ନର୍କର କବାଟ ନା ଭବିଷ୍ୟର ଝରକା ! ସର୍ବିୟାରେ ଥିବା ଏକ ଗୁମ୍ଫାକୁ ନେଇ ଏବେ ଉଠିଛି ପ୍ରଶ୍ନ ?

58

ସର୍ବିୟାର ୟାନା ନଦୀ ଘାଟ ନିକଟସ୍ଥ ଏକ ଜଙ୍ଗଲ ଜମିରେ ଏକ ଗୁମ୍ଫା ରହିଛି । ପାଖାପାଖି ଗୋଟେ କିଲୋମିଟର ଲମ୍ବ, ୮୫ ମିଟର ଚଉଡା ଏବଂ ୨୮୨ ଫୁଟ୍ ଗଭୀର ବିଶିଷ୍ଟ ଏହି ଗୁମ୍ଫାଟି ବର୍ତ୍ତମାନ ‘ଆଗ୍ନେୟଗିରି ମୁଖ’ ନାମରେ ଜଣାଶୁଣା । ଯଦିଓ ଏହି ଆକଳନ ଖୁବ୍ ଶୀଘ୍ର ବଦଳି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଏହା ବହୁ ତୀବ୍ର ଭାବରେ ଘନିଭୂତ ହେବାରେ ଲାଗିଛି ।

ତାଜା ସୂଚନା ମୁତାବକ, ସେଠାକାର ଲୋକେ ଏହି ଗୁମ୍ଫା ମଧ୍ୟକୁ ଯିବା ପାଇଁ ଭୟ କରନ୍ତି । କାରଣ ସେମାନେ ଏହି ଗୁମ୍ଫାକୁ ନର୍କର ଦ୍ୱାର ବା କବାଟ ବୋଲି କୁହନ୍ତି । କିନ୍ତୁ ବୈଜ୍ଞାନିକମାନେ ଏହାକୁ ଅତୀତକୁ ଯିବାକୁ ରାସ୍ତା ବା ଭବିଷ୍ୟର ଝରକା ବୋଲି ଯୁକ୍ତି ବାଢିଛନ୍ତି । ଯେଉଁଠାରେ କି ପୃଥିବୀର ୨ ଲକ୍ଷ ବର୍ଷର ବିସ୍ତୃତ ଇତିହାସ ରହିଛି । ତେବେ ଏହାର ପ୍ରବେଶଦ୍ୱାରଟି କୌଣସି ଏକ ବିଶାଳକାୟ ଜୀବ ଭଳି ପ୍ରତୀୟ ହୋଇଥାଏ ।

କୁହାଯାଏ, ଏହି ଗୁମ୍ଫା ଏକ ସମୟରେ ଅତୀତ,ଭବିଷ୍ୟତ ଏବଂ ବର୍ତ୍ତମାନ ସଂପର୍କର ଜାଣିବାରେ ସହାୟକ ହୋଉଥିଲା । ଏହାର ଉତ୍ପତି ସେଠାରେ ସ୍ଥାୟୀ ରୂପେ ଜମା ହୋଇଥିବା ବରଫ ତରଳିବା କାରଣରୁ ହିଁ ଘଟିଥିଲା । ଏକ ଅଧ୍ୟୟନରୁ ଏକଥା ଜଣାପଡିଛି କି ଏହି ଗୁମ୍ଫାର କାନ୍ଥ ପ୍ରତି ବର୍ଷ ୧୦ ମିଟର ଲେଖାଏଁ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଯେଉଁବର୍ଷ ତାପମାତ୍ରା ବହୁତ ଅଧିକ ହୋଇଥାଏ । ସେହି ବର୍ଷ ଏହା ପାଖାପାଖି ୩୦ ମିଟର ଯାଏଁ ବୃଦ୍ଧି ପାଇଥାଏ । ସେ ଯାହା ହେଉନା କାହିଁକି ଏହି ଗୁମ୍ଫାଟି ନର୍କର କବାଟ ନା ଭବିଷ୍ୟତର ଝରକା ଯୁକ୍ତିକୁ ନେଇ ଏବେ ଏହାର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।