ମୃତ୍ୟୁ ପରେ ବି ଜୟଲଳିତାଙ୍କ ବ୍ୟାଙ୍କ ଖାତାରେ ରହସ୍ୟମୟୀ ଭାବେ ଜମା ହେଉଛି ଟଙ୍କା।ଏହା ପଛର ସତ୍ୟତା ଜାଣିଲେ ଆପଣ ବି ହୋଇଯିବେ ଚକିତ

429

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନେଇ ଏକ ବହୁତ ବଡ ଖବର ସାମନାକୁ ଆସିଛି । ରିପୋର୍ଟ ଅନୁସାରେ, ଆଜକୁ ଜୟଲଳିତାଙ୍କର ମତ୍ୟୁକୁ ନେଇ ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଲାଣି ସତ କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା କି, ତାଙ୍କର ମୃତ୍ୟୁ ପରେ ବି ତାଙ୍କ ବ୍ୟାଙ୍କ ଆକାଉଂଟ ଏବେବି ସକ୍ରିୟ ରହିଛି । ଖାଲି ଏତିକି ନୁହେଁ, ଏଇ କିଛି ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ମଧ୍ୟ ପଠାଯାଉଛି, ଯାହାକୁ ନେଇ ଉଭୟ ଆୟକର ବିଭାଗ ଏବଂ ବାକି ସମସ୍ତ ଅଧିକାରୀମାନେ ଚକିତ ହୋଇପଡିଛନ୍ତି । ଏଠାରେ ଆମେ କହି ରଖୁଛୁ କି, ତାମିଲନାଡୁରେ ଜୟଲଳିତାଙ୍କ ଲୋକପ୍ରିୟତା ଏତେ ଅଧିକ କି ତାଙ୍କୁ ଲୋକେ ଇଶ୍ୱର ଭଳି ମାନନ୍ତି ।

ଜୟଲଳିତାଙ୍କ ନିଧନ ୨୦୧୬, ଡିସେମ୍ବର ମାସରେ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ଲୋକଙ୍କୁ ଏତେମାତ୍ରାରେ ବ୍ୟଥିତ କରିପକାଇଥିଲା କି କିଛି ଲୋକେ ତ ଆତ୍ମହତ୍ୟା କରିବାକୁ ପଛେଇନଥିଲେ । ଜୟଲଳିତାଙ୍କ ଶେଷକୃତ୍ୟରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଏବଂ ରାଜନୈତିକ ନେତାମାନେ ସାମିଲ ହୋଇଥିଲେ । ଯାହାର କିଛି ଦିନ ପରେ ହିଁ ତାଙ୍କ ମାଲିକାନାରେ ଥିବା ପୋସ୍ ଗାର୍ଡେନ ହାଉସ ଏବଂ ଅନ୍ୟାନ୍ୟ ସଂପତିଗୁଡିକ ସରକାରଙ୍କ ଅଧିନକୁ ଚାଲିଯାଇଥିଲା । ତେବେ ଏସମସ୍ତ ସ୍ଥାନରେ ଜୟଲଳିତାଙ୍କର ପାଖାପାଖି ୧୬କୋଟି ଟଙ୍କାର ସଂପତି ଥିଲା କିନ୍ତୁ ସବୁକିଛି ସରକାରଙ୍କ ଅଧିନକୁ ଚାଲିଯାଇଥିଲେ ସୁଦ୍ଧା ତାଙ୍କ ଖାତାରେ ଏବେବି ଟଙ୍କା ଜମା ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଖୁଲାସା କରି କହିଛନ୍ତି କି, ଜୟଲଳିତାଙ୍କର ପୃଥକ ପୃଥକ ବ୍ୟାଙ୍କ ଖାତାରେ ପ୍ରତିମାସ ଭଡା ଆକାରରେ ଟଙ୍କା ଜମା ହେଉଛି, ତେବେ ଏହି ସମସ୍ତ ଟଙ୍କା ତାଙ୍କର ଉଭୟ ବ୍ୟବସାୟିକ ଏବଂ ଆବାସୀୟ ସଂପତିଗୁଡିକର , ଯେଉଁଥିରେ ମୁଖ୍ୟ ରୂପରେ ବଡ ବଦାନ୍ୟତା ନିମନ୍ତେ ସଂଗଠିତ ଏକ ନିଗମ ସାମିଲ ରହିଛି । ଜୟଲଳିତାଙ୍କ ନିଧନକୁ ଆଜିକୁ ଯଦିଓ ୨ ବର୍ଷ ବିତିସାରିଲାଣି । କିନ୍ତୁ ତାଙ୍କର କୌଣସି ବି ପରିବାର ସଦସ୍ୟ କିମ୍ବା ସଂପର୍କିୟମାନେ ଏଯାବତ୍ ତାଙ୍କ ବର୍ଦ୍ଧିତ ଟ୍ୟାକ୍ସର ଦାୟିତ୍ୱ ନେଇନାହାଁନ୍ତି ଆଉ ନା ହିଁ ଏସଂପର୍କରେ ଆୟକର ବିଭାଗକୁ ସୂଚିତ କରିଛନ୍ତି । ଯେଉଁ କାରଣରୁ ଏହି ଟଙ୍କା ଆସିବା ଦ୍ୱାରା ଏବଂ ମୃତ୍ୟୁ ପରେ ହୋଇଥିବା ଆୟ ଦ୍ୱାରା ଜୟଲଳିତାଙ୍କ ବକେୟା ଟ୍ୟାକ୍ସ ବୃଦ୍ଧିପାଇବାରେ ଲାଗିଛି ।