ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଖୁସି ଖବର ! ଏବେ ଆପଣ ଜମା ରଖିଥିବା ଟଙ୍କା ହୋଇଯିବ ଦୁଇଗୁଣା, ଜାଣନ୍ତୁ ପୂରା ମାମଲା

39

ଆଗାମୀ ଦିନରେ ବ୍ୟାଙ୍କ ଜମା ରାଶି ଉପରେ ଗ୍ରାହକଙ୍କୁ ପୂର୍ବପେକ୍ଷା ଅଧିକ ସୁଧ ଦେଇପାରେ । ବ୍ୟାଙ୍କ ଖୁବ୍ ଶୀଘ୍ର ଜମା ରାଶି ଉପରେ ମିଳୁଥିବା ସୁଧ ଦରଗୁଡିକୁ ବୃଦ୍ଧି କରିପାରେ । ତେବେ ଏକଥା ଆମେ କହୁ ନାହୁଁ ବରଂ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରେଟିଂ ଏଜେନ୍ସି ଇକ୍ରାର ଏକ ରିପୋର୍ଟରେ ଏଭଳି ଅନୁମାନ କରାଯାଇ କୁହାଯାଇଛି କି ଗତ କିଛି ମାସ ମଧ୍ୟରେ ବ୍ୟାଙ୍କରେ କରଜ ରାଶି ଖାତାରେ ଜମା ରାଶିଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯାହାଦ୍ୱାରା ଲୋନ ଡିପୋଜିଟର ଅନୁପାତ ଅହେତୂକ ଭାବରେ ବୃଦ୍ଧି ପାଇଛି । ଏବଂ ଏଥିରୁ ଅଶା କରାଯଯାଉଛି କି, ନିକଟ ଭବିଷ୍ୟତରେ ବ୍ୟାଙ୍କ ଜମା ରାଶି ଉପରେ ସୁଧ ଦର ବଢାଇପାରେ । ତେବେ ଚଳିବ ବଜେଟ୍ ବର୍ଷରେ ୫ ଜାନୁଆରୀ ସୁଦ୍ଧା ବୃଦ୍ଧି ପାଇଥିବା କରଜ ୨.୦୨ ଲକ୍ଷ କୋଟି ଟଙ୍କା ରହିଛି । ଯାହାଦ୍ୱାରା ଏହି ଅବସରରେ ୧.୨୭ ଲକ୍ଷ କୋଟି ଟଙ୍କାର ଜମାରାଶିଠାରୁ ଅଧିକ ରହିଛି ।

ଇକ୍ରାର ରିପୋର୍ଟରେ କୁହାଯାଇଛି କି, ସରକାର ନିକଟରେ ପୁନପୁଂଜିକରଣ କାର୍ଯ୍ୟକ୍ରମ ଆଧାରରେ ବ୍ୟାଙ୍କରେ ୮୮,୧୩୯ କୋଟି ଟଙ୍କାର ପୁଂଜି ନିବେଶ କରିଛନ୍ତି । ଯାହାଦ୍ୱାରା କି ଆଗାମୀ କିଛି ମାସ ମଧ୍ୟରେ ସରକାରୀ ବ୍ୟାଙ୍କଗୁଡିକର ଲୋନ ବୃଦ୍ଧିର ଗତି ବୃଦ୍ଧି ପାଇବ । ଏହି ରିପୋର୍ଟରେ ଆହୁରୀ ମଧ୍ୟ କୁହାଯାଇଛି କି, ବ୍ୟାଙ୍କ ନିକଟରେ ନିଜର Excess SLR holdingsକୁ କମାଇବା ଏବଂ ସେଥିରେ ବୃଦ୍ଧି ପାଇଥିବା କରଜରେ ଲଗାଇବାର ବିକଳ୍ପ ରହିଛି । ହେଲେ ସେମାନେ ସମ୍ଭବତଃ ଏଭଳି କରି ନପାରନ୍ତି । କାରଣ ଏଭଳି ହେବା ଦ୍ୱାରା ବ୍ୟାଙ୍କକୁ କ୍ଷତି ସହିବାକୁ ପଡିପାରେ । ୨୯ ସେପ୍ଟେମ୍ବର, ୨୦୧୭ ରୁ ୫ ଜାନୁଆରୀ, ୨୦୧୮ ମଧ୍ୟରେ ବ୍ୟାଙ୍କର ବୃଦ୍ଧି ପାଇଥିବା କରଜ ୧. ୮୫ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ୩୦,୦୦୦ କୋଟି ଟଙ୍କାର ଜମା ବୃଦ୍ଧିର ତୁଳନାରେ ବହୁତ ଅଧିକ ରହିଛି ।