ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ୱେଟିଙ୍ଗ ବଦଳରେ ମିଳିବ କନଫର୍ମ ଟିକେଟ୍

42

ସାଧାରଣତଃ ପାର୍ବଣ ଋତୁରେ ରେଳ ଯାତ୍ରା ପାଇଁ କନଫର୍ମ ଟିକେଟ୍ ମିଳିବା ବହୁତ ମୁସ୍କିଲ ହୋଇଥାଏ । ମାତ୍ର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ଚଳିତ ବର୍ଷ ଦିପାବଳୀରେ ସ୍ୱତନ୍ତ୍ର ଟ୍ରେନଗୁଡିକର ପ୍ରଚଳନ କିରବା ଭଳି ବ୍ୟବସ୍ଥା କାରଣରୁ କନଫର୍ମ ଟିକେଟର ଦରରେ ଅହେତୂକ ବୃଦ୍ଧି ପାଇଛି । ଏକଥା ଆମେ କହୁନାହିଁ ବରଂ ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି । ଅଧ୍ୟୟନରୁ ଯାହା ଜଣାପଡିଛି , ଗତ ବର୍ଷ ତୁଳନାରେ ସ୍ଲିପର ଶ୍ରେଣୀରେ ଚଳିତ ବର୍ଷ କନଫର୍ମ ଲିଷ୍ଟ ବହୁତ କମ ରହିଛି । ଚଳିତ ବର୍ଷ ଦିପାବଳୀ ଅବସରରେ ଅବକାଶ ସମୟ ଦେହରାଦୁନ-ହୱାର୍ଡ ଏକ୍ସପ୍ରେସ, ପୁଣେ-ଜମ୍ମୁ ତବି ଝେଲମ ଏକ୍ସପ୍ରେସ ସମେତ ଅନେକ ଦୂରଗାମୀ ଟ୍ରେନଗୁଡିକରେ କନଫର୍ମ ଟିକେଟର ଦର ବୃଦ୍ଧି ପାଇଛି । ଯାହାକି ୬୦.୪୦ ପ୍ରତିଶତ ରହିଛି ।

ସେହିପରି ଛତ୍ରପତି ଟର୍ମିନ୍ସରୁ ହାୱର୍ଡା ସୁପରଫାଷ୍ଟ ମେଲରେ କନଫର୍ମ ଟିକେଟ ଦର ୨୦୧୬ରେ ୪୦.୦ ପ୍ରତିଶତ ତୁଳନାରେ ୨୦୧୭ରେ ଦିପାବଳୀ ଅବସରରେ କ୍ରମଶଃ ୫୦.୪୦ ପ୍ରତିଶତ ହୋଇଛି । ଏଭଳି ଭାବେ ପୁଣେ-ଜମ୍ମୁତବି ଝୋଲ ଏକ୍ସପ୍ରେସ, ପୁଣେ-ଦାନାପୁର ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ବେଙ୍ଗାଲୁରୁ, ଦାନାପୁର ସଂଘମିତ୍ରା ସୁପରଫାଷ୍ଟ ଏକ୍ସପ୍ରେସରେ ମଧ୍ୟ କନଫର୍ମ ଟିକେଟର ସ୍ଥିତିରେ ସୁଧାର ଆସିଛି । ଅଧ୍ୟୟନ ଅନୁସାର, ରେଳ ବିଭାଗରେ କନଫର୍ମ ଟିକେଟର ଦର ଗତ ଦୁଇ ବର୍ଷଠାରୁ ୧୮ ପ୍ରତିଶତ ରହିଛି । ସେହିପରି ୨୦୧୫ରେ କନଫର୍ମ ଟିକେଟର ଦର ୨୫.୫ ପ୍ରତିଶତ ରହିଥିଲା ଯାହାକି ୨୦୧୬ ଏବଂ ୨୦୧୭ରେ ୧୮ ପ୍ରତିଶତରେ ସ୍ଥିର ରହିଛି ।

ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ପ୍ରତି ବର୍ଷ ଦିପାବଳୀ ଏବଂ ଅନ୍ୟାନ୍ୟ ପାର୍ବଣ ଉତ୍ସବ ସମୟରେ ରେଳ ଟିକେଟର ଅଧିକ ଚାହିଦା ରହିଥାଏ । ପରିସ୍ଥିତି ଏଭଳି ହୋଇଥାଏ କି ଅଧିକାଂଶ ଯାତ୍ରୀଙ୍କୁ କନଫର୍ମ ଟିକେଟ ବି ମିଳିନଥାଏ । ତେବେ ନିକଟରେ ଏକ ଆକଳନରୁ ଜଣା ପଡିଛି କି, ଏହି ସମସ୍ୟା କାରଣରୁ କିଛି ଲୋକ ନିଜର ଟିକେଟକୁ କ୍ୟାନସେଲ ମଧ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ଖାଲି ସେତିକି ନୁହେଁ ସ୍ଲିପର ଶ୍ରେଣୀରେ ବି ଗତବର୍ଷ ତୁଳନାରେ ଚଳିତ ବର୍ଷ ଆଭରେଜ୍ ୱେଟିଂ ଲିଷ୍ଟ ବହୁ ତଳକୁ ଖସି ଆସିଛି ବୋଲି ଏହି ଅଧ୍ୟୟନରୁ ଯାହା ଜଣା ପଡିଛି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍