ଏଣିକି ବାଇକ୍ ଦୁର୍ଘଟଣାରେ ଯିବନି କାହାର ବି ଜୀବନ । ବଜାରକୁ ଆସିଲା ନୂଆ ଟେକନିକ୍, ଆକ୍ସିଡେଂଟ ହେବା କ୍ଷଣି ଚାଳକଙ୍କୁ କରିବ କଭର
ଆମ ଶରୀରକୁ ସବୁଠାରୁ ବେଶି ବିପଦ ମୁଣ୍ଡରେ ଆଘାତ ଲାଗିବା କାରଣରୁ ହିଁ ହୋଇଥାଏ ଆଉ ଯଦି ତାହା ବହୁତ ଗମ୍ଭୀର ହୋଇଥିବ ତେବେ ଉକ୍ତ ବ୍ୟକ୍ତି କୋମା, ପାଗଳ, ସ୍ମୃତି ଶକ୍ତି ହରାଇବା କିମ୍ବା ଜୀବନ ବି ଚାଲିଯାଇପାରେ । ଦୁର୍ଘଟଣାରେ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକର କ୍ଷତି ଆପଣଙ୍କୁ ସାମାନ୍ୟ ଲାଗିଥାଏ ସତ କିନ୍ତୁ ମୁଣ୍ଡରେ ଆଘାତ ଲାଗିବା ଦ୍ୱାରା ବ୍ୟକ୍ତିର ବଂଚିବା ନେଇ କୌଣସି ଗ୍ୟାରେଂଟି ରହିନଥାଏ । ହେଲେ ଏବେ ଆଉ ଏଭଳି ହେବ ନାହିଁ । ଏଣିକି କୌଣସି ବି ବ୍ୟକ୍ତିଙ୍କର ବାଇକ୍ ଜନିତ ଦୁର୍ଘଟଣାରେ ଜୀବନ ଯିବ ନାହିଁ । କାରଣ ବଜାରକୁ ବର୍ତ୍ତମାନ ଏଭଳି ବି ଟେକନିକ୍ ଚାଲିଆସିଲାଣି, ଯାହାଦ୍ୱାରା ଚାଳକଙ୍କୁ ସଂପୂର୍ଣ୍ଣ ସୁରକ୍ଷା ମିଳିବ ।
Kanak News is now on WhatsApp
Join and get latest news updates delivered to you via WhatsApp
କାର ଭଳି ଏଣିକି ମୋଟରସାଇକେଲରେ ବି ସେଫ୍ଟି ପାଇଁ ଏୟାରବ୍ୟାଗ ମିଳିବ । ନ୍ୟୁୟର୍କର କଂପାନୀ Cheddar ଫାଉଣ୍ଡର ଏବଂ ସିଇଓ ଜନ ଷ୍ଟିନବର୍ଗ ନିଜ ସୋସିଆଲ ପେଜରେ ମୋଟରସାଇକେଲ ଏୟାରବ୍ୟାଗର ଏକ କନସେପ୍ଟ ଭିଡିଓ ସେୟାର କରିଛନ୍ତି । ଯାହାକୁ ‘ଏୟାରବ୍ୟାଗ ଫର୍ ବାଇକ’ ର ନାଁ ଦିଆଯାଇଛି । ତେବେ ଏହି ଏୟାରବ୍ୟାଗ ଏକ ବେଲ୍ଟରେ ରହିବ, ଯାହାକି ଉଭୟ ରାଇଡିଂ ସିଷ୍ଟମ ଏବଂ ସିଟକୁ ସିକ୍ୟୁର କରିବ ।
ରାଇଡିଂ ସମୟରେ ଏହି ବେଲ୍ଟକୁ ଗାଡି ଚାଳକଙ୍କୁ ପିନ୍ଧିବାକୁ ହେବ । ଦୁର୍ଘଟଣା ସମୟରେ ବେଲ୍ଟରୁ ଏୟାରବ୍ୟାଗ ବାହାରି ରାଇଡରକୁ କଭର କରିଦେବ । ସେହିପରି ଏଥିରେ ମୋସନ ସେନସର ମଧ୍ୟ ରହିଛି, ଯାହା ବିପଦ ସମୟରେ ଆକ୍ଟିଭ ହୋଇଯିବ । ତେବେ ଏହାକୁ କେବେ ଲଂଚ କରାଯିବ ଏବଂ ଏହାର ଦାମ କେତେ ରହିବ , ଏସଂପର୍କରେ ଏଯାବତ୍ କୌଣସି ବି ସୂଚନା ଆମକୁ ହସ୍ତଗତ ହୋଇନାହିଁ ।