ପାଠପଢାରେ ଜିରୋ କିନ୍ତୁ କାରବାରରେ ହିରୋ! ଜାଣନ୍ତୁ ଏହି ୨୨ ବର୍ଷୀୟ ଯୁବକଙ୍କ ସଫଳତାର ରାଜ୍

98

ଅସଫଳତା ଜୀବନର ଏକ ବିରାଟ ସତ୍ୟ । ତେବେ କେହି ଏହାକୁ ଗ୍ରହଣ କରି ନିଅନ୍ତି ତ କେହି ଏଥିରେ ହାର ମାନି ନିଅନ୍ତି । ତେବେ ଆମ ସାମ୍ନାରେ ଏଭଳି ଅନେକ ଚେହେରା ରହିଛି ଯେଉଁମାନେ କି ନିଜ ଜୀବନରେ ବହୁତ ଅସଫଳତା ଦେଇ ଗତି କରିଛନ୍ତି କିନ୍ତୁ କେବେ ହାର ମାନି ନଥିଲେ ଏବଂ ସଫଳତା ତାଙ୍କର ଚରଣ ଚୁମି ଥିଲା । ଅର୍ଥାତ୍ ମଣିଷ ଚାହିଁଲେ ତାକୁ ସଫଳତା ପାଇଁ କେହି ରୋକି ପାରିବେ ନାହିଁ । ତେବେ ଆମେ ଆପଣଙ୍କୁ ଜଣେ ଏଭଳି ବ୍ୟକ୍ତିତ୍ୱଙ୍କ ସଫଳ କାହାଣୀ ସଂପର୍କରେ ଜଣାଇବାକୁ ଯିଏ କି ଅଷ୍ଟମ ଶ୍ରେଣୀରେ ଫେଲ ହୋଇଯାଇଥିଲେ । କିନ୍ତୁ ତାଙ୍କର ଦୃଢ ଇଚ୍ଛା ଶକ୍ତି ବଳରେ ସେ ଯାହା କରି ଦେଖାଇପାରିଛନ୍ତି ସେଥିପାଇଁ ତାଙ୍କୁ ସାରା ଦୁନିଆ ସଲାମ କରିଛି । ତେବେ ସେ ଅନ୍ୟ କେହି ନୁହନ୍ତି ସେ ହେଲେ ତ୍ରିସନୀତ୍ ଆରୋରା । ଯିଏ କି ଆଜିକା ଦିନରେ ମାତ୍ର ୨୨ ବର୍ଷ ବୟସରେ କୋଟି କୋଟି ଟଙ୍କାର ସଂପତିର ମାଲିକ ।

ତେବେ ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇ ଥିବା ତ୍ରିୟନୀତ ପାଠପଢାରେ ଖୁବ୍ ଦୁର୍ବଳ ଅଟନ୍ତି । ତାଙ୍କର କମ୍ପ୍ୟୁଟର ପ୍ରତି ଏତେ ରୁଚି ଥିଲା କି ତାଙ୍କର ଅଧିକାଂଶ ସମୟ କମ୍ପ୍ୟୁଟର ପାଖରେ ବିତିଯାଉଥିଲା । ଏବଂ ଅନ୍ୟ କୌଣସି ପ୍ରସଂଗ ଉପରେ ସେ ଧ୍ୟାନ ଦେଇ ପାରୁ ନଥିଲେ । ଏଥିପାଇଁ ସେ ପରିବାର ଲୋକଙ୍କଠାରୁ ଗାଳି ଖାଉଥିଲେ,ଏଥିସହ ତାଙ୍କ ବନ୍ଧୁମାନେ ମଧ୍ୟ ତାଙ୍କର ମଜାକ୍ ଉଡାଉଥିଲେ । ମାତ୍ର ସେ ଏଥିରେ ଭାଙ୍ଗି ପଡି ନଥିଲେ । ଫେଲ ହେବାପରେ ସେ ପାଠପଢା ଛାଡି କମ୍ପ୍ୟୁଟର ଉପରେ ଫୋକସ ଦେଇଥିଲେ । ଏଥିସହ ସେ କମ୍ପ୍ୟୁଟର ଏବଂ ହ୍ୟାକିଂ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଜଡିତ ହୋଇଯାଇଥିଲେ । ପ୍ରଥମେ ତାଙ୍କ ଘରଲୋକଙ୍କୁ ଏସବୁ ପସନ୍ଦ ନଥିଲା କିନ୍ତୁ ତ୍ରିସନୀତ ନିଷ୍ପତି ନେଇ ଯାଇଥିଲେ କି ସେ କମ୍ପ୍ୟୁଟରରେ ହିଁ ନିଜର କ୍ୟାରିୟର କରିବେ ବୋଲି ।

କଠିନ ପରିଶ୍ରମ, ନିଷ୍ଠାପରତା ତଥା ଦୃଢ ଇଚ୍ଛାଶକ୍ତି ବଳରେ ତାଙ୍କ ପ୍ରତିଭାକୁ ଧିରେ ଧିରେ ଲୋକେ ଜାଣିବାକୁ ପାଇଲେ । ସେ ମାତ୍ର ୨୧ ବର୍ଷ ବୟସରେ ‘ଟିଏସି ସିକ୍ୟୁରିଟି ସଲ୍ୟୁସନ୍ସ’ ନାମକ ଏକ ସାଇବର ସିକ୍ୟୁରିଟି କଂପାନୀ ଆରମ୍ଭ କରିଥିଲେ । ଆଉ ଏବେ ତାଙ୍କ କଂପାନୀ ରିଲଏନ୍ସ, ସିବିଆଇ, ପଂଜାବ ପୋଲିସ, ଗୁଜୁରାଟ ପୋଲିସ ଆଦିଙ୍କୁ ସାଇବର ଜନିତ ସର୍ଭିସେସମାନ ଯୋଗାଇ ଦେଉଛି । ଖାଲି ସେତିକି ନୁହେଁ ଏଥିପାଇଁ ସେ ମଧ୍ୟ ହ୍ୟାକିଂ ଜନିତ କିଛି ବହି ଯଥା ‘ଟକ୍ସ ୱାଥ୍ ତ୍ରିସମିଟ୍ ଆରୋରା’, ‘ହ୍ୟାକିଂ ଦ ହ୍ୟାକିଂ ଏରା’ ଏବଂ ‘ହ୍ୟାକିଂ ବିଜନେସ ସ୍ମାର୍ଟଫୋନ’ ମଧ୍ୟ ଲେଖିଛନ୍ତି । ଦୁବାଇ ଏବଂ ୟୁକେରେ ତାଙ୍କର କଂପାନୀ ନାଁ ଖୁବ୍ ଚର୍ଚ୍ଚାରେ । ଏଥିସହିତ ବିଶ୍ୱର ୫୦ଟି ଫରଚ୍ୟୁନ ଏବଂ ୫୦୦ରୁ ଅଧିକ କଂପାନୀ ତାଙ୍କର କ୍ଲାଇଂଟ ଅଟନ୍ତି । ସେ ମଧ୍ୟ ନର୍ଥ ଇଣ୍ଡିଆର ପ୍ରଥମ ‘ସାଇବର ଏମରଜେନ୍ସି ରେସପୋନ୍ସ ଟିମ’ର ସେଟଅପ୍ ମଧ୍ୟ କରିଛନ୍ତି ।

ଏହି ସଫଳତା ପାଇଁ ସେ ହାସଲ କରିଛନ୍ତି ଅନେକ ପୁରସ୍କାର । ତେବେ ୨୦୧୩ରେ ପୂର୍ବତନ କେନ୍ଦ୍ରୀୟ ବିତମନ୍ତ୍ରୀ ୟଶୋମନ୍ତ ସିହ୍ନା ତାଙ୍କୁ ସମ୍ମାନିତ କରିଥିଲେ । ଏହାପରେ ୨୦୧୪ରେ ତାଙ୍କର ଏହି କାମକୁ ନେଇ ପଂଜାବର ତତକାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଗଣତନ୍ତ୍ର ଦିବସରେ ଇଷ୍ଟେଟ୍ ଆୱାର୍ଡ ଦେଇଥିଲେ । ଏବଂ ୨୦୧୫ରେ ତାଙ୍କୁ ଅଭିନେତା ଆୟୁଷ୍ମାନ ଖୁରାନା ସମେତ ୭ ଜଣ ନାମୀଦାମୀ ବ୍ୟକ୍ତିତ୍ୱଙ୍କ ସହ ପଂଜାବୀ ଆଇକନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା ।

ତେବେ ତାଙ୍କ ଭାଷାରେ ‘ପ୍ୟାନସ ଆଗରେ ସବୁ ଜିନିଷ ଛୋଟ ଏବଂ ସଫଳତା ହେଲା ଯେଉଁଠି କାମ କରିବା ପାଇଁ ଆପଣଙ୍କ ମନରେ ଥିବ ଲଗନ । ପାଠପଢାକୁ ସେତିକି ହିଁ ଗୁରୁତ୍ୱ ଦିଅନ୍ତୁ ଯେତିକି ଜରୁରୀ ଅଟେ । ଏହା ଜୀବନର ଗୋଟିଏ ପାର୍ଟ ଅଟେ କିନ୍ତୁ ସଂପୂର୍ଣ୍ଣ ଜୀବନ ନୁହେଁ’ ।