ମିଶନ ଥିଲା ଅଧିକରୁ ଅଧିକ ବିବାହ କରିବା ! ୧୩୦ ଥର ବିବାହ ଏବଂ ୨୧୦ ସନ୍ତାନର ଜନକ ମୋହମ୍ମଦ ବେଲୋ ଅବୁବାକର

30

କଥାଟା ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ । ନାଇଜେରିଆରେ ରହୁଥିବା ଜଣେ ମୌଲବୀ ସଂପ୍ରଦାୟର ବ୍ୟକ୍ତି ତଥା ମୋହମ୍ମଦ ବେଲୋ ଅବୁବାକରଙ୍କର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଯିଏ ତାଙ୍କ ଜୀବନକାଳ ମଧ୍ୟରେ ୧୩୦ ଥର ବିବାହ କରିଥିଲେ । ଖାଲି ସେତିକି ନୁହେଁ ଏହା ଥିଲା ତାଙ୍କ ଇଚ୍ଛା ବା ଲକ୍ଷ୍ୟ । ଅର୍ଥାତ୍ ତାଙ୍କ ଜୀବନର ସବୁଠାରୁ ବଡ ମିଶନ ଥିଲା ଅଧିକରୁ ଅଧିକ ବିବାହ କରିବା । ଆଉ ସେ ଏହାକୁ ଏକ ପବିତ୍ର ମିଶନ ବୋଲି ଆଖ୍ୟା ମଧ୍ୟ ଦେଇଥିଲେ । ରୋଗଗ୍ରସ୍ତ ହେବା କାରଣରୁ ନିକଟରେ ତାଙ୍କର ଦେହାନ୍ତ ହୋଇଛି ସତ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ରୋଗର ପ୍ରକୃତ କାରଣ ଜଣାପଡି ନାହିଁ ।

ତେବେ, ବେଲୋଙ୍କ ଜଣେ ଘନିଷ୍ଠ ବନ୍ଧୁ ସେଠାକାର ଏକ ଲୋକାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ସେ କିଛିଦିନ ହେବ ରୋଗଗ୍ରସ୍ତ ଥିଲେ । ତେବେ ତାଙ୍କ ମତରେ କୋରାନରେ ଯେତେ ଚାହିଁବେ ସେତେ ପତ୍ନୀ ରଖିପାରିବେ । ଆଉ ସେମାନଙ୍କୁ ସେମିତି ଭାବରେ ପରିଚାଳନା କରିବାର ହକ୍ ମଧ୍ୟ ରହିଛି । ଏଥିପାଇଁ ତାଙ୍କୁ ୨୦୦୮ ରେ ବହୁ ମୌଲବୀ ସମାଲୋଚନା କରିଥିଲେ । ଏହାପରେ କିଛି ମୌଲବୀ ମଧ୍ୟ ଦାବି କରିଥିଲେ ବେଲୋ ୪୮ ଘଂଟା ମଧ୍ୟରେ ତାଙ୍କ ୮୬ ପତ୍ନୀଙ୍କ ମଧ୍ୟରୁ ୮୪ ଜଣଙ୍କୁ ତଲାକ ଦିଅନ୍ତୁ ।

ଏହାର ଜବାବରେ ବେଲୋ କହିଥିଲେ, ବିବାହ ଅବ୍ୟାହତ ରଖିବା ତାଙ୍କର ପବିତ୍ର ଇଚ୍ଛା । ସେ ତାଙ୍କ ଜୀବନକାଳ ମଧ୍ୟରେ ୧୩୦ଥର ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପତ୍ନୀ ଏବେ ଗର୍ଭବତୀ ଥିବୋବେଳେ ପୂର୍ବରୁ ତାଙ୍କର  ୨୧୦ ଜଣ ସନ୍ତାନ ମଧ୍ୟ ରହିଛନ୍ତି ।