ କରି ଦିଅନ୍ତୁ ପୋର୍ଟେବୁଲ୍

52

ରିଲାଏନ୍ସ ଜିଓ ବଜାରକୁ ଆସିବା ପରଠାରୁ ଯଦିଓ ଟେଲିକମ ଜଗତରେ ପ୍ରତିସ୍ପର୍ଦ୍ଧା ବୃଦ୍ଧି ପାଇଛି ହେଲେ ଅନ୍ୟ ବଡ ବଡ ଟେଲିକମ କଂପାନୀମାନଙ୍କର ସ୍ଥିତି ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ପହଂଚିଛି । ଯାହାଦ୍ୱାରା ଗୋଟିଏ ପରେ ଗୋଟିଏ କଂପାନୀ ଏବେ ବନ୍ଦ ହେବାକୁ ବସିଲାଣି । ଇତି ମଧ୍ୟରେ ଟେଲିକମ କଂପାନୀ ଏୟାରସେଲ ନିଜର ସର୍ଭିସ ବନ୍ଦ କରିବାକୁ ଯାଉଛି । ଆସନ୍ତା ମାସ ତଥା ୩୦ ଜାନୁଆରୀ,୨୦୧୮ରେ ଏୟାରସେଲର ସେବା ବନ୍ଦ ହୋଇଯିବ । କଂପାନୀ ୬ଟି ରାଜ୍ୟରେ ନିଜର ସେବାକୁ ବନ୍ଦ କରିବାକୁ ଯାଉଛି । ଏୟାରସେଲ ସେବା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜରାଟ ସମେତ ୬ଟି ରାଜ୍ୟରେ ବନ୍ଦ ହୋଇଯିବ ।

ସୂଚନା ମୁତାବକ, ଏୟାରସେଲ ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ୱେଷ୍ଟ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନିଜର ସେବାକୁ ବନ୍ଦ କରିବାକୁ ଯାଉଛି । ତେବେ ଏହି ସମସ୍ତ ରାଜ୍ୟମାନଙ୍କରେ ଏୟାରସେଲର ସେବା ଆସନ୍ତା ମାସ ତଥା ଜାନୁଆରୀ ୩୦ରୁ ଶେଷ ହୋଇଯିବ । ଟ୍ରାଇ ନିଷ୍ପତି ଆଧାରରେ ଉକ୍ତ ସମୟ ସୀମା ମଧ୍ୟରେ ସମସ୍ତ ୟୁଜର୍ସ ନିଜ ନିଜର ନମ୍ବରକୁ ପୋର୍ଟେବୁଲ କରିବାକୁ ନିଦ୍ଦେଶ ଦେଇଛି । ଏଥିସହିତ ଟ୍ରାଇ କଂପାନୀକୁ ମଧ୍ୟ ନିଜର ଗ୍ରାହକମାନଙ୍କୁ ଏଥିରେ ସହଯୋଗ କରିବାକୁ ନିଦ୍ଦେଶ ଦେଇଛି ।

ସେହିପରି କଂପାନୀ ମଧ୍ୟ ଏହି ସମସ୍ତ ରାଜ୍ୟରେ ନିଜର ସେବା ପାଇଁ ନେଇଥିବା ଲାଇସେନ୍ସକୁ ଟ୍ରାଇକୁ ଫେରାଇ ଦେଇଛି । ଟ୍ରାଇ ନିୟମ ଅନୁସାରେ, ଲାଇସେନ୍ସ ଫେରସ୍ତ କରିବାର ସମୟ ସୀମାଠାରୁ ୬୦ ଦିନ ମଧ୍ୟରେ ଏୟାରସେଲର ପରିଚାଳନା ତଥା ସେବାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯିବ । ଯାହାକି ୩୦ ଜାନୁଆରୀକୁ ସଂପୂର୍ଣ୍ଣ ହେବାକୁ ଯାଉଛି ।