ଆଧାର ପାଇଁ ଏବେ ଦେବାକୁ ପଡିବ ଟାକ୍ସ ! ୟୁଆଇଡିଏଆଇର ଘୋଷଣା, ଜାଣନ୍ତୁ କେଉଁ ସେବା ପାଇଁ ଦେବାକୁ ପଡିବ କେତେ ଟଙ୍କା

23

ୟୁଆଇଡିଏଆଇ ଏବେ ଆଧାରର କିଛି ସେବାଗୁଡିକର ଚାର୍ଜେସ ବୃଦ୍ଧି କରିଛି । ଯାହାକୁ ପ୍ରାଧୀକରଣ ବିଭାଗ ଟୁଇଟ୍ କରି ସୂଚିତ କରିଛି । ୟୁଆଇଡିଏଆଇ ସୂଚନା ମୁତାବକ, ଆଧାର ଅପଡେକସନ ପାଇଁ ୧୮ ପ୍ରତିଶତ ଦରରେ ବସ୍ତୁ ଏବଂ ସେବା କର ତଥା ଜିଏସଟି ବାବଦକୁ ଲାଗୁ କରାଯିବ । ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଆଧାରର କିଛି ସେବାଗୁଡିକ ଏବେବି ମାଗଣାରେ ଉପଲବ୍ଧ । ଆଧାରର ଏନରୋଲମେଂଟ ଏବେବି ମାଗଣା ଅଟେ ।

ଏବେ ନଜର ପକାନ୍ତୁ କେତେ ପରିମାଣରେ ଦେବାକୁ ପଡିବ ଶୁଳ୍କ

ପ୍ରାଧୀକରଣ ନିକଟରେ ଏଭଳି ଅନେକ ମାମଲା ରହିଛି, ଯେଉଁଥିରେ ଆଧାର କାର୍ଡ ହୋଲ୍ଡର୍ସଙ୍କଠାରୁ ସର୍ଭିସ୍ ଚାର୍ଜେସ୍ ନାଁରେ ଆଧାର ସେଂଟରଗୁଡକରେ ଟଙ୍କା ଆଦାୟ କରାଯାଉଥିଲା । ପୁଣି ଅତିରିକ୍ତ ଶୁଳ୍କ ମଧ୍ୟ ଆଦାୟ କରାଯାଉଥିଲା । ଯାହାକୁ ଦୃଷ୍ଟିରେ ରଖି ଏବେ ଆଧାର ସର୍ଭିସେସ୍ ବାବଦକୁ ଚାର୍ଜ ନିର୍ଦ୍ଧାରଣ କରାଯାଇଛି । ୟୁଆଇଡିଏଆଇ ତରଫରୁ ଲୋକଙ୍କୁ ସତର୍କ ମଧ୍ୟ କରିଦିଆଯାଇଛି କି ଏହି ନିର୍ଦ୍ଧାରିତ ଚାର୍ଜରୁ ଅଧିକ ଟଙ୍କା କୌଣସି କେନ୍ଦ୍ରକୁ ଦିଅନ୍ତୁ ନାହିଁ ବୋଲି । ସେହିପରି ଯଦି କୌଣସି ଆଧାର ସେଂଟରରେ ଆପଣଙ୍କଠାରୁ ଫ୍ରି ଆଧାର ସର୍ଭିସ ଉପରେ ଶୁଳ୍କ ଦାବି କରୁଛନ୍ତି କିମ୍ବା ଚାର୍ଜ ଲାଗୁଥିବା ସେବାଗୁଡିକ ଉପରେ ନିର୍ଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ଦାବି କରୁଛନ୍ତି ତେବେ ଆପଣ ୧୯୪୭ ନମ୍ବରରେ କଲ୍ କରି ଅଭିଯୋଗ କରିପାରିବେ । କିମ୍ବା ଆପଣ help@uidai.gov.inରେ ମେଲ ମଧ୍ୟ କରିପାରିବେ ।

ଏବେ ଜାଣନ୍ତୁ କେଉଁ ସେବାଗୁଡିକ ରହିଛି ମାଗଣା

ୟୁଆଇଡିଏଆଇ ଆଧାର ପାଇଁ ଏନରୋଲମେଂଟକୁ ଫ୍ରି ଅଫ କଷ୍ଟ ସେବାର ଅନ୍ତର୍ଭୁକ୍ତ କରିଛି । ଏନରୋଲମେଂଟ ପାଇଁ କୌଣସି ପ୍ରକାରର କୌଣସି ବି ଶୁଳ୍କ ଦେବାକୁ ପଡିବ ନାହିଁ । ଏଥିସହିତ ଏହାର ସୁରକ୍ଷା ପାଇଁ କାର୍ଯ୍ୟକାରୀ ହୋଇଥିବା ବାୟୋମେଟ୍ରିକଂ ଡିଟେଲ୍ସ ଅପଡେସନ ମଧ୍ୟ ସଂପୂର୍ଣ୍ଣ ଭାବରେ ମାଗଣା ଅଟେ ।