ଅଚଳ ହୋଇପାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ! ସରକାରଙ୍କ ଦ୍ୱାରା ଲାଗୁ ହେଲା ନୂଆ କଟକଣା, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

31

ବ୍ୟାଙ୍କ ଆକାଉଂଟ ଏବଂ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ଭଳି ଏବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ଆଧାର ଲିଙ୍କ ବାଧ୍ୟତାମୂଳକ ହୋଇପାରେ । ଏସଂକ୍ରାନ୍ତରେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଆଲୋଚନା ଜାରି ରହିଛି । ଆଇଟି ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସୂଚନା ମୁତାବକ, ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଲିଙ୍କ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସଂପର୍କରେ ବର୍ତ୍ତମାନ ସେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ଆଲୋଚନା କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି କି, କୌଣସି ରାଜ୍ୟର ଡ୍ରାଇଭର ମଦ୍ୟପାନ କରି ଅନ୍ୟ ରାଜ୍ୟର ଗାଡି ବ୍ୟବହାର କରୁଛନ୍ତି । ଯାହାଦ୍ୱାରା କି ହିଟ୍ ଆଣ୍ଡ୍ ରନ୍ ଭଳି ମାମଲା ସାମ୍ନାକୁ ଆସୁଛି । ତେବେ ଉକ୍ତ ଡ୍ରାଇଭରଙ୍କୁ ଅନ୍ୟରାଜ୍ୟରୁ ଡ୍ରାଇଭିଂ ଲାଇସେନ୍ସ ଅତି ସହଜରେ ମିଳିଯାଇଥାଏ । ଏବେ ଯେତେବେଳେ ସେ ଏଭଳି କରିବେ ତେବେ ସେ ନିଜ ନାଁକୁ ବଦଳାଇ ପାରିବେ ସତ ହେଲେ ନିଜ ଫିଙ୍ଗର ପ୍ରିଂଟକୁ ଆଉ ବଦଳାଇ ପାରିବେ ନାହିଁ । ଯାହାଦ୍ୱାରା ଏହା ଚିହ୍ନଟ ହେବା ସହଜ ହୋଇପାରିବ କି ଉକ୍ତ ଡ୍ରାଇଭର ଜଣକ କେଉଁ ରାଜ୍ୟର ବୋଲି ।

ତେବେ ସରକାରଙ୍କ ତରଫରୁ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବା ପରେ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିବାର ପ୍ରକ୍ରିୟାକୁ ଖୁବ ଶୀଘ୍ର ଲାଗୁ କରାଯାଇପାରେ । ଯଦିଓ ଅଲଗା ଅଲଗା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିବାର ପ୍ରକ୍ରିୟା ପୃଥକ ରହିବ ତେବେ ଏହା ସତ୍ୱେ ବି ଏହି ପ୍ରକ୍ରିୟା ପ୍ରାୟତଃ ସମାନ ରହିବ । ତେବେ ଆଧାରକୁ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ କରିବାର ପ୍ରକ୍ରିୟା ସମସ୍ତ ରାଜ୍ୟର ସଡକ ପରିବହନ ବିଭାଗର ୱେବସାଇଟରେ ଉପଲବ୍ଧ ରହିବ ।

ଆଧାରକୁ ଡ୍ରାଇଭିଂ ଲାଇସେନ୍ସ କିପରି କରିବେ ଲିଙ୍କ

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏବେ ସମସ୍ତ ରାଜ୍ୟର ସଡକ ପରିବହନ ବିଭାଗର ୱେବସାଇଟରେ ଆଧାର ନମ୍ବରକୁ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ କରିବା ନେଇ ସୁବିଧା ଉପଲବ୍ଧ କରାଯିବ ।

• ଆଧାର ନମ୍ବରକୁ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ କରିବା ନେଇ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆପଣ ରହୁଥିବା ରାଜ୍ୟର ସଡକ ପରିବହନ ବିଭାଗର ୱେବସାଇଟକୁ ଯିବାକୁ ପଡିବ ।

• ଏହାପରେ ସେଠାରେ ଉଲ୍ଲେଖ ଥିବା ‘ଆଧାର ନମ୍ବର ଏଂଟ୍ରି’ ଉପରେ କ୍ଲିକ୍ କରିବାକୁ ପଡିବ ।

• ଏହାପରେ ସେଠାରେ ଦର୍ଶାଯାଇଥିବା ‘ରେଜିଷ୍ଟ୍ରେସନ ନମ୍ବର’ ବା ‘ଲାଇସେନ୍ସ ଆଧାର’ରେ ‘ସର୍ଚ୍ଚ ଏଲିମେଂଟ୍’ ଅପସନକୁ ସିଲେକ୍ଟ କରିବାକୁ ପଡିବ ଏବଂ ସେଠାରେ ଆପଣଙ୍କର ରେଜିଷ୍ଟ୍ରେସନ ବା ଲାଇସେନ୍ସ ନମ୍ବରକୁ ଦାଖଲ କରିବାକୁ ପଡିବ ।

• ଏହାପରେ ‘ଗେଟ୍ ଡିଟେଲ୍ସ’ ଆଇକନ ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ । କ୍ଲିକ୍ କରିବା କ୍ଷଣି ସେଠାରେ ଆପଣଙ୍କୁ ଆପଣଙ୍କର ଗାଡିର ସମସ୍ତ ତଥ୍ୟ ନଜର ଆସିବ ।

• ତେବେ ଏହାର ଠିକ୍ ତଳ ଭାଗକୁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବରର ‘କଲମ’ ନଜର ଆସିବ ।

• ଏହାପରେ ସେଠାରେ ଆପଣଙ୍କୁ ଆପଣଙ୍କର ମୋବାଇଲ ନମ୍ବର ସହିତ ‘୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର’ ଦାଖଲ କରିବାକୁ ପଡିବ ।

• ଶେଷରେ ‘ସବମିଟ୍ ବଟନ’ ଉପରେ କ୍ଲିକ କରିବାକୁ ପଡିବ । ଏହାପରେ ଆପଣଙ୍କ ମୋବାଇଲକୁ ଏକ କନଫର୍ମମେସନ ମେସେଜ ଆସିବ । ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଆଧାର କାର୍ଡ ସହିତ ସଂଯୋଗ ହୋଇଯାଇଛି ।