ମାତ୍ର ୧ ଟଙ୍କାରେ କରନ୍ତୁ ବିମାନ ଯାତ୍ରା ! ଜାଣନ୍ତୁ କେଉଁ ଏୟାରଲାଇନ୍ ଦେଉଛି ଏଭଳି ସୁବିଧା

46

ଦେଶର ସର୍ବ ପ୍ରଥମ ଶସ୍ତା ଘରୋଇ ବିମାନ ‘ଏୟାର ଡେକ୍କାନ’ ଗୁରୁବାର ତଥା ଆଜିଠାରୁ ନିଜର ସେକେଣ୍ଡ ଇନ୍ସିଂ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ କଂପାନୀ ଏକ ବିଶେଷ ଅଫର ମଧ୍ୟ ରଖିଛି । ତେବେ ଏହି ଅଫର ଆଧାରରେ ଡେକ୍କାନ କିଛି ଲୋକଙ୍କୁ ମାତ୍ର ୧ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ ଦେଉଛି ।

୨୦୦୩ରେ ‘ଏୟାର ଡେକ୍କାନ’ର ସ୍ଥାପନା ଜି.ଆର.ଗୋପିନାଥ କରିଥିଲେ । ଯାହାର ବିଲୟ ୨୦୦୮ରେ କିଙ୍ଗଫିସର ଏୟାରଲାଇନ ସହିତ କରି ଦିଆଯାଇଥିଲା । ଏଠାରେ ଆମେ କହି ରଖୁଛୁ କି, କିଙ୍ଗଫିସର ଏୟାରଲାଇନ ବର୍ତ୍ତମାନ ବନ୍ଦ ହୋଇସାରିଛି ।

ମିଂଟ ଏୟାରଲାଇନର ସଂସ୍ଥାପକ ଗୋପିନାଥଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି, ଏୟାର ଡେକ୍କାନ ୨୨ ଡିସେମ୍ବରରୁ ନିଜର ପ୍ରଥମ ଉଡାଣ ଭରିବ । ଏହାର ପ୍ରଥମ ଉଡାଣ ମୁମ୍ବାଇରୁ ନାସିକ୍ ପର୍ଯ୍ୟନ୍ତ ହେବ । ଗୋପିନାଥ ସୂଚନା ମୁତାବକ, କିଛି ଲୋକମାନଙ୍କ ପାଇଁ ୧ ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ମଧ୍ୟ ଦିଆଯିବ । ବର୍ତ୍ତମାନ ୪୦ମିନିଟର ନାସିକ-ମୁମ୍ବାଇର ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୪ ଶହ ଟଙ୍କା ଦେବାକୁ ପଡିଥାଏ । ଏୟାର ଡେକ୍କାନ ନାସିକ୍-ପୁଣେ ଏବଂ ମୁମ୍ବାଇ ଏବଂ ଜଲଗାଂଓ ମଧ୍ୟରେ ପ୍ରତିଦିନ ଫ୍ଲାଇଟ୍ ଅପରେଟ୍ କରିବ । ତେବେ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀରୁ ଆଗ୍ରା, ସିମଲା, ଲୁଧିୟାନା, ପଂତନଗର, ଦେହରାଦୁନ ଏବଂ କୁଲ୍ଲୁ ପର୍ଯ୍ୟନ୍ତ ଉଡାଣ ଆରମ୍ଭ କରିବାର ଯୋଜନା ରହିଛି । ସୂଚନା ମୁତାବକ, ଗୋପିନାଥ କେନ୍ଦ୍ର ସରକାରଙ୍କର ଶସ୍ତା ବିମାନ ଯାତ୍ରା ପାଇଁ ଆଣିଥିବା ‘ଉଡାଣ ଯୋଜନା’ ଆଧାରରେ ନିଜର ଏୟାରଲାଇନ୍ ଚଲାଇବ । ଏଥିପାଇଁ କଂପାନୀ ସାଧାରଣ ଲୋକଙ୍କୁ ଖୁବ୍ କମ ଭଡାରେ ଯାତ୍ରା କରିବାର ସୁଯୋଗ ଦେଉଛି ।

ଉଲ୍ଲେଖନୀୟ ଯେ, ମୋଦି ସରକାର ଘରୋଇ ବିମାନରେ ଯାତ୍ରା ଶସ୍ତା କରିବା ପାଇଁ ‘ଉଡାଣ ସ୍କିମ’ର ଶୁଭାରମ୍ଭ କରିଛନ୍ତି । ‘ଉଡାଣ’ ଆଧାରରେ ବିମାନ ଟିକେଟର ଭଡାର ସୀମା ୨,୫୦୦ଟଙ୍କା ପ୍ରତି ଘଂଟା ପର୍ଯ୍ୟନ୍ତ ସୀମିତ । ଏହି ଯୋଜନାରେ ସାମିଲ ହୋଇଥିବା ବିମାନ କଂପାନୀମାନଙ୍କୁ ‘ବିଜିଏଫ’ ଆଧାରରେ ସବସିଡ୍ ସହ ଅନ୍ୟାନ୍ୟ ପ୍ରୋତ୍ସାହନ ମଧ୍ୟ ଦିଆଯିବ । ତେବେ ଗତ ମାସ ଏୟାର ଇଣ୍ଡିଆର ସହାୟକ ‘ଏୟାର’ ଏହି ଯୋଜାନ ଆଧାରରେ ଦିଲ୍ଲୀ-ସିମଲା-ଦିଲ୍ଲୀ ମାର୍ଗରେ ଉଡାଣ ଆରମ୍ଭ କରିଛି ।
ସୌଜନ୍ୟ: ଆଜତକ୍