ଆମ ପାଇଁ ମଜା ହେଲେ ଏମାନଙ୍କ ପାଇଁ ସଜ୍ଜା ! ସମୟରେ ପିଜ୍ଜା ନପହଂଚିପାରିଲେ ଗ୍ରାହକଙ୍କୁ ମାଗଣାରେ ମିଳିଯାଏ ସତ ହେଲେ କଟିଯାଏ ଡେଲିଭରୀ ବଏର ଦରମା

274

ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ଲୋକ ପିଜ୍ଜା ଖାଇବାକୁ କିଏ ଅବା ପସନ୍ଦ ନକରେ । ଆଉ ଯେତେବେଳେ ଏହା ଘରେ ବସି ମିଳିଯାଉଛି ତେବେ ଆଉ କଣ ଦରକାର ଯେ । ଆଜିକାଲି ଲୋକଙ୍କୁ ଯଦି କିଛି ଖାଇବାକୁ ଇଚ୍ଛା ହେଉଛି ତେବେ ତାହା ମାତ୍ର କେଇ ମୁହୂର୍ତ୍ତରେ ସେମାନଙ୍କ ସାମନାରେ ଆସି ପହଂଚିଯାଉଛି । ସେହିପରି ପିଜ୍ଜା ବି ପ୍ରାୟତଃ ଅଧିକାଂଶ ଲୋକଙ୍କର ବେଶ ପସନ୍ଦ । ଏହାକୁ ଖାଇବା ପାଇଁ କୌଣସି ସମୟ କିମ୍ବା ପାର୍ଟିର ଆବଶ୍ୟକତା ନଥାଏ । ଆପଣ ପିଜ୍ଜାର ୩୦ ମିନିଟର ଡେଲିଭରୀ ପଲିସି ବିଷୟରେ ନିଶ୍ଚୟ ଜାଣିଥିବେ ।

ଦେଶରେ ଏଭଳି ଅନେକ ଲୋକ ରହିଛନ୍ତି , ଯେଉଁମାନେକି ପିଜ୍ଜାର ଏହି ପଲିସିର ପୂରା ଫାଇଦା ଉଠାଇଥାନ୍ତି । ତେବେ ପିଜ୍ଜାର ଏହି ୩୦ ମିନିଟିଆ ପଲିସି ହେଲା , ଯଦି କଂପାନୀ ୩୦ ମିନିଟ ମଧ୍ୟରେ ଗ୍ରାହକଙ୍କ ପାଖରେ ପିଜ୍ଜା ଡେଲିଭର କରିପାରିଲାନି ତେବେ ପିଜ୍ଜା ଉକ୍ତ ଗ୍ରାହକଙ୍କୁ ମାଗଣାରେ ଦିଆଯିବ । ହେଲେ ଆପଣମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଜଣା ନଥିବ କି ଯଦି ପିଜ୍ଜା ନିର୍ଧାରିତ ସମୟ ଭିତରେ ଗ୍ରାହକଙ୍କ ନିକଟରେ ନପହଂଚିପାରିଲା ତେବେ ଏହି କ୍ଷତି କଂପାନୀକୁ ନୁହେଁ ବରଂ ଡେଲିଭରୀ ବଏକୁ ହିଁ ସହିବାକୁ ପଡିଥାଏ । ଯିଏକି ଆପଣଙ୍କର ପିଜ୍ଜା ଆପଣଙ୍କ ନିକଟରେ ସଠିକ୍ ସମୟରେ ପହଂଚାଇପାରିଲା ନାହିଁ ।

 

ଏଠାରେ ଆମେ କହି ରଖୁଛୁ କି, ଯଦି ଗ୍ରାହକଙ୍କ ପାଖରେ ପିଜ୍ଜା ୩୦ ମିନିଟ ଭିତରେ ପହଂଚିପାରିଲା ନାହିଁ ତେବେ ଉକ୍ତ କ୍ଷତିର ଭରଣ ଡେଲିଭରୀ ବଏର ଦରମାରୁ ହୋଇଥାଏ । ତେଣୁ ଡେଲିଭରୀ ବଏମାନେ ଜୀବନକୁ ପାଣି ଛଡାଇ ଗ୍ରାହକଙ୍କ ପାଖରେ ପିଜ୍ଜା ଯଥା ସମୟରେ ପହଂଚାଇଥାଏ ।