ପାଂଚଟି ବିଶ୍ୱାସ ! ଯାହାକୁ ଜବରଦସ୍ତ କରି ଦିଆଯାଇଛି ‘ଅନ୍ଧ’ବିଶ୍ୱାସ. . ଜାଣନ୍ତୁ ପ୍ରକୃତ ରହସ୍ୟ

209

ଭାରତରେ ଅନେକ ଧାରଣା ରହିଛି ଯାହାକୁ ଦବରଦସ୍ତ ଅନ୍ଧବିଶ୍ୱାସ ବନାଇ ଦିଆଯାଇଛି । ଯେମିତି ବିଲେଇ ରାସ୍ତା କାଟିବା, ଘର ଆଗରେ ଲେମ୍ବୁ ଲଙ୍କା ଟଙ୍ଗାଇବା ଇତ୍ୟାଦି । ତେବେ ଜାଣନ୍ତୁ କେମିତି ବିଶ୍ୱାସକୁ ଜୋରକରି ଅନ୍ଧବିଶ୍ୱାସ ବନାଇ ଦିଆଯାଇଛି ।

କଳା ବିଲେଇ ରାସ୍ତା କାଟିବା : ଆଗକାଳରେ ଲୋକମାନେ ବଳଦ ଗାଡିରେ ଯିବାବେଳେ ଲଣ୍ଠନ ନେଇ ଯାଉଥିଲେ । ତେବେ ସେହି ସମୟରେ କୌଣସି ବିଲେଇ, ତେନ୍ଦୁଆ ବା ଅନ୍ୟ ଜୀବଜନ୍ତୁ ରାସ୍ତା ପାର ହେବା ସମୟରେ ସେମାନଙ୍କ ଆଖିର ଚମକରେ ବଳଦ ବା ଘୋଡା ଡରିଯାଉଥିଲେ । ତେଣୁ ସେମାନେ ଅଟକିଯାଇ ଏହି ଜୀବ ମାନେ ଚାଲିଯିବାକୁ ଅପେକ୍ଷା କରୁଥିଲେ । କିନ୍ତୁ ଧୀରେ ଧୀରେ ଏହାକ ଅନ୍ଧବିଶ୍ୱାସରେ ପରିଣତ ହୋଇଗଲା । ଏବେ ଲୋକମାନେ ବିଲେଇକୁ ଅଶୁଭ ମାନୁଛନ୍ତି ।

ଲେମ୍ବୁ ଓ ଲଙ୍କା ଟଙ୍ଗାଇବା : ପୂର୍ବ ସମୟରେ ଲୋକମାନେ ଲେମ୍ବୁ ଓ ଲଙ୍କା ଟଙ୍ଗାଇବାର କାରଣ ଥିଲା ସୂତାରେ ବନ୍ଧାହେବା ଦ୍ୱାରା ଏହାର ଏସିଡ୍ ଶୁଖିଯାଇଥାଏ । ଏବଂ ଏହାର ବାସ୍ନା ପବନରେ ମିଶିବା ସହ କୀଟପତଙ୍ଗ ମରିଯାଆନ୍ତି । କିନ୍ତୁ ଏବେ ଲୋକମାନେ ଖରାପ ନଜରରୁ ଘରକୁ ରକ୍ଷା କରିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି ।
ରାତିରେ କେଶ ଏବଂ ନଖ ନକାଟିବା : ଏବେ ରାତିରେ ନଖ ଏବଂ କେଶ କାଟିବାକୁ ଅଶୁଭ ବୋଲି ମାନୁଛନ୍ତି । କିନ୍ତୁ ପୂରାତନ ସମୟରେ ବିଜୁଳି ନଥିବାରୁ ରାତିରେ ନଖ ଏବଂ କେଶ କାଟୁ ନଥିଲେ । କାରଣ ଅନ୍ଧାରରେ ଆଘାତ ଲାଗିବାର ଭୟ ରହୁଥିଲା ।

ଗ୍ରହଣ ସମୟରେ ବାହାରକୁ ନଯିବା : ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ସମୟରେ ଲୋକମାନେ ନା କିଛି ଖାଅନ୍ତି ନା କିଛି କାମ କରନ୍ତି । କାରଣ ବିଶ୍ୱାସ ରହିଛି ଯେ ଏହି ସମୟରେ କିଛି କଲେ ଜୀବନରେ ଓଲଟା ପ୍ରଭାବ ପକାଇଥାଏ । ଯଦି ଆମେ ପୂରାତନ କାଳ କଥା କହିବା ତେବେ ସେତେବେଳେ ଲୋକମାନେ ଆଲୁଅ ନଥିବା କାରଣରୁ ନିଜକୁ ଏସବୁ ଠାରୁ ନିବୃତ୍ତ ରଖୁଥିଲେ । କାରଣ ପରାଗ ସମୟରେ ଚାରିଆଡ ଅନ୍ଧାର ରହିବା ସହ ଘରେ ମଧ୍ୟ ଆଲୁଅ ନଥାଏ । ଆଉ ଅନ୍ଧାରରେ କୌଣସି କାମ କରିବା ସମ୍ଭବ ନଥିଲା ।

ସଂଧ୍ୟା ପରେ ଘର ଝାଡୁ ନକରିବା : ପୂର୍ବକାଳରେ ଆଲୁଅ ନଥିବାରୁ ସଂଧ୍ୟା ସମୟରେ ଘର ଝାଡୁ କରୁନଥିଲେ । କାରଣ ସେମାନଙ୍କୁ ଲାଗୁଥିଲା ସଂଧ୍ୟରେ ଘର ଓଳାଇଲେ କୌଣସି ଦାମୀ ଜିନିଷ ଏହା ଚାଲିଯାଇପାରେ । ଏହା ସହ ଆଉ ଏକ କାରଣ ହେଉଛି ବିଜୁଳି ନଥିବାରୁ ଘରେ ଲଣ୍ଠନ ବ୍ୟବହାର କରୁଥିଲେ । ତେଣୁ ଝାଡୁ ସମୟରେ ଯଦି ଲଣ୍ଠନ ପଡିଯାଏ ତେବେ ନିଆଁ ଲାଗିବାର ଭୟ ରହୁଥିଲା । କିନ୍ତୁ ଏବେ ଲୋକମାନେ ଭାବୁଛନ୍ତି ସଂଧ୍ୟାରେ ଝାଡୁ କଲେ ଲକ୍ଷ୍ମୀ ଛାଡିଯାଏ ।