ଏକ ଏଭଳି ଗାଁ ! ଯେଉଁଠି ପ୍ରଧାନମନ୍ତ୍ରୀ ଚରାନ୍ତି ଛେଳି ଓ ରାଜ୍ୟପାଳ ଖେଳନ୍ତି ଗୁଲି

66

ଆପଣ କେବେ ଶୁଣିଛନ୍ତି କି ପ୍ରଧାନମନ୍ତ୍ରୀ ଛେଳି ଚରାଉ ଥିବାର ଏବଂ ରାଷ୍ଟ୍ରପତି ବିଲରେ ପାଣି ଦେଉଥିବା ଭଳି ଆଶ୍ଚର୍ଯ୍ୟକର ଖବର । କିନ୍ତୁ ଆଜି ଆମେ ଯେଉଁ ଗାଁ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ସେଠାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ରାଜସ୍ଥାନର ବୁନ୍ଦି ଜିଲ୍ଲା ଅନ୍ତର୍ଗତ ରାମନଗର ଗାଁରେ ଅଧିକାଂଶ ଗ୍ରାମବାସୀ ହେଉଛନ୍ତି ଅଶିକ୍ଷିତ । ଏବଂ ଏହି ଗାଁର ଲୋକମାନେ ନିଜ ସନ୍ତାନମାନଙ୍କ ନାଁ ସରକାରୀ ପଦବୀ ଏବଂ ବିଭିନ୍ନ ସଂସ୍ଥା ନାଁରେ ରଖି ଥାନ୍ତି । ଆଉ ଏହି ନାଁମାନଙ୍କରେ ରହିଛି ,ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି,ରାଜ୍ୟପାଳ,ସିମ୍ କାର୍ଡ, ଚିପ୍, ଜିଏନି,ମିସଡ୍ କଲ୍ ଏବଂ ହାଇକୋର୍ଟ ଇତ୍ୟାଦି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏମାନଙ୍କ ନାଁ ଅନୁସାରେ ସେମାନଙ୍କ ଯୋଗ୍ୟତା ହେଉଛି ଶୂନ୍ୟ । ଅର୍ଥାତ୍ ଏମାନଙ୍କର ପାଠପଢା ତ ଦୂରର କଥା ଏମାନେ କେବେ ସ୍କୁଲ ଦେଖି ନାହାଁନ୍ତି । ସେ ଯାହା ବି ହେଉ, ଏହି କାହାଣୀ ପଛରେ ମଧ୍ୟ ଏକ ରହସ୍ୟ ଲୁଚି ରହିଛି । କୁହାଯାଏ, ୫୦ ବର୍ଷ ପୂର୍ବେ ସେହି ଗାଁକୁ ଜିଲ୍ଲାର କଲେକ୍ଟର ବୁଲିବାକୁ ଯାଇଥିଲେ । ଏବଂ ତାଙ୍କ ଆବଭାବରେ ଜଣେ ବୃଦ୍ଧା ଏତେମାତ୍ରାରେ ପ୍ରଭାବିତ ହୋଇଯାଇଥିଲେ ସେ ତାଙ୍କ ନାତିର ନାଁ କଲେକ୍ଟର ରଖି ଦେଇଥିଲେ । ବାସ୍ କଥା ଏତିକି । ସେହିଦିନଠାରୁ ରାମନଗର ଗାଁଲୋକେ ଏହାକୁ ଏକ ପ୍ରଥାରେ ପରିବର୍ତ୍ତନ କରିଦେଇଥିଲେ ଏବଂ ଏବେବି ନିଜ ପିଲାମାନଙ୍କ ନାଁ ଏଭଳି ରଖି ଚାଲିଛନ୍ତି ।