ରାଷ୍ଟ୍ରପତିଙ୍କ କାର୍ ରେ କାହିଁକି ନଥାଏ ନମ୍ବର ପ୍ଲେଟ୍ ? ଜାଣିଛନ୍ତି କି ! 

111

ଆପଣ ଆପଣଙ୍କ ଗାଡ଼ିକୁ ବିନା ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଚଲାଇ କରିପାରୁଛନ୍ତି କି ? ଆପଣଙ୍କ ଗାଡ଼ିର ସାମ୍ନା କିମ୍ବା ପଛପଟେ ରେଜିଷ୍ଟ୍ରେସନ ନମ୍ବର ନ ହେବା ଦ୍ୱାରା ଆପଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆ ଯାଇପାରେ କି? କ’ଣ ପୁଲିସ ଆପଣଙ୍କ ଗାଡ଼ି ଜବତ କରି ନେଇ ଯିବ ନି ତ ? କ’ଣ ଆପଣଙ୍କୁ ଚାଲାଣ କାଟିବାକୁ ପଡିନପାରେ କି? ତେବେ ଏହି ସମସ୍ତ ପ୍ରଶ୍ନ ଏଥିପାଇଁ ଉଠୁଛି କି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳ ସମେତ ଅନେକ ଭିଭିଆଇପି ବ୍ୟବହାର କରୁଥିବା ଗାଡିଗୁଡିକରେ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ନଥାଏ । କେବଳ ଏତିକି ନୁହେଁ, ବିଦେଶ ମନ୍ତ୍ରାଳୟ ଅନୁସାରେ ତାଙ୍କ ପାଖରେ ଏଭଳି ୧୪ଟି ଗାଡି ରହିଛି, ଯେଉଁଥିରେ ନମ୍ବର ପ୍ଲେଟ ଲାଗି ନାହିଁ । ଏହି ଯାନବାହନଗୁଡିକ ବିଦେଶ ଅତୀଥିଙ୍କ ସ୍ୱାଗତ ପାଇଁ ବ୍ୟବହାର କରାଯାଇଯାଏ । ମାତ୍ର କେବେ ଆପଣ ଚିନ୍ତା କରିଛନ୍ତି କି, ଏହି ଗାଡିଗୁଡିକ କେଉଁ ନିୟମାନୁଯାୟୀ ଏଭଳି କରିବାକୁ ଛାଡି ଦିଆଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ ଜଣାଇବାକୁ ଯାଉଛୁ ।

ସାର୍ଟିଫିକେଟ୍ ଅଫ ରେଜିଷ୍ଟ୍ରେସନ

ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନର ଅର୍ଥ ଯଦି ସରଳ ଭାଷାରେ କହାଯାଏ ତେବେ କୌଣସି ଗାଡ଼ିକୁ ରାସ୍ତାରେ ଚଳାଚଳ କରିବାକୁ ହେଲେ ଅନୁମତି ନେବା ପାଇଁ ସରକାରଙ୍କ ପକ୍ଷରୁ ଏକ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଦିଆଯାଇଥାଏ । ଏହାକୁ କେବଳ ଆରସି କିମ୍ବା ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ କୁହାଯାଏ । ଏହି ରେଜିଷ୍ଟ୍ରେସନ ନମ୍ବରକୁ ହିଁ, ଆପଣଙ୍କ ଗାଡ଼ିର ନମ୍ବର କୁହାଯାଏ । ଯାହାକୁ ଦିଲ୍ଲୀରେ ଊଖ, ଚଣ୍ଡିଗଡ଼ରେ ଉଐ, ଉତ୍ତର ପ୍ରଦେଶରେ ଟଚ, ଉତ୍ତରାଖଣ୍ଡରେ ଟକ, ପଞ୍ଜାବରେ ଚଈ, ଓ ବିହାରରେ ଈଜରୁ ଆରମ୍ଭ ହୋଇଥାଏ । କୌଣସି ବି ଗାଡ଼ିର ରେଜିଷ୍ଟ୍ରେସନ ୧୫ ବର୍ଷରୁ ଅଧିକ ହୋଇନଥାଏ ।

ଏହାପରେ ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ଶେଷ ହୋଇଯାଏ, ଯଦିଓ ଗାଡ଼ି ଭଲ ସ୍ଥିତିରେ ରହିଛି, ଏବଂ ସବୁ ଟେଷ୍ଟରେ ପାସ କରି ଯାଉଛନ୍ତି, ତେବେ ଆପଣ ରେଜିଷ୍ଟ୍ରେସନକୁ ୫-୫ ବର୍ଷ ପାଇଁ ରିନ୍ୟୁ ମଧ୍ୟ କରିପାରିବେ । ରେଜିଷ୍ଟ୍ରେସନ ବିନା କୌଣସି ବି ଗାଡ଼ିକୁ ସଡକରେ ଚଲାଇବାକୁ ଅନୁମତି ଦିଆଯାଇଥାଏ ନାହିଁ । ରେଜିଷ୍ଟ୍ରେସନ ନମ୍ବର ଆପଣଙ୍କ ଗାଡ଼ିରେ ସଫା ସଫା ଭାବେ ଚିହ୍ନଟ ହେବା ଜରୁରୀ । କେବଳ ଏହା ହିଁ ନୁହେଁ, ବରଂ ଗାଡ଼ି ଚଲାଇବା ସମୟରେ ଆପଣଙ୍କ ପାଖରେ ଗାଡିର ଆରସି ମଧ୍ୟ ଥିବା ଜରୁରୀ ।

ଅସ୍ଥାୟୀ ନମ୍ବର ଦ୍ୱାରା କେତେ ଦିନ ପର୍ଯ୍ୟନ୍ତ ଚଲାଇ ପାରିବେ ଗାଡ଼ି

ଆପଣ ଯଦି ନୂଆ ଗାଡ଼ି ନେଇଛନ୍ତି ତେବେ ଏହାସହ ଏକ ଅସ୍ଥାୟୀ ରେଜିଷ୍ଟ୍ରେସନ ନମ୍ବର ବ୍ୟବହାର କରୁଛନ୍ତି । ତେବେ ଏହାଦ୍ୱାରା ଆପଣ ଗାଡି ଚଳାଇ ପାରିବେ ସତ କିନ୍ତୁ ଧ୍ୟାନ ଦେବେ କି, ଏହି ଅସ୍ଥାୟୀ ରେଜିଷ୍ଟ୍ରେସନ ଦ୍ୱାରା ଆପଣ କୌଣସି ବି ପରିସ୍ଥିତରେ ଏକ ମାସରୁ ଅଧିକ ଗାଡ଼ି ଚଳାଇ ପାରିବେ ନାହିଁ କି, ରିନ୍ୟୁ ମଧ୍ୟ କରି ପାରିବେ ନାହିଁ । ଖାଲି ଏତିକି ନୁହେଁ, ଏକ ମାସ ହେବା ପୂର୍ବରୁ ଆପଣଙ୍କ ଗାଡି଼ର ରେଜିଷ୍ଟ୍ରେସନ ପୁରା ହୋଇଯାଇଛି, ତେବେ ଆପଣ ତୁରନ୍ତ ଆପଣଙ୍କ ଗାଡ଼ି ଉପରେ ରିନ୍ୟୁ କରିବାକୁ ପଡିବ । କାରଣ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ ମିଳିବା ପରେ ଯାଇ ହିଁ ଆପଣଙ୍କର ଏହି ଅସ୍ଥାୟୀ ନମ୍ବରଟି ରଦ୍ଦ ହୋଇପାରିବ ।

୧୨ ମାସ ପର୍ଯ୍ୟନ୍ତ ଡେଡଲାଇନ

ଆପଣଙ୍କୁ ପ୍ରାୟତଃ ଜଣାଥିବ କି, ଯଦି ଆପଣ ଭାରତର କୌଣସି ବି ରାଜ୍ୟ ବା କେନ୍ଦ୍ର ଶାସିତ ପ୍ରଦେଶରୁ ଗାଡି ନେଉଛନ୍ତି, ତେବେ ତାହାର ରେଜିଷ୍ଟ୍ରେସନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ମାନ୍ୟ ବା ଗ୍ରହଣଯୋଗ୍ୟ ହେବ ଦରକାର । ସେହିପରି ଆପଣ ଏହା ମଧ୍ୟ ଜାଣି ରଖିବା ଜରୁରୀ କି, ଯଦି ଆପଣ କୌଣସି ରାଜ୍ୟରୁ ଏକ ଗାଡ଼ି ନେଇଛନ୍ତି । ଏବଂ ଆପଣ ୧୨ ମାସରୁ ଅଧିକ ଦିନ ଯାଏଁ କୌଣସି ଭିନ୍ନ ରାଜ୍ୟରେ ଆପଣ ଗାଡ଼ି ସହିତ ରହୁଛନ୍ତି, ତେବେ ଆପଣଙ୍କୁ ସେହି ରାଜ୍ୟରେ ଗାଡ଼ିକୁ ପୁଣିଥରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଉଦାହରଣ ସ୍ୱରୁପ, ଯେଉଁ ଭଳି ଆମ ଦିଲ୍ଲୀରେ କାର କିଣିଲେ, ତାହାର ରେଜିଷ୍ଟ୍ରେସନ ଊଖ,ରେ ଆରମ୍ଭ ହୁଏ, ଯଦି ଆପଣଙ୍କ ଟ୍ରାଂନସଫର ଲକ୍ଷେ୍ନø ହୋଇ ଯାଉଛି ଏବଂ ଆପଣ ୧୨ ମାସରୁ ଅଧିକ ଦିନ ହେଲାଣି ସେଠାରେ ରହୁଛନ୍ତି । ତେବେ ଆପଣଙ୍କୁ ଟଚ ନମ୍ବରରେ ଆପଣଙ୍କ କାରକୁ ରେଜିଷ୍ଟ୍ରେସନ ପୁଣିଥରେ କରିବାକୁ ପଡିବ । ଏଥିପାଇଁ ଆପଣଙ୍କ ଦିଲ୍ଲୀର ପ୍ରାଧିକାରୀଙ୍କଠାରୁ ନୋ ଓଜ୍ୱେକସନ ସାର୍ଟିଫିକେଟ ବା ଏନଓସି ମଧ୍ୟ ନେବାକୁ ପଡିବ । ଏହାର ସୂଚନା ଆପଣଙ୍କ ମୋଟର ୱିଇଲର ଆକ୍ଟ ୧୯୮୮ରେ ବିସ୍ତାର ଭାବେ ଦିଆଯାଇଛି ।

କଣ କରିବେ

ଖବର ଆରମ୍ଭରୁ ହିଁ ଆମେ ଆପଣଙ୍କ ଅନେକ ପ୍ରଶ୍ନ ପଚାରିଥିଲୁ । ଏବେ ସମୟ ଆସିଛି, ସେହି ପ୍ରଶ୍ନଗୁଡିକ ଉତ୍ତର ଜାଣିବା ଉପରେ । ପ୍ରଶ୍ନ ଥିଲା କି, ଆପଣ ଆପଣଙ୍କ ଗାଡିକୁ ବିନା ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ଚଲାଇପାରିବେ କି ? ତେବେ ଏହାର ସିଧା ଉତ୍ତର ଏହା ହେଉଛି, ନାହିଁ । ଅନ୍ୟ ପ୍ରଶ୍ନଟି ଥିଲା, ଆପଣଙ୍କ ଗାଡ଼ିର ସାମ୍ନା କିମ୍ବା ପଛରେ ରେଜିଷ୍ଟ୍ରେସନ ନମ୍ବର ନଥିବା ଦ୍ୱାରା ଆପଣଙ୍କ ବିରୋଧରେ କ’ଣ କାର୍ଯ୍ୟନୁଷ୍ଠାନ ନିଆଯାଇପାରେ କି ? କ’ଣ ପୁଲିସ ଆପଣଙ୍କ ଗାଡ଼ି ଉଠାଇ ନେବ କି ? କ’ଣ ଆପଣଙ୍କୁ ଏଥିପାଇଁ ଚାଲାଣା କାଟିବାକୁ ପଡିବ କି? ତେବେ ନିୟମ ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ବିନା ଗାଡ଼ି ଚଳାଇବା ଅପରାଧ ଏବଂ ଏହି ଅପରାଧ ପାଇଁ ପୁଲିସ ନା ହିଁ କେବଳ ଚାଲାଣ କାଟିବ ବରଂ ଆପଣଙ୍କର ଗାଡ଼ିକୁ ମଧ୍ୟ ଜବତ କରିପାରେ ।