ରେଳ ଟିକେଟରେ ବି ଆଧାର ଛାପ ! ଏଣିକି ଭେରିଫାଏ କଲେ ମାସକୁ ମିଳିବ ୧୨ଟି ଟିକେଟ

41

ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଆଧାର କାର୍ଡ କାରଣରୁ ରେଳ ଯାତ୍ରା ଏବେ ପୂର୍ବପେକ୍ଷା ଆହୁରୀ ସହଜ ହୋଇପଡିଛି । ସୂଚନା ମୁତାବକ, ଆଇଆରସିଟିସି ଟିକେଟ୍ ବୁକିଂ ପାଇଁ ଆଧାର ସହ ଭେରିଫିକେସନ କରିବା ଦ୍ୱାରା ମାସକ ମଧ୍ୟରେ ୧୨ଟି ରେଳ ଟିକେଟ ବୁକ୍ କରିବାର ଅନୁମତି ଦିଆଯାଇଛି । ଏଠାରେ ଆମେ କହି ରଖୁଛୁ କି, ଏହି ପ୍ରକ୍ରିୟା କେବଳ ଆଧାର ଭେରିଫିକେସନ  ପାଇଁ ହିଁ ଉଦ୍ଦିଷ୍ଟ ।  ଆଧାରକୁ ରେଳ ଯାତ୍ରା  ପାଇଁ ବାଧ୍ୟତାମୂଳକ ବର୍ତ୍ତମାନ ପାଇଁ ଯଦିଓ କରାଯାଇନାହିଁ ତେବେ ଏହା ପୂର୍ବରୁ ଗୋଟିଏ ମାସରେ ଟିକେଟ୍ ବୁକ କରିବାର ସଂଖ୍ୟା ୬ ରଖାଯାଇଥିଲା ।ଟିକେଟ ବୁକ ପାଇଁ ରେଳ ମନ୍ତ୍ରାଳୟ ନିଜର ଗାଉଡଲାଇନରେ କିଛି ପରିବର୍ତ୍ତନ କରିଛି । ଆଇଆରସିଟିସିର ଅନଲାଇନ ପାର୍ଟାଲରେ ଏବେ ଯାତ୍ରୀ ନିଜର ଆଧାର ନମ୍ବର ଅପଲୋଡ କରିପାରିବେ । ଏଭଳି କରିବା ଦ୍ୱାରା ଯାତ୍ରା ସମୟରେ ମାସକୁ ୧୨ଟି ଟିକେଟ ବୁକ୍ କରିପାରିବେ । ସେହିପରି, ଯଦି ଆପଣ ଆଧାର କାର୍ଡର ଡିଟେଲ ଉପଲବ୍ଧ କରାଉନାହାଁନ୍ତି ତେବେ ଗୋଟିଏ ମାସରେ ଆପଣ କେବଳ ୬ଟି ଟିକେଟ  ହିଁ ବୁକ୍ କରିପାରିବେ । ଯେଉଁଥିରେ ଆଇଆରସିଟିସିର ୱେବସାଇଟରୁ ବୁକ୍ କରାଯାଉଥିବା ଟିକେଟ ସହିତ ଆପରୁ ବୁକ୍ କରିଥିବା ଟିକେଟକୁ ମଧ୍ୟ ସାମିଲ କରାଯାଇଛି ।

କିଭଳି କରିବେ ଆଧାର ଅପଡେଟ୍

• ଏଥିପାଇଁ ଯାତ୍ରୀଙ୍କୁ ଆଇଆରସିଟିସିର ୱେବସାଇଟ କିମ୍ବା ଆପକୁ ଯାଇ ‘ମାଇ ପ୍ରୋଫାଇଲ’ କାଟୋଗୋରୀ ଉପରେ କ୍ଲିକ୍ କରିବାକୁ ପଡିବ ।

• ସେଠାରେ ଆଧାର କେୱାଇସିର ବିକଳ୍ପ ନଜର ଆସିବ । ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

• ଏହାପରେ ଆଧାର ନମ୍ବରକୁ ଆପଣ ଅପଡେଟ କରିପାରିବେ ।

• ଏହି ସମୟରେ ଭେରିଫିକେସନ  ପାଇଁ ରେଜିଷ୍ଟର ମୋବାଇଲ ନମ୍ବରରେ ତିଆରି ଓଟିପି କୋର୍ଡ ଆସିବ । ଏହାଦ୍ୱାରା ଭେରିଫାଏ କରିବା ପରେ ଆଧାର କାର୍ଡ ଆଇଆରସିଟିସିରେ ଅପଲୋଡ ହୋଇଯିବ ।

ରେଳ ମନ୍ତ୍ରାଳୟ ଲଂଚ କରିବ ନୂଆ ଆପ-ୱେବସାଇଟ

ଭାରତୀୟ ରେଳ ମନ୍ତ୍ରାଳୟ ନିଜର ୱେବସାଇଟ ଏବଂ ଆଣ୍ଡ୍ରଏଡ ଆଧାରିତ ମୋବାଇଲ ଆପ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ତଥା (ଆଇଆରସିଟିସି)କୁ ଏକ ନୂଆ ଅବତାରରେ ଆଣିବାକୁ ଯାଉଛି । ଏହି ନୂଆ ୱେବସାଇଟ ଏବଂ ଆପ ଜରିଆରେ ଯାତ୍ରୀମାନଙ୍କୁ ଟିକେଟ ବୁକ୍ କରିବାରେ ସହଜ ହେବା ସହ ଖୁବ କମ ସମୟ ମଧ୍ୟ ଲାଗିବ ।

ରେଳ ମନ୍ତ୍ରାଳୟ ସୂଚନା ମୁତାବକ, ଏହି ନୂଆ ୱେବସାଇଟରେ ଅତ୍ୟନ୍ତ ସରଳ ରହିଛି । ଏଥିରେ ଲଗଇନ କରିବା ଏବଂ ବିକଳ୍ପ ଖୋଜିବା ସହଜ ହେବ । ଏଥିସହିତ ବୁକିଂ ସମୟରେ ଉପୁଜୁଥିବା ଟାଇମଆଉଟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ । ନୂଆ ୱେବସାଇଟ ଏବଂ ମୋବାଇଲ ଆପ ଜରିଆରେ ରେଳ ବିଭାଗର ଲକ୍ଷ୍ୟ ରହିଛି ଅନ୍ୟ ଟ୍ରାଭେଲ୍ ୱେବସାଇଟ ଏବଂ ଆପ ତୁଳନାରେ ଅଧିକ ବିଜନେସ କରିବା । ଯଦି ଏହାର ନୂଆ ଫିଚର୍ସ ସଂପର୍କରେ କୁହାଯାଏ ତେବେ ଏହାଦ୍ୱାରା କନଫର୍ମ ଟିକେଟ ଉପଲବ୍ଧ ହେବାକୁଥିବା ତାରିଖ ସଂପର୍କରେ ମଧ୍ୟ ଆପଣଙ୍କୁ ସୂଚିତ କରିଦିଆଯିବ । ଯାହାଦ୍ୱାରା ଲୋକଙ୍କୁ ଯାତ୍ରା ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିସହିତ ତତକାଳର ଦୂରୁପଯୋଗରୁ ବି ରକ୍ଷା ମିଳିବ ।

ତେବେ ରେଲୱେ ଏକ ଏଭଳି ବ୍ୟବସ୍ଥା ଆଣିବାକୁ ଯାଉଛି ଯେଉଁଥିରେ ଯାତ୍ରୀମାନଙ୍କୁ ଟ୍ରେନର ଯିବା ଆସିବା ସମୟ ସଂପର୍କରେ ସୂଚନା ଏସଏମଏସ ଜରିଆରେ ପାଇପାରିବେ । ଏହାବ୍ୟତୀତ ଯାତ୍ରା ସମୟରେ କୌଣସି ପ୍ରକାର ବିଳମ୍ବ ହେବା ନେଇ ସୂଚନା, ଏହାର କାରଣ ଏବଂ ଅଲଗା ଷ୍ଟେସନ ପର୍ଯ୍ୟନ୍ତ ପହଂଚିବାର ସମୟ ସଂପର୍କରେ ମଧ୍ୟ ସୂଚିତ କରିଦିଆଯିବ । ତେବେ ଏହି ନୂଆ ଫିଚର୍ସକୁ ଇଣ୍ଡିଆନ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ ଆଇଏସଆରଓ ସହାୟତାରେ ସାମିଲ କରାଯିବ ଯାହାଦ୍ୱାରା ଯାତ୍ରୀଙ୍କୁ ସାଟେଲାଇଟ ମାଧ୍ୟମରେ ଟ୍ରେନର ସଠିକ୍ ଲୋକେସନ ସଂପର୍କରେ ବି ସୂଚିତ କରିଦିଆଯିବ ।