ବେରୋଜଗାରୀଙ୍କ ପାଇଁ ଖୁସି ଖବର: ବିଶ୍ୱର ସର୍ବବୃହତ କଂପାନୀରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

541

ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଏହି ଖବରଟି ନିଶ୍ଚୟ ଆପଣଙ୍କ କାମରେ ଆସିପାରେ । ଭାରତର ସର୍ବବୃହତ ଇ-କମର୍ସ କଂପାନୀ ଆମାଜନ ପକ୍ଷରୁ ପାଖାପାଖି ୧୩ ଶହ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ କଂପାନୀର ଆଧିକାରୀକ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ, ଏହି ଆକଳନ ଏସିଆ ପେସିଫିକରେ ବହୁତ ଅଧିକ ରହିଛି । ନିଯୁକ୍ତିର ଏହି ଆକଳନରେ ଚୀନର ବର୍ତ୍ତମାନର ନିଯୁକ୍ତି ମୁତାବକ ତିନିଗୁଣା ଅଧିକ ରହିଛି । ଟେକ୍ନୋଲୋଜି ସେକ୍ଟର ବ୍ୟତୀତ ଏହି ନିଯୁକ୍ତି ବହୁତ ଇଣ୍ଡଷ୍ଟ୍ରିଜ ଅଟେ । ଭାରତ ପାଇଁ କଂପାନୀ ନିକଟରେ ୧,୨୮୬ ଜବ ଓପନିଂ ରହିଛି , ସେହିପରି ଚୀନରେ ୪୬୭ ଓପନିଂ , ଜାପାନରେ ୩୮୧ ଓପନିଂ , ଅଷ୍ଟ୍ରନିୟାରେ ୨୫୦ ଓପନିଂ ଏବଂ ସିଙ୍ଗାପୁରରେ ଓପନିଂର ସଂଖ୍ୟା ୧୭୪ ରହିଛି । ଆମାଜନ ନିଜର ଇ-କମର୍ସ ଏବଂ କ୍ଲାଉଡ ବିଜନେସ ବେଂଚକୁ ବୃଦ୍ଧି କରିବା ପାଇଁ ବିଚାର ବିମର୍ସ କରୁଛି ।

ପେମେଂଟ , କଂଟେଂଟ (ପ୍ରାଇମ ଭିଡିଓ), ଭଏୟ ଆସିଷ୍ଟଂଟ , ଫୁଡ ରିଟେଲ ଏବଂ କନଜ୍ୟୁମର ସପୋର୍ଟ କିଛି ଏଭଳି କ୍ଷେତ୍ର ରହିଛି ଯେଉଁଠି କଂପାନୀ ନିଜ ପରିସରକୁ ବ୍ୟାପକ କରିବାକୁ ଚାହୁଁଛି । ୨୦୧୮ ଶେଷ ସୁଦ୍ଧା କଂପାନୀ ୬୦ ହଜାର କର୍ମଚାରୀଙ୍କର ନିଯୁକ୍ତି କରିଥିଲା । ଯାହା ୬.୧ ଲକ୍ଷ କର୍ମଚାରୀଙ୍କର ଗ୍ଲୋବାଲ ଷ୍ଟ୍ରେନଥର ୧୦ ପ୍ରତିଶତ ଅଟେ । ଅଧିକାଂଶ ନୂଆ ନିଯୁକ୍ତି ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ପାଇଁ ଉଦ୍ଦିଷ୍ଟ । କଂପାନୀ ମୁତାବକ, ଏହି ନିଯୁକ୍ତି ସଫ୍ଟଓୟାର ଡେଭଲପମେଂଟ, ପ୍ରୋଜେକ୍ଟ ଆଣ୍ଡ ମାର୍କେଟିଂ, ମେସିନ ଲର୍ଣ୍ଣିଂ , କ୍ୱିଲିଟି ଚେକ୍, ୱେବ ଡେଭଲପମେଂଟ , ପ୍ରୋଜେକ୍ଟ ମ୍ୟାନେଜମେଂଟ, ସପ୍ଲାଇ ଚେନ୍ , କଂଟେଂଟ ଡେଭଲପମେଂଟ , ଷ୍ଟୁଡିଓ ଆଉ ଫଟୋଗ୍ରାଫି ଏବଂ ଏଭଳି ହିଁ ଅନେକ ଏରିଆ ପାଇଁ ରହିଛି । ତେବେ ଗତବର୍ଷ କଂପାନୀକୁ ଆମାଜନ ଅଲେକ୍ସା ଉପରେ ଅନ ଇଣ୍ଡିଆ ରେଡିଓ ତଥା ଏଆଇଆରର ବିବିଧ ଭାରତୀ ଏବଂ ଅନ୍ୟ ୧୪ଟି ସ୍ଥାନୀୟ ଭାଷାଗୁଡିକର ରେଡିଓ ଚ୍ୟାନେଲ ମିଳିଥିଲା । ଏ

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଇ-କମର୍ସ ପ୍ଲାଟଫର୍ମରେ ଗ୍ରେଡ ଇଣ୍ଡିଆ ସେଲର ଆମାଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକି ୨୦ ଜାନୁଆରୀରୁ ୨୩ ଜାନୁଆରୀ ଯାଏଁ ଚାଲିବ । ସେହିପରି ଆମାଜନ ପ୍ରାଇମ ମେମ୍ବର୍ସଙ୍କୁ ୧୯ ଜାନୁଆରୀ ଅପରାହ୍ମ ୧୨ଟାରେ ସ୍ପେସିଆଲ ଡିଲ୍ସର ଆକ୍ସେସ ମିଳିବ । ଏହି ସେଲ ଅବସରରେ କଂପାନୀ ତରଫରୁ ଲାପଟପ ଏବଂ ସ୍ମାର୍ଟଫୋନ ଭଳି ପ୍ରଡକ୍ଟ ଉପରେ ଭାରି ଡିସକାଉଂଟ ଦିଆଯିବ । ଏହାଛଡା ଏଚଡିଏଫସି ବ୍ୟାଙ୍କ ଏଟିଏମକାର୍ଡଧାରୀଙ୍କୁ ୧୦ ପ୍ରତିଶତର ଇନଷ୍ଟାଂଟ ଡିସକାଉଂଟ ମଧ୍ୟ ମିଳିବ । ଏଥିସହିତ ହିଁ ବଛା ବଛା ପ୍ରଡକ୍ଟଗୁଡିକ ଉପରେ ନୋ-କଷ୍ଟ ଇଏମଆଇ ଏବଂ ଏକ୍ସଚେଂଜ ଅଫର ମଧ୍ୟ ଦିଆଯିବ ।