ଭୋଟରକାର୍ଡ ଭଳି ଘରେ ବସି ବନାଇପାରିବେ ପାନକାର୍ଡ ! ସଙ୍ଗେ ସଙ୍ଗେ ଆପଣଙ୍କ ପାଖକୁ ଚାଲିଆସିବ କାର୍ଡ, ସେ ବି ପୁଣି ମାଗଣାରେ… ଜାଣନ୍ତୁ ପୂରା ପ୍ରକ୍ରିୟା

156

ଏଣିକି ହାତକୁ ହାତ ମିଳିବ ପାନକାର୍ଡ । ଏଥିପାଇଁ ଲୋକଙ୍କୁ କୌଣସି ଶୁଳ୍କ ମଧ୍ୟ ଦେବାକୁ ପଡିବ ନାହିଁ । ତେବେ ଏସଂପର୍କରେ ଖୋଦ୍ ଆୟକର ବିଭାଗ ସୂଚନା ଦେଇଛି । ଗତକାଲି ଆୟକର ବିଭାଗ ତରଫରୁ ଆଧାରକାର୍ଡ ଆଧାରିତ ପାନନମ୍ବର ସେବା ଆରମ୍ଭ କରିଛି । ଏହି ସେବା ଜରିଆରେ ଆଧାରକାର୍ଡଧାରୀଙ୍କୁ ଇ-ପାନ ନମ୍ବର ଦିଆଯିବ । ଏହି ସେବାର ଲଂଚିଂ ଅବସରରେ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି କି, ଇ-ପାନ ସେବା ଜରିଆରେ ଯେଉଁମାନଙ୍କୁ ତତକାଳ ପ୍ରଭାବରୁ ପାନନମ୍ବର ଉପଲବ୍ଧି କରିଦିଆଯିବ । ତାଙ୍କୁ ଏବଂ ଅନ୍ୟ ଆର୍ଥିକ ସେବାଗୁଡିକ ପାଇଁ ପାନ ନମ୍ବରର ଆବଶ୍ୟକତା ରହିଛି । ଏହି ସେବା ଜରିଆରେ ଆଧାର ସହ ଲିଙ୍କ ମୋବାଇଲ ନମ୍ବରରେ ଓଟିପି ପାଇଁ ଇ-ପାନ ନମ୍ବର ଜାରି କରିଦିଆଯିବ ।

ଧ୍ୟାନ ରଖିବେ କି, ଆପଣଙ୍କର ଆଧାର କାର୍ଡରେ ମୋବାଇଲ ନମ୍ବର, ଠିକଣା, ଜନ୍ମତାରିଖ ଏବଂ ଅନ୍ୟାନ୍ୟ ସୂଚନା ସଠିକ୍ ରହିଥିବା ଦରକାର । କାରଣ ଏହାକୁ ଆଧାର କରି ପାନ ନମ୍ବର ଜାରି କରାଯିବ । ପାନ ନମ୍ବର ଜାରି ହେବାର କିଛି ଦିନ ପରେ ଆପଣ ଦେଇଥିବା ଠିକଣାରେ ପାନକାର୍ଡ ପଠାଇଦିଆଯିବ । ତେବେ ଆୟକର ବିଭାଗ ତରଫରୁ ଜାରି କରାଯାଇଥିବା ଏହି ସେବା କେବଳ ବ୍ୟକ୍ତିଗତ ଅଟେ, ନା କି କୌଣସି ସଂସ୍ଥା ବା ଅନୁଷ୍ଠାନ ପାଇଁ ଉଦ୍ଦିଷ୍ଟ । ଅର୍ଥାତ୍ ଏହି ସେବା ଜରିଆରେ କୌଣସି କଂପାନୀ କିମ୍ବା ସଂସ୍ଥା ପାଇଁ ପାନ ନମ୍ବର ଜାରି କରାଯାଇପାରିବ ନାହିଁ ।

କିପରି କରିବେ ଆବେଦନ

• ସର୍ବପ୍ରଥମେ ଆୟକର ବିଭାଗର ଅଫିସିଆଲ େଓବସାଇଟ୍ https://www.incometaxindiaefiling.gov.in/homeକୁ ଯାଆନ୍ତୁ ।

• ଏହାପରେ ଆପଣଙ୍କୁ ଏଠାର ବାମପାଶ୍ୱର ଠିକ୍ ଉପରି ଭାଗରେ ନଜର ଆସୁଥିବା ଇଷ୍ଟାଂଟ ଇ-ପାନର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

• ଏହା ଉପରେ କ୍ଲିକ୍ କରିବା କ୍ଷଣି ଏଠାରେ ଏକ ନୂଆ ପେଜ୍ ଓପନ ହୋଇଯିବ ।

• ଏହାପରେ ଆପଣଙ୍କୁ ତଳେ ଦିଆଯାଇଥିବା ଆପ୍ଲାଏ ବଟନ ଉପରେ କ୍ଲିକ୍ କରିବାକୁ ହେବ ।

• ଏହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ନିର୍ଦ୍ଦେଶ ଦିଆଯିବ ।

• ଏହାପରେ ଆପଣଙ୍କଠାରୁ ଆଧାର କାର୍ଡ ସଂପର୍କିତ ତଥ୍ୟ ମଗାଯିବ ।

ତେବେ ତଥ୍ୟ ଦେବା ପରେ ଆପଣଙ୍କ ନିକଟକୁ ପାନନମ୍ବର ଚାଲିଆସିବ ।