ବନ୍ଦ ହେବ ଏୟାରସେଲ ! କଂପାନୀ କଲା ସତର୍କ

43

ଟେଲିକମ୍ ଜଗତରେ ଜିଓର ଜବରଦସ୍ତ ପ୍ରବେଶ ଏବେ ବାକି କଂପାନୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ଯେଉଁଥିପାଇଁ ଜିଓକୁ ଟକ୍କର ଦେବା ଆଳରେ ବାକି ଟେଲିକମ୍ କଂପାନୀମାନେ ମଧ୍ୟ ଜିଓ ଭଳି ଶସ୍ତା ଏବଂ ମାଗଣା ଅଫରମାନ ଲଂଚ କରି ଲୋକଙ୍କୁ ପ୍ରଲୋଭିତ କରିବାକୁ ବାଧ୍ୟ ହୋଇଛନ୍ତି । ମାତ୍ର ଅନ୍ୟପଟରେ ଏହି କଂପାନୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଛି । ଟେଲିକମ ଜଗତର ଗୋଟିଏ ପରେ ଗୋଟିଏ କଂପାନୀ ଏବେ ଋଣ ବୋଝରେ । ତେବେ ଏହି କାରଣରୁ ପ୍ରଥମେ ଡୋକୋମ ଭଳି ନାମକରା କଂପାନୀର ସେବା ବନ୍ଦ ହେବା ପରେ ପରେ ଏବେ ଏୟାରସେଲର ମଧ୍ୟ ସମାନ ପରିସ୍ଥିତି ଉପୁଜିଛି ।

ସୂଚନା ମୁତାବକ, ଏୟାରସେଲ ୬ ଟେଲିକମ ସର୍କଲ୍ସରେ ନିଜର ସେବା ବନ୍ଦ କରିବାକୁ ଯାଉଛି ବୋଲି ଖବର ମିଳିଛି । ତେବେ ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ମହାରଷ୍ଟ୍ର ଏବଂ ହିମାଚଳପ୍ରଦେଶରେ କଂପାନୀ ନିଜର ସେବାକୁ ବନ୍ଦ କରିପାରେ । କାରଣ, ଏହି ସମସ୍ତ ସହରମାନଙ୍କରେ ଏୟାରସେଲ ଏବେ ୨ଜି ସର୍ଭିସ ଦେଉଛି । ତେଣୁ ବାରମ୍ବାର କ୍ଷତି କାରଣରୁ ଏୟାରସେଲ ଏହି ସହରମାନଙ୍କରେ ନିଜର ସେବାକୁ ବନ୍ଦ କରିପାରେ ବୋଲି ମିଳିଥିବା ସୂଚନାରୁ ଯାହା ଜଣା ପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଏୟାରସେଲ ଏହି ସହରମାନଙ୍କରେ ନିଜର ୨ଜି ସର୍ଭିସ୍ ସରକାରଙ୍କୁ ଫେରାଇ ଦେଇପାରେ । ଏୟାରସେଲ ତାର ସମ୍ଭାବିତ କ୍ରେତାଙ୍କ ସହ ମଧ୍ୟ ଏନେଇ ଆଲୋଚନା ଜାରି ରଖିଛି । ଯଦିଓ ବର୍ତ୍ତମାନ କଂପାନୀ ତରଫରୁ ଏବାବଦକୁ ସେଭଳି କୌଣସି ସୂଚନା ମିଳିନାହିଁ ତେବେ ଏୟାରସେଲ ଉପରେ ୧୫,୫୦୦କୋଟି ଟଙ୍କାର କରଜ ରହିଥିବା ନେଇ ମିଳିଥିବା ସୂଚନା ଜଣାପଡିଛି ।