ମାତ୍ର ୩୦ ଟଙ୍କାରେ ଆଂଟି ଭାଇରସ୍ କିଣି ବର୍ଷକ ପାଇଁ ହୋଇଯାଆନ୍ତୁ ଚିନ୍ତା ମୁକ୍ତ

61

ସ୍ମାର୍ଟଫୋନକୁ ନେଇ ଲୋକଙ୍କଠାରେ ଉକ୍ରଣ୍ଠା ଦିନକୁ ଦିନ ବୃଦ୍ଧିପାଇପାରେ ଲାଗିଛି । ଏହା ସଙ୍ଗେ ସଙ୍ଗେ ବି ଫୋନର ସୁରକ୍ଷାକୁ ନେଇ ବିପଦମାନ ସୃଷ୍ଟି ହେବାରେ ଲାଗିଛି । ଆଉ ଏଭଳି ପରିସ୍ଥିତିରେ ଏୟାରସେଲ ନିଜର ଗ୍ରାହକଙ୍କ ପାଇଁ ଏକ ଉତ୍ତମ ମୋବାଇଲ ସେବା ଏବଂ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶାରେ ଏଭାଷ୍ଟ ସହିତ ହାତ ମିଳାଇଛି ।

ସୂଚାନ ମୁତାବକ, ଏଭାଷ୍ଟ ଡିଜିଟାଲ ସିକ୍ୟୁରିଟି ପ୍ରଡକ୍ଟସ କଂପାନୀ ଭାବେ ବେଶ୍ ଜଣାଶୁଣା । ତେବେ ଏହି ଭାଗୀଦାରୀ ପରେ ଏୟାରସେଲର ୮୦ ମିଲିୟନ ଗ୍ରାହକ ଏଭାଷ୍ଟର ମୋବାଇଲ ସୁକ୍ୟୁରିଟି ଏବଂ ଏଭାଷ୍ଟ କ୍ଲିନଅପକୁ ଏୟାରସେଲ ପ୍ରୋଟେକ୍ସ ଅଫର ଆଧାରରେ ଲାଭ ଉଠାଇ ପାରିବେ । ଯାହାଦ୍ୱାରା ଗ୍ରାହକମାନେ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ମାସକ ପାଇଁ ଆଂଟି ଭାଇରସ କିଣି ପାରିବେ । ସେହିପରି ଯଦି କେହି ଚାହିଁବେ ତେବେ ୨୦୫ଟଙ୍କା ପେମେଂଟ କରି ବର୍ଷକ ପାଇଁ ଏହି ସେବାର ଲାଭ ଉଠାଇପାରିବେ । ଏହି ଅଫରର ଲାଭ ଆପଣ ‘ନିୟୁ ମାଇଏୟାରସେଲ’ ଆପ ଜରିଆରେ ଉଠାଇପାରିବେ ।

ଏଠାରେ ଆମେ କହି ରଖୁଛୁ କି, କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଏୟାରସେଲ ପୁଣି ଏକ ନୂଆ ଅଫର ଲଂଚ କରିଥିଲା । ଯାହାକି କେବଳ ମୁମ୍ବାଇବାସୀଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଅଫରର ଲାଭ ଉଭୟ ନୂଆ ଏବଂ ପୁରୁଣା ପ୍ରିପେଡ ଗ୍ରାହକମାନେ ଉଠାଇପାରିବେ । ତେବେ ଏହି ପ୍ଲାନରେ ଗ୍ରାହକଙ୍କୁ ବର୍ଷକ ପାଇଁ ଏସଟିଡି ଏବଂ ଲୋକାଲ କଲ ଓ ୨ଜି ଡାଟାର ସୁବିଧା ମିଳିବ ।

ସେହିପରି ନିଜର ପୁରୁଣା ଗ୍ରାହକମାନଙ୍କ ପାଇଁ କଂପାନୀ ଏକ ୧୯୯ଟଙ୍କିଆ ଅଫର ପ୍ଲାନ ଲଂଚ କରିଛି । ଯାହାର ବୈଧତା ରହିଛି ୨୮ ଦିନ । ଏଥିରେ ଗ୍ରାହକଙ୍କୁ ମିଳିବ ଅସୀମ ଲୋକାଲ ଏବଂ ଏସଟିଡି କଲ ସହିତ ୨ଜି ଡାଟା ।