ଫେସବୁକରେ କମେଂଟ ଦେଲେ ହେବ ଜେଲ, ଦେବାକୁ ପଡିବ ୫୦ ହଜାର ଟଙ୍କାର ଜରିମାନା ।

34

ପ୍ରକୃତ ମାମଲାଟି ହେଲା, ଫେସବୁକ ଜରିଆରେ ଜଣେ ଯୁବତୀଙ୍କ ଉପରେ ନଜର ରଖିବା ଏବଂ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଅପରାଧରେ କୋର୍ଟ ଜଣେ ଯୁବକଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୫୦ ହଜାର ଟଙ୍କାର ଜରିମାନା ଦେବାକୁ କଡା ନିର୍ଦ୍ଦେଶ ଦେଇଛି ।

ସୂଚନା ମୁତାବକ, ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ସହରରେ ରହୁଥିବା ସନ୍ତୋଷ ନାମକ ଜଣେ ୨୦ ବର୍ଷୀୟ ଯୁବକ ସେହି ସହରରେ ରହୁଥିବା ଜଣେ ଯୁବତୀଙ୍କୁ ଦୀର୍ଘଦିନ ଧରି ଫେସବୁକରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲା । ପୁଲିସ ସୂଚନା ଅନୁସାରେ, ସନ୍ତୋଷ ଯୁବତୀ ଜଣଙ୍କୁ ବାରମ୍ବାର ଭେଟିବାକୁ କହୁଥିଲା । ହେଲେ ମହିଳା ଜଣକ ତା କଥାରେ ରାଜି ହେଉନଥିଲେ । ଏପରିକି ଫେସବୁକରେ ସନ୍ତୋଷ ପଠାଉଥିବା ମେସେଜଗୁଡିକୁ ମଧ୍ୟ ସେ ଇନନୋର କରିଦେଇଥିଲେ । ଯାହା ଫଳରେ ସନ୍ତୋଷ ରାଗି ଯାଇ ତାଙ୍କୁ ଗାଳି ଦେବା ଆରମ୍ଭ କରିଦେଇଥିଲେ । ମହିଳା ଜଣଙ୍କ ଏବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ଏଥିପାଇଁ ସନ୍ତୋଷକୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।

ଏହା ପରେ ବି ସନ୍ତୋଷର ରାଗ ଶାନ୍ତ ପଡିନଥିଲା । ସେ ପୁଣି ଗାଳିଭରା ମେସେଜ ପଠାଇବା ଆରମ୍ଭ କରିଥିଲା । ଏହାପରେ ଯୁବତୀଙ୍କ ପରିବାର ଲୋକେ ସନ୍ତୋଷ ବିରୋଧରେ ଥାନାରେ ଯାଇ ଅଭିଯୋଗ କରିବାକୁ ପୁଲିସ୍ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ସମସ୍ତ ପ୍ରମାଣକୁ ଭର୍ତ୍ତି କରି କୋର୍ଟ ସନ୍ତୋଷକୁ ଦୁଇ ଦିନ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କାର ଜରିମାନା ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛି ।