ଯଦି ଗ୍ରାହକଙ୍କ ଅଜାଣତରେ ତାଙ୍କ ଖାତାରୁ ଗାଏବ ହୋଇଯାଏ ଟଙ୍କା, ତେବେ ଦାୟୀ ରହିବ ବ୍ୟାଙ୍କ । ଏହି ଉପାୟରେ ଫେରି ପାଇବେ ଚୋରି ହୋଇଯାଇଥିବା ଟଙ୍କା

443

ଏଟିଏମରୁ ଅର୍ଥ କାରବାର ଏବଂ ଅନଲାଇନ ବ୍ୟାଙ୍କିଂ ଜରିଆରେ ଖାତାଧାରକଙ୍କ ସହ ଘଟୁଥିବା କୌଣସି ବି ପ୍ରକାରର ଠକେଇରୁ ବଂଚିବା ପାଇଁ ୩ ବାଇ ସେଭେନ ଡେଜର ନିୟମ ବହୁତ ଉପକାରୀ ପ୍ରମାଣିତ ହୋଇଥାଏ । ରିଜର୍ଭ ବ୍ୟାଙ୍କ ଦ୍ୱାରା ଏହି ସୁବିଧା ବ୍ୟାଙ୍କ ଖାତା ଧାରକଙ୍କୁ ଦିଆଯାଇଛି । ଯାହା ଖାତାଧାରକଙ୍କୁ ଅପରାଧିକ ଗତିବିଧିରୁ ରକ୍ଷା କରିଥାଏ ।

ବ୍ୟାଙ୍କର ଭୁଲ ପାଇଁ ହୋଇଥିବା କ୍ଷତିର ଦାୟୀ ରହିବ ବ୍ୟାଙ୍କ

• ଯେତେବେଳେ ବ୍ୟାଙ୍କର କୌଣସି ଭୁଲ ପାଇଁ ଖାତାଧାରକଙ୍କ ଖାତାରୁ ଅନଧିକୃତ ଅର୍ଥ କାରବାର ଜନିତ ଠକେଇ ହୁଏ ତେବେ ଏଭଳି ପରିସ୍ଥିତିରେ ଏଥିପାଇଁ ପୂରା ଦାୟୀ ରହିବ ଖୋଦ୍ ବ୍ୟାଙ୍କ । ଏଥିପାଇଁ ଖାତାଧାରକଙ୍କ ପାଇଁ ବ୍ୟାଙ୍କକୁ ସୂଚିିତ କରିବା ଜରୁରୀ ନୁହେଁ ।

• ସେହିପରି ଅନଧିକୃତ ଦେଣନେଣରେ ନା ତ ବ୍ୟାଙ୍କ ତରଫରୁ କୌଣସି ସମସ୍ୟା ବା ଭୁଲ ରହିଥାଏ ଏବଂ ନା ହିଁ ଗ୍ରାହକଙ୍କ ତରଫରୁ ବରଂ ଏହି ଅନଧିକୃତ ଦେଣନେଣ ପ୍ରଣାଳୀରେ ଭୁଲ ରହିଥାଏ ତେବେ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ଦେଣନେଣର ସୂଚନା ଦେବାକୁ ପଡିବ ଏବଂ ଜଣାଇବାକୁ ହେବ କି ଏହା ଅନଧିକୃତ ଟ୍ରାନଜାକସନ ଅଟେ ।

• ଏଭଳି କରିବା ଦ୍ୱାରା ଖାତାଧାରକଙ୍କର ଦାୟିତ୍ୱ ଶେଷ ହୋଇଥାଏ । ଯାଂଚରେ ଯଦି ସାମ୍ନାକୁ ଆସେ ବି ଏହି ଟ୍ରାନଜାକସନ ଖାତାଧାରକଙ୍କ ଭୁଲ କିମ୍ବା ଅସାବଧାନତା ପାଇଁ ହୋଇନାହିଁ ତେବେ ବ୍ୟାଙ୍କକୁ ଏହାର ପୂରା କ୍ଷତିପୂରଣ ଦେବାକୁ ହେବ ।

କେଉଁ ସ୍ଥିତିରେ ମିଳିବ ଆଂଶିକ କ୍ଷତିପୂରଣ

 

• ଏଭଳି ମାମଲାରେ ଯେଉଁଥିରେ ଏହି ଫ୍ରଡ ବ୍ୟାଙ୍କିଂ ପ୍ରଣାଳୀ ସମୟରେ ହୋଇଥାଏ, ହେଲେ ଗ୍ରାହକଙ୍କୁ ୩ ଦିନ ମଧ୍ୟରେ ସୂଚନା ନଦେଇ ୪ରୁ ୭ ଦିନ ମଧ୍ୟରେ ସୂଚିତ କରନ୍ତି ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କର ଦାୟିତ୍ୱ ଆଂଶିକ ହୋଇଥାଏ । ଅର୍ଥାତ୍ ଉଠାଣ ହୋଇଥିବା ଟଙ୍କାର କିଛି ଅଂଶ ଖାତାଧାରକଙ୍କୁ ବି ବହନ କରିବାକୁ ପଡିବ । କାହିଁକି ନାଁ ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ପ୍ରତି ବ୍ୟାଙ୍କର ଦାୟିତ୍ୱ ନିମ୍ନ ପ୍ରକାର ହେବ ।

• ଯଦି ଖାତା ବେସିକ୍ ସେଭିଂ ଡିପୋଜିଟ ଆକାଉଂଟ ଅର୍ଥାତ୍ ଜିରୋ ବାଲାନ୍ସ ଆକାଉଂଟ ରହିଛି ତେବେ ବ୍ୟାଙ୍କର ଦାୟିତ୍ୱ ଦେଣନେଣର ରକମ ତଥା ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହେବ ।

• ଏହାଛଡା ବାକି ସମୟରେ ଚାଲୁ . ନଗଦି ଏବଂ ଓଭର ଡ୍ରାଫ୍ଟ ବାଲା ଖାତାରେ ବ୍ୟାଙ୍କର ଦେୟତା ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ହେବ ।

୭ଦିନ ପରେ ଅଭିଯୋଗ କଲେ କଣ ହେବ

ଯଦି ଗ୍ରାହକ ସାତ ଦିନିଆ ତଥା କାର୍ଯ୍ୟ ଦିବସ ପରେ ବ୍ୟାଙ୍କକୁ ଅନଧିକୃତ ନେଣଦେଣର ସୂଚନା ଦିଅନ୍ତି ତେବେ ବ୍ୟାଙ୍କ ବୋର୍ଡ ଏହା ଉପରେ ନିଷ୍ପତି ନେବ ଏବଂ ଏହାକୁ ଆଧାର କରି ମାମଲାରେ ଧାରକଙ୍କ ଦୋଷ ସ୍ଥିର କରାଯିବ । ବ୍ୟାଙ୍କ ବୋର୍ଡ ଯଦି ଚାହିଁବ ତେବେ ଏଭଳି ମାମଲାରେ ଗ୍ରାହକଙ୍କର ଦୋଷକୁ ସଂପୂର୍ଣ୍ଣ ଭାବରେ କ୍ଷମା ବି କରିପାରନ୍ତି । ଏବଂ ବ୍ୟାଙ୍କକୁ କ୍ଷତିର ଭରଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ।

ଅଭିଯୋଗ ପରେ କଣ ହେବ

ଗ୍ରାହକଙ୍କ ଦ୍ୱାରା ସୂଚିତ କରାଯିବାର ୧୦ ଦିନ କାର୍ଯ୍ୟ ଦିବସ ଭିତରେ ବ୍ୟାଙ୍କ ଅନଧିକୃତ ଇଲେକ୍ଟ୍ରୋନିକ ଦେଣନେଣରେ ସାମିଲ ରାଶିକୁ ଗ୍ରାହକଙ୍କ ଖାତାରେ ଜମା କରିବ । ଯଦି ଏଥିସହ ସମ୍ବନ୍ଧିତ କୌଣସି ବୀମା ହୋଇଥିଲେ ତେବେ ବି ବ୍ୟାଙ୍କ ଏହି ସମସ୍ୟାର ସମାଧାନ ପାଇଁ ଅପେକ୍ଷା ନ କରି ରକମ ଜମା କରିବ । ବ୍ୟାଙ୍କ ଗ୍ରାହକଙ୍କର ଭୁଲ ଯୋଗୁ ହୋଇଥିବା ଅନଧିକୃତ ଇଲେକ୍ଟ୍ରୋନିକ ବ୍ୟାଙ୍କିଂ ଦେଣ ନେଣ ମାମଲାରେ ତାର ଦେୟତାରେ ନିଜର ବିବେକ ଦୃଷ୍ଟିରୁ ଆଶ୍ୱସ୍ତି ଦେବାର ନିଷ୍ପତି ମଧ୍ୟ ନେଇପାରିବ ।