ଦୂର ହେବ ସମସ୍ୟା : ଜୁଲାଇ ପହିଲାରୁ ଜନତାଙ୍କୁ ମିଳିବ ଆଧାର ଉପରେ ଏକ ବହୁତ ବଡ ସୁବିଧା

2

ଭାରତୀୟ ବରିଷ୍ଠ ପରିଚୟ ପ୍ରାଧିକରଣ ତଥା ୟୁଆଇଡିଏଆଇ ତରଫରୁ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଆଧାର କାର୍ଡକୁ ନେଇ ଏକ ନୂଆ ପ୍ରକ୍ରିୟା । ଯେଉଁଥିରେ ଆଧାର କାର୍ଡ ବନାଇବା ପାଇଁ ଲୋକଙ୍କର ଫିଙ୍ଗର ପ୍ରିଂଟ ନୁହେଁ ବରଂ ଚେହେରା ଦେଖି ପ୍ରସ୍ତୁତ କରାଯିବ । ଏଥିସହିତ ହିଁ ଆଖି କିମ୍ବା ଟିପ ଚିହ୍ନର ବିକଳ୍ପ ମଧ୍ୟ ରହିବ ।

ସୂଚନା ମୁତାବକ, ସାଧାରଣତଃ ଆଧାର ଯାଞ୍ଚ ବେଳେ ବରିଷ୍ଠ ନାଗରିକମାନଙ୍କ ଟିପ ଚିହ୍ନ ବେଳେବେଳେ ଚିହ୍ନଟ ହୋଇପାରିନଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକଙ୍କ ଅଙ୍ଗୁଳିରେ କିଛିଟା ପରିବର୍ତ୍ତନ ଆସିଥାଏ । ପୁଣି ଶୀତ ଦିନେ କେତେକ ଲୋକଙ୍କ ଆଙ୍ଗୁଳି ଫାଟିଥାଏ । ଫଳରେ ଆଧାର ଯାଞ୍ଚ ବେଳେ ଟିପଚିହ୍ନ ଦେଲେ ତାହା ଚିହ୍ନଟ ହୋଇପାରିନଥାଏ । ସେ କ୍ଷେତ୍ରରେ ଫେସ୍ ରେକଗନିସନ ଟେକନଲୋଜିର ବ୍ୟବହାର କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୧ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ।

ଆଧାର ପଂଜିକରଣ ବେଳେ ଲୋକମାନଙ୍କର ଟିପଚିହ୍ନ ସହ ମୁହଁ ଓ ରେଟିନା ଫଟୋ ମଧ୍ୟ ନିଆଯାଇଥାଏ । ତେବେ ଯାଞ୍ଚ ବେଳେ କେବଳ ଫେସ ରେକଗନିସନ କରାଯିବ ନାହିଁ । ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପଦ୍ଧତି ଯଥା ଟିପ ଚିହ୍ନ, ଓଟିପି ଓ ଆଇଆରଆଇଏସ୍ (ଆଖି ରେଟିନା) ପଦ୍ଧତି ସହ ମିଳାଇ କରାଯାଏ ।କିଛିଦିନ ତଳେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ ଆଇଡି ବ୍ୟବସ୍ଥା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଥିଲା । ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୂର୍ବଳତା ଆଶଙ୍କା ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ।

Comments are closed.