ଯେଉଁ କୋର୍ଟ ସାମ୍ନାରେ ବାପା ବିକୁଥିଲା ଚା’, ସେହି କୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇ ନିଷ୍ପତି ଶୁଣାଇଲା ଝିଅ – ଏହାକୁ କୁହନ୍ତି ପ୍ରକୃତ ପରିଶ୍ରମ

736

କଥାରେ ଅଛି ଯଦି ଆପଣଙ୍କ ମନରେ କିଛି କରିବାକୁ କିମ୍ବା ହାସଲ କରିବାକୁ ଦୃଢ ଇଚ୍ଛାଶକ୍ତି ରହିଛି ତେବେ ଆପଣ ନିଶ୍ଚୟ ସଫଳ ହେବେ । ଆଉ ଏହାକୁ ଯଥାର୍ଥ କରି ଦେଖାଇଛନ୍ତି ଜଣେ ଏଭଳି ଝିଅ, ଯାହାଙ୍କ ବାପା ଗୋଟିଏ ଛୋଟିଆ ଚା ଦୋକାନ କରି ଚଳନ୍ତି । ଜଲନ୍ଦରର ନାକୋଦର ଜିଲ୍ଲା ଅଦାଲତ ସାମ୍ନାରେ ଚା’ ଦୋକାନ ଚଲାଉଥିବା ସୁରେନ୍ଦ୍ର କୁମାର କେବେ ଭାବି ନଥିଲେ କି , ସାରା ଜୀବନ ସେ ଯେଉଁ ଜାଗାରେ ବସି ଲୋକଙ୍କୁ ଚା’ ପିଆଉଥିଲେ ସେହି ସ୍ଥାନରେ ଦିନେ ତାଙ୍କର ଝିଅ ବିଚାରପତି ଭାବେ ନିଯୁକ୍ତ ହେବ ଆଉ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିବ ।

ସବୁ ବାପାଙ୍କ ଭଳି ସୁରେନ୍ଦ୍ର କୁମାରଙ୍କର ବି ସ୍ୱପ୍ନ ରହିଥିଲା କି ତାଙ୍କ ଝିଅ ଜୀବନରେ କିଛି ବଡ ସଫଳତା ହାସଲ କରୁ ଏବଂ ଯାହା ଉପରେ ସେ ଗର୍ଭିତ ଅନୁଭବ କରିପାରିବେ । କିନ୍ତୁ ତାଙ୍କୁ ଏକଥା ଜଣା ନଥିଲା କି . ତାଙ୍କ ଝିଅ ସେହି କୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହେବ, ଯେଉଁ କୋର୍ଟ ପରିସରରେ ସେ ବର୍ଷ ବର୍ଷ ଧରି ଏକ ଛୋଟିଆ ଚା’ ବିସ୍କୁଟ ଦୋକାନ କରି ପରିବାର ପାଳୁଥିଲେ । ସୁରେନ୍ଦ୍ର କୁମାରଙ୍କର ୨୩ ବର୍ଷୀୟ ଝିଅ ଶ୍ରୃତି ପଂଜାବର ସିଭଳି ସର୍ଭିସ ତଥା ନ୍ୟାୟିକ ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିନେଇଥିଲେ ଏବଂ ଏବେ ସେ ପାଖାପାଖି ୧ ବର୍ଷର ଟ୍ରେନିଂ ପରେ ସେହି କୋର୍ଟରେ ଜଣେ ବିଚାରପତି ଭାବରେ ନିଯୁକ୍ତ ହେବାକୁ ପ୍ରସ୍ତୁତ , ଯେଉଁ କୋର୍ଟ ପରିସରରେ ତାଙ୍କର ବାପା ଏକ ଚା’ ଦୋକାନ କରି ଘରର ଗୁଜୁରାଣ ମେଂଟାଉଛନ୍ତି । ଏହା ପୂର୍ବରୁ ଶ୍ରୃତି ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ ଏବଂ ଏହାପରେ ସେ ପଂଜାବ ବିଶ୍ୱବିଦ୍ୟାଳୟରୁ ଲ’ କରିଥିଲେ ।

ଶ୍ରୃତି ନିଜର ଏହି ସଫଳତାର ଶ୍ରେୟ ତାଙ୍କ ବାପାମାଆଙ୍କୁ ଦେଇଛନ୍ତି । ଯଦି ତାଙ୍କର ବାପା ପେଟକୁ ପୀଠି କରି କଠିନ ପରିଶ୍ରମ କରି ତାଙ୍କୁ ପାଠପଢାଇ ନଥାନ୍ତେ ତେବେ ଆଜି ସେ ଏଠାରେ ପହଂଚିପାରିନଥାନ୍ତେ ବୋଲି ଶ୍ରୃତି କହିଛନ୍ତି । ଶ୍ରୃତି ଆହୁରୀ ମଧ୍ୟ କହିଛନ୍ତି କି, ଏହା ତାଙ୍କ ପାଇଁ କୌଣସି ସ୍ୱପ୍ନଠାରୁ ବି କମ୍ ନଥିଲା । ସେ କହିଛନ୍ତି କି, ନ୍ୟାୟାକୀୟ ପେଶା ତାଙ୍କୁ ଆରମ୍ଭରୁ ବେଶ ପସନ୍ଦ ଥିଲା ଆଉ ସେ ସବୁବେଳେ ଜଣେ ବିଚାରପତି ହେବାକୁ ଚାହୁଁଥିଲେ ।