ଏୟାରଟେଲ, ଭୋଡାଫୋନ, ଆଇଡିଆ ସିମ ବ୍ୟବହାର କରୁଛନ୍ତି କି ? ତେବେ ଜାଣନ୍ତୁ କିପରି କରିବେ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍

51

ମୋବାଇଲ ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିବା ଏବେ ଆହୁରୀ ସହଜ ହୋଇପଡିଛି । ଏଣିକି ଆପଣ ଘରେ ବସି ମଧ୍ୟ ଆପଣଙ୍କର ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିପାରିବେ । କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ କ୍ରମେ ଏହା କରିବା ଏକପ୍ରକାରେ ଜରୁରୀ ହୋଇପଡିଛି ଅଟେ । ଯାହାର ଶେଷ ଅବଧି ୩୧ ମାର୍ଚ୍ଚ ୨୦୧୮ ରହିଛି ।

ତେବେ ଆଧାର ନମ୍ବରକୁ ମୋବାଇଲ ନମ୍ବର ସହ ଲିଙ୍କ କରିବା ପାଇଁ ଆପଣଙ୍କୁ ୧୪୫୪୬ ନମ୍ବରରେ କଲ କରିବାକୁ ପଡିବ । ଏଭଳି କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କର ଆଧାର ନମ୍ବର ଏବଂ ମୋବାଇଲ ନମ୍ବରକୁ ପ୍ରସ୍ତୁତ ରଖିବାକୁ ପଡିବ । କାରଣ ସରକାର ଏହି ଲିଙ୍କିଂ ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ Interactive voice response ତଥା ଆଇଭିଆର ସର୍ଭିସ ଆରମ୍ଭ କରିଛନ୍ତି । ଯାହାଦ୍ୱାରା କି ଲୋକେ ଘରେ ବସି ହିଁ ନିଜର ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିପାରିବେ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ, ଆଇଡିଆ, ଭୋଡାଫୋନ ଆଦି ଟେଲିକମ କଂପାନୀମାନେ ଏହି ପ୍ରକ୍ରିୟାକୁ ଆରମ୍ଭ କରିଦେଇଛନ୍ତି । ରିଲାଏନ୍ସ ଜିଓ ଏବଂ ବିଏସଏନଏଲ ମଧ୍ୟ ଏହି ପ୍ରକ୍ରିୟାକୁ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ।

ଜାଣନ୍ତୁ ଆଧାର ଲିଙ୍କ୍ କରିବାର ପ୍ରକ୍ରିୟା

• ସର୍ବ ପ୍ରଥମେ ଆପଣଙ୍କର ଫୋନ ନମ୍ବରରୁ ୧୪୫୪୬ ନମ୍ବରରେ କଲ କରନ୍ତୁ ।

• ଏହାପରେ ଆପଣଙ୍କୁ ଏଠାରେ ନଜର ଆସିବ କି ଆପଣ ଜଣେ ଭାରତୀୟ ନା ଏନଆରଆଇ, ଯେଉଁଠି ଆପଣଙ୍କୁ ସଠିକ୍ ଅପସନକୁ ଚୟନ କରିବାକୁ ହେବ ।

• ଏହାପରେ ଆଧାର ଏବଂ ମୋବାଇଲ ନମ୍ବରକୁ ଲିଙ୍କ କରିବା ପାଇଁ ଆପଣଙ୍କର ଅନୁମତି ନିଆଯିବ ।

• ଆପଣ ଆପଣଙ୍କର ମୋବାଇଲରେ ୧ ଦିବାଇ ଆପଣଙ୍କର ସହମତି ଦେଇପାରିବେ ।

• ଏହାପରେ ଆପଣଙ୍କୁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ମୋବାଇଲରେ ଡାଏଲ କରିବାକୁ ହେବ ।

• ଏହାପରେ ପୁଣି ଥରେ ୧ ଦବାଇ ଏହାକୁ କନଫର୍ମ କରିବାକୁ ହେବ ।

• ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି କୋଡ ଆସିବ, ଯାହାକୁ ଆପଣଙ୍କୁ ମଗା ଗଲେ ଯାଇ ଦାଖଲ କରିବାକୁ ହେବ ।

• ଏହାପରେ ଆଇଭିଆର ପ୍ରକ୍ରିୟା ଆଧାରରେ ଆପଣଙ୍କୁ ଆପଣଙ୍କର ମୋବାଇଲ ଅପରେଟରକୁ ଆପଣଙ୍କର ଡାଟାକୁ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ ହେବ ।

• ଯେଉଁଥିରେ ଆପଣଙ୍କର ନାଁ, ଫଟୋ, ଜନ୍ମଦିନ ଭଳି ରେକର୍ଡ ବ୍ୟବହାର କରାଯିବ ।

• ଦ୍ୱିତୀୟ ପର୍ଯ୍ୟାୟରେ ଆଇଭିଆର ଆପଣଙ୍କର ମୋବାଇଲ ନମ୍ବରକୁ କନଫର୍ମ କରିବ ।

• ଏହାକୁ କନଫର୍ମ କରିବା ପରେ ଆପଣଙ୍କୁ ଏଠାରେ ଓଟିପି କୋଡ ଦେବାକୁ କୁହାଯିବ । ଆଉ ଓଟିପି କୋଡ ଦେବା ପରେ ଆପଣଙ୍କୁ ୧ ଦବାଇବାକୁ ହେବ ।

• ଏହାପରେ ଆପଣଙ୍କ ନିକଟକୁ ଏକ ମେସେଜ ଆସିବ ଯେଉଁଥିରେ ଲେଖା ଯାଇଥିବ କି ଆପଣଙ୍କର ମୋବାଇ ନମ୍ବରଟି ଆଧାର ଲିଙ୍କ ହୋଇଯାଇଛି ବୋଲି ।

ଏଠାରେ ଆମେ କହି ରଖୁଛୁ କି, ଆଇଭିଆର ସର୍ଭିସ ଉଭୟ ହିନ୍ଦୀ, ଇଂରାଜୀ ସମେତ ଅନେକ କ୍ଷେତ୍ରିୟ ଭାଷାରେ ମଧ୍ୟ ଉପଲବ୍ଧ ।