ସୋସିଆଲ୍ ମିଡିଆରେ ଏହି ଗୋଟିଏ ପୋଷ୍ଟ ପାଇଁ ଆପଣ ଯାଇପାରନ୍ତି ଜେଲ୍ !

21

ସୋସିଆଲ୍ ମିଡିଆରେ ଦଳିତ ଓ ଅନୁସୂଚିତ ଜାତିର ବ୍ୟକ୍ତି ବିଶେଷଙ୍କୁ ଅପମାନିତ କଲା ଭଳି କୌଣସି ପ୍ରକାର ପୋଷ୍ଟ ଆପଣଙ୍କୁ ପଠାଇପାରେ ଜେଲ୍ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ମୁତାବକ, ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଏପରି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି, ଯଦି କେହି ସୋସିଆଲ ମିଡିଆରେ ଦଳିତ ଏବଂ ଅନୁସୂଚିତ ଜାତିର ଲୋକଙ୍କ ବିରୋଧରେ କୌଣସି ପ୍ରକାର ଟିପ୍ପଣୀ କିମ୍ବା ପୋଷ୍ଟ କରନ୍ତି ତେବେ ସେ ଏସସି ଏସଟି ଆକ୍ଟ ପରିସରରେ ଆସୁଛନ୍ତି ।

କୋର୍ଟ ଏହି ନିର୍ଦ୍ଦେଶରେ ପୁଣି ମଧ୍ୟ କହିଛନ୍ତିି, ଏସି ଏସଟି ଆକ୍ଟ ୧୯୮୯ ଆଧାରରେ ସୋସିଆଲ ମିଡିଆରେ କରାଯାଉଥିବା ଜାତିଗତ ଟିପ୍ପଣୀ ଉପରେ ମଧ୍ୟ ଏହି ଆକ୍ଟ ଲାଗୁ କରାଯିବ । ତେବେ ଫେସବୁକ୍ ପୋଷ୍ଟକୁ ନେଇ ଶୁଣାଣି ସମୟରେ ଦିଲ୍ଲୀକୋର୍ଟ ଏକଥା କହିଛନ୍ତି ।

ଖାଲି ସେତିକି ନୁହେଁ ଏହାର ପରିସର ମଧ୍ୟରେ ୱାଟର୍ସଆପ୍ ଚାର୍ଟ ବି ଆସିପାରେ । ଏଥିସହିତ ଫେସବୁକ୍ ପୋଷ୍ଟ ମଧ୍ୟ ଆପଣଙ୍କୁ ଦଣ୍ଡିତ କରିପାରେ । ଆର୍ଥାତ୍ ଆପଣ ଏଥିପାଇଁ ଜେଲ୍ ମଧ୍ୟ ଯାଇପାରନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ଫେସବୁକ ଆଣିଲା ସୁବିଧା, ଭୋଟର ଭାବେ କରିପାରିବେ ନାଁ ପଞ୍ଜିକରଣ ।