ଏକ ଏଭଳି ଦେଶ ! ଯେଉଁଠି ସ୍ୱାମୀଠାରୁ ମାଡ ଖାଇ ସ୍ତ୍ରୀ ହୋଇଥାଏ ଗର୍ବିତ

68

ଗୋଟେ ପଟେ ମହିଳାଙ୍କ ସୁରକ୍ଷା ପାଇଁ ସାରା ଦେଶରେ ପ୍ରୟାସ କରାଯାଉଛି । ମହିଳାଙ୍କ ଉପରେ ହେଉଥିବା ହିଂସା ସାରା ଦେଶରୁ ସବୁଦିନ ପାଇଁ ଦୂର କରିବା ପାଇଁ ବିଭିନ୍ନ ମହଲରେ ବ୍ୟବସ୍ଥା ପରେ ବ୍ୟବସ୍ଥା କରାଯାଇଛି । କିିନ୍ତୁ ଏତେ ସବୁ ହେଲା ପରେ ମଧ୍ୟ ବିଶ୍ୱରେ ଏକ ଏଭଳି ଦେଶ ରହିଛି ଯେଉଁଠି ମହିଳାମାନଙ୍କୁ ମାରପିଟ କରିବା ଜଣେ ପୁରୁଷର ପୁରଷତ୍ୱକୁ ପ୍ରମାଣିତ କରିଥାଏ । ସବୁଠାରୁ ବଡ କଥା ହେଲା ସେଠାକାର ମହିଳାମାନେ ମଧ୍ୟ ଏହାକୁ ଅତ୍ୟନ୍ତ ଗର୍ବର ସହ ଗ୍ରହଣ କରନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଆଫ୍ରିକା ମହାଦେଶର ନୌଆକଚୋତରେ ।

ସୂଚନା ମୁତାବକ, ନୌଆକଚୋତରେ ଏକ ଏପରି ଦେଶ ଯେଉଁଠି ମହିଳାଙ୍କୁ ସେମାନଙ୍କ ସ୍ୱାମୀମାନେ ମାଡ ମାରିବା ଏକ ଗର୍ବର କଥା ବୁଝା ଯାଇଥାଏ । ଏହି ସମାଜରେ ପୁରୁଷ ମାନସିକତାର ଛାପ ଦେଖିବାକୁ ମିଳିଛି । ଆଉ ମହିଳାମାନେ ସ୍ୱାମୀଙ୍କ ଠାରୁ ମାଡ ଖଆଇବା ଏକ ଭଲ କଥା ହୋଇଥାଏ । ଏଠାକାର ମହିଳାଙ୍କ ମାନିବା କଥା ହେଲା ଯଦି ତାଙ୍କ ସ୍ୱାମୀ ତାଙ୍କୁ ମାର ପିଟ କରି ନଥାଏ ତେବେ ସେ ତାଙ୍କୁ ଭଲ ପାଆନ୍ତି ନାହିଁ । ଏହି କାରଣରୁ ସେଠାରେ ଅଧିକାଂଶ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର କ୍ଷତ ମଧ୍ୟ ରହିଥିବାର ଦେଖିବାକୁ ମିଳିଥାଏ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ,ସେଠାକାର ସରକାର ଏହି ପରମ୍ପରାକୁ ରୋକିବାକୁ ପ୍ରୟାସ କରିଥିଲେ ଆଉଁ ଯେଉଁଥି ପାଇଁ ମଧ୍ୟ ବିଭିନ୍ନ ନୀତି ନିୟମ ବି ଜାରି କରିଥିଲେ ଯେପରିକି, ଘରୋଇ ହିଂସା ମାମଲାରେ ୫ ବର୍ଷ ପାଇଁ ଜେଲ ଦଣ୍ଡା ହେଲେ ଏସବୁ ସତ୍ୱେ ଏହାକ କୌଣସି ଅସର ପଡି ନାହିଁ ଏହି ଦେଶରେ ।

‘ଦ ଷ୍ଟାର’ ଗଣମାଧ୍ୟମ ସୂଚନା ମୁତାବକ, ଏହି ଦେଶରେ ସ୍ତ୍ରୀଙ୍କୁ ସେମାନଙ୍କ ସ୍ୱାମୀଙ୍କର ପିଟିବାର ଏକ ପରଂପରା ରହିଛି । ଏହା ଏକ ପ୍ରକାର ଅଭ୍ୟାସରେ ମଧ୍ୟ ପରିଣତ ହୋଇଗଲାଣି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି କାହାଣୀ ସେମାନେ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ବୁଝାଇଥାନ୍ତି । ତେବେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି, ଏଠାକାର ମହିଳାମାନେ ତଲାକ ତଥା ଛାଡପତ୍ରରୁ ବଂଚିବା ପାଇଁ ମଧ୍ୟ ସ୍ୱାମୀଙ୍କଠାରୁ ଏଭଳି ନିର୍ଯାତନା ସହିଥାନ୍ତି । ଏହାକୁ କୌଣସି ମହିଳା ବିରୋଧ କଲେ ତାର ସ୍ୱାମୀ ତାକୁ ଛାଡପତ୍ର ଦେଇଦିଅନ୍ତି ।