ମୋକ୍ଷ ପାଇଁ ମୃତ୍ୟୁ ! ଦିଲ୍ଲୀରେ ସାମୂହିକ ଆତ୍ମହତ୍ୟାର ସାଂଘାତିକ ଦିଗ, ବିଶ୍ୱାସ ଥିଲା ଭଗବାନ ଆସିବେ ବଂଚାଇ ଦେବେ

60

କନକ ବ୍ୟୁରୋ: ପୁରା ଦେଶକୁ ଦୋହଲାଇଦେଇଛି ଦିଲ୍ଲୀରେ ଘଟିଥିବା ସାମୂହିକ ମୃତ୍ୟୁ ଘଟଣା, ଯେଉଁଠି ମଣିଷ କେତେ ଅଶ୍ୱବିଶ୍ୱାସୀ ହୋଇପାରେ ଆଉ ସାମୁହିକ ଆତ୍ମହତ୍ୟା ଭଳି ନିଷ୍ପତି ନେଇପାରେ ତାହା ସମସ୍ତଙ୍କୁ ଚମକାଇଦେଲା । ୧୧ ଜଣଙ୍କ ମୃତ୍ୟୁର ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ଝୁଲି ରହିବା ଯୋଗୁଁ ସମସ୍ତଙ୍କୁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି ।

ଆତ୍ମହତ୍ୟା ଆଉ ହତ୍ୟା ଏହି ଦୁଇ ଦିଗକୁ ନେଇ ଅନୁମାନ କରୁଥିବା ପୋଲିସ ଏଭଳି କିଛି ସୁରାଗ ପାଇଲା ଯାହା ସମସ୍ତଙ୍କୁ ଚମକାଇଦେଲା । ଘରୁ ମିଳିଥିଲା ରେଜିଷ୍ଟ୍ରରରେ ଉଲ୍ଲେଖ ଥିଲା ଅତ୍ୟନ୍ତ ରହସ୍ୟମୟୀ ଧାର୍ମିକ କଥା । ପୁଲିସର କହିବା ଅନୁସାରେ, ମୃତ୍ୟୁର ତରିକା ଓ ଡାଏରୀରରେ ଲେଖାଥିବା ଶଦ୍ଦ ଭିତରେ ସମାନତା ରହିଛି । ଆଲୈାକିକ ଶକ୍ତି ବାବଦରେ ନୋଟରେ ଉଲ୍ଲେଖ ଥିଲା । ଏଥିସହ ମୋକ୍ଷ ପାଇଁ ମୃତ୍ୟୁ ଏକ ଦ୍ୱାର ଏବଂ ଆତ୍ମାର ପରମାତ୍ମା ସହ ସଂପର୍କ ଭଳି ଅତ୍ୟନ୍ତ ଧାର୍ମିକ ଦିଗକୁ ନେଇ ଅନେକ ସଂକେତ ଦିଆଯାଇଥିଲା । ମୋକ୍ଷ ପ୍ରାପ୍ତି କରିବାର ଅଛି ତ ଜୀବନକୁ ତ୍ୟାଗ କରିବାକୁ ପଡିବ । ଏଭଳି ଶଦ୍ଦ ପୋଲିସ ଦେଖିବାକୁ ପାଇଥିଲା, ଯେତେବେଳେ ଡାଏରୀକୁ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲା । ଏଥିରେ ଆହୁରି ବି ଲେଖାଥିଲା, ଜୀବନକୁ ତ୍ୟାଗ କରିବାକୁ ହେଲେ ମୃତ୍ୟୁକୁ ଆପଣାଇବୁ ପଡିବ । ମୃତ୍ୟୁକୁ ପାଇବାକୁ ହେଲେ କଷ୍ଟ ହେବ ଆଉ ଏଥିରୁ ମୁକ୍ତି ପାଇବାକୁ ହେଲେ ଆଖି ବନ୍ଦ କରିବା ଦରକାର ।

ରେଜିଷ୍ଟରରେ ଏହାବି ଲେଖାଥିଲା, ମାଙ୍କୁ ବହୁତ ବୟସ ହୋଇଗଲାଣି । ସେ ଷ୍ଟୁଲ ଉପରେ ଚଢି ସାଧନା କରିପାରିବେ ନାହିଁ କି ଏତେ ସମୟ ଠିଆ ହୋଇପାରିବେ ନାହିଁ । ଏଥିପାଇଁ ତାଙ୍କୁ ଅନ୍ୟ ଏକ ରୁମରେ ସାଧାନା କରିବାକୁ ପଡିବ । ଏହି ସମୟରେ କାହା ମୁହଁରେ ଯେଭଳି ଦୁଃଖର ଝଲକ ମଧ୍ୟ ଦେଖିବାକୁ ମିଳିବ ନାହିଁ, ସେଦିଗରେ ସଚେତନ ଥିଲେ ସମସ୍ତେ । କିଏ କେଉଁ ପ୍ରକାରର ଶାଢୀ ଏବଂ ଓଢଣୀ ବ୍ୟବହାର କରିବେ, ଏବାବଦରେ ବି ଉଲ୍ଲେଖ କରାଯାଇଥିଲା । ବଟବୃକ୍ଷକୁ ପୂଜା କରିବା ବାବଦରେ ମଧ୍ୟ ଲେଖାଯାଇଥିଲା । ତେବେ ଶବ ପାଖରୁ ମିଳିଥିବା ୬ଟି ମୋବାଇଲର କଲ ରେକର୍ଡକୁ ଅନୁଦ୍ୟାନ କରୁଛି ପୋଲିସ । ଏହି ସମସ୍ତ ଫୋନ ଭାଟିଆ ପରିବାରର ଥିଲା । ଯେଉଁ ୫ଟି ନମ୍ବରକୁ ସବୁଠାରୁ ଅଧିକ ଫୋନ ଯାଇଛି, ସେଦିଗକୁ ନେଇ ଅନୁଧ୍ୟାନ କରୁଛି ପୋଲିସ ।

କିଭଳି ଅବସ୍ଥାରେ ଉଦ୍ଧାର ହୋଇଥିଲା ୧୧ଟି ମୃତଦେହ

ଆଖିରେ ଥିଲା ପଟି, ମୁହଁରେ ଟେପ୍ । ଆତ୍ମହତ୍ୟା କରିବା ପାଇଁ ପୂର୍ବରୁ ନିର୍ଦ୍ଧାରି ତାରିଖ । ଆଉ ଏହାରି ଭିତରେ ଆଧ୍ୟାତ୍ମିକ ଦିଗକୁ ନେଇ ତମାମ ଚର୍ଚ୍ଚା । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ପୂରା ପରିବାର ମୋକ୍ଷ ପ୍ରାପ୍ତି ପାଇଁ ମୃତ୍ୟୁ ଭଳି ଦିଗକୁ ଗ୍ରହଣ କରିବାକୁ ସ୍ଥିର ଚିତରେ ମନସ୍ଥ କରିଥିଲେ ।

କଣ ଲେଖାଯାଇଛି ଡାଏରୀରେ

୭୫ ବର୍ଷୀୟ ନାରାୟଣୀ ଦେବୀଙ୍କ ମୃତଦେହ ଅଲଗା ସ୍ଥାନରୁ ମିଳିଥିବା ବେଳେ ଅନ୍ୟ ସମସ୍ତଙ୍କ ମୃତଦେହ ଗୋଟିଏ ରୁମରୁ ମିଳିଥିଲା । ପୋଲିସକୁ ଯେଉଁ ଡାଏରୀ ମିଳିଛି, ସେଥିରେ ଅନେକ କିଛି ଚାଂଚଲ୍ୟକର ତଥ୍ୟ ରହିଛି । ଯେଉଁଥିରେ ଆତ୍ମହତ୍ୟା କରିବାକୁ କିଭଳି ନିଷ୍ପତି ନିଆଗଲା ଆଉ ତାର ପୁରା ପ୍ରକ୍ରିୟା କଣ ଥିଲା, ତାକୁ ଉଲ୍ଲେଖ କରାଯାଇଛି ।

– ଆଖିରେ ପଟି ଠିକ୍ ଭାବେ ବନ୍ଧା ହେବା ଦରକାର

– ଦଉଡି ସହିତ ଏକ ଶାଢୀ କିମ୍ବା ଓଢଣୀ ସାଙ୍ଗରେ ଥିବା ଦରକାର

– ଶୂନ୍ୟ ବ୍ୟତୀତ ଆଉ କିଛି ଦେଖାନଯିବା ଦରକାର

– ୭ଦିନ ପରେ ଶ୍ରଦ୍ଧାର ସହ ପୂଜା ଲଗାତର କରାଯିବ

– ଯଦି ଘରକୁ କେହି ବ୍ୟକ୍ତି ଆସନ୍ତି ତେବେ ତାପର ଦିନ ଏହି କ୍ରିୟା କରାଯିବ

– ଗୁରୁବାର କି ରବିବାର ଦିନ ଏହି କ୍ରିୟା କରାଯିବ

– ମଧ୍ୟରାତ୍ରରୁ ୧ଟା ମଧ୍ୟରେ ଏହି କ୍ରିୟାର ସମୟ ନିର୍ଘଂଟ କରାଯାଇଛି

– ବେବେ ଛିଡା ଯଦି ହୋଇପାରୁନାହନ୍ତି ଅନ୍ୟ ରୁମରେ ଶୋଇପାରିବେ

– ସମସ୍ତଙ୍କ ଚିନ୍ତାଧାରା ଏକ ହେବା ଦରକାର

– ପୂର୍ବ ଅପେକ୍ଷା ଅଧିକ ଧୀରସ୍ଥିର ହେବ

– ଏହା କରିବା ପରେ ଆଗାମୀ କାମ ଧୀରିତାର ସହ ଆରମ୍ଭ ହେବ

କଣ କହୁଛି ପୋଲିସ୍

ପୋଲିସର ସୂଚନା ଅନୁସାରେ, ସମସ୍ତ ଯୋଜନା ଅତି ସୁଚିନ୍ତିତ ଢଙ୍ଗରେ କରାଯାଇଥିଲା । ପ୍ରଥମେ ଖାଇବାରେ ବେହୋସ କରିବା ଭଳି ପଦାର୍ଥ ମିଶାଯାଇଥିଲା । ଖାଦ୍ୟଗ୍ରହଣ କରିବା ପରେ ୩ ଜଚ୍ଚଙ୍କୁ ଛାଡି ଅନ୍ୟ ସମସ୍ତେ ବେହୋଶ ହୋଇଯାଇଥିଲେ । ବେହୋଶ ହୋଇଥିବା ସମସ୍ତଙ୍କ ହାତ ଆଉ ମୁହଁ ବାନ୍ଧି ଦିଆଗଲା । ଉଦେଶ୍ୟ ଥିଲା, ହୋଶକୁ ଆସିଲେ ଯେମିତି କେହି ବିରୋଧ କରିପାରିବେ ନାହିଁ । କୁହାଯାଉଛି, ଏହି ପୁରା ପ୍ରକ୍ରିୟା ଭିତରେ ଜଣଙ୍କର ହୋଶ ଆସିଯିବାରୁ ତାଙ୍କୁ ତଂଟି ଚିପି ହତ୍ୟା କରିଦିଆଗଲା ଆଉ ଅନ୍ୟମାନଙ୍କୁ ଓଢଣୀ ସାହାଯ୍ୟରେ ରେଲିଂରେ ଝୁଲାଇ ଦିଆଗଲା । ଘରେ ଗୋଟିଏ କୁକୁର ମଧ୍ୟ ଥିଲା, ଆଉ ଘଟଣାଦିନ ତାକୁ ଛାତ ଉପରେ ନେଇ ବାନ୍ଧି ଦିଆଗଲା । ଘଟଣା ସମସୟରେ ଯେଭଳି କୁକୁର ଭୁକିବ ନାହିଁ, ତାକୁ ଆଖି ଆଗରେ ରଖି ଘରର ସଦସ୍ୟ ଏଭଳି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି ।