ରାମାୟଣ’ର ନୂଆ ରାଜ୍ : ଇଣ୍ଡୋନେସିଆରେ ଅଛି ଆଉ ଏକ ଅଯୋଧ୍ୟା !

162

ସଂପୂର୍ଣ୍ଣ ବ୍ରହ୍ମାଣ୍ଡରେ ‘ରାମାୟଣ’ର ଗାଥାକୁ ନେଇ ଚର୍ଚ୍ଚା । ମାତ୍ର କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହାର ପ୍ରକୃତ ଜନ୍ମ ସ୍ଥଳୀ କେଉଁଠି ? ଆଜ୍ଞା ହଁ ! ନିଟକଟରେ ଏକ ଗଣମାଧ୍ୟମର ଏକ ବିଶେଷ ଦଳ ଏହାକୁ ତର୍ଜମା କରିବାକୁ ଚେଷ୍ଟା କରିଥିଲେ ଆଉ କିଛି ମାତ୍ରାରେ ମଧ୍ୟ ସଫଳ ହୋଇଥିଲେ । ତେବେ ଏଠାରେ ଆମେ କହି ରଖୁଛୁ କି, ନ୍ୟୁଜ୍- ଏଇଟିନ୍ ନାମକ ଏକ ଟିଭି ଚ୍ୟାନେଲର ଏକ ଦଳ ଇଣ୍ଡୋନେସିଆରେ ପହଂଚି ଥିଲେ ।

ତେବେ ଇଣ୍ଡୋନେସିଆ ଏକ ଏପରି ଦେଶ ଯେଉଁଠି ପାଖାପାଖି ୯୦ ପ୍ରତିଶତ ମୁସଲମାନଙ୍କ ଅବସ୍ଥାନ ରହିଛି । ମାତ୍ର ଏହା ପରେ ମଧ୍ୟ ସେଠାରେ ହିନ୍ଦୁ ପରଂପରାର ଏହିି ପବିତ୍ର ଗାଥା ରାମାୟଣକୁ ସମସ୍ତେ ମାନିବାକୁ ଉଣା କରନ୍ତି ନାହିଁ । କେବଳ ଏତିକି ନୁହେଁ,ସେଠାକାର ବାସିନ୍ଦା ଏକଥା ମଧ୍ୟ ଦାବି କରିଛନ୍ତି କି ସେଠାରେ ଭଗବାନ ରାମଚନ୍ଦ୍ରଙ୍କ ଆଉ ଏକ ଅଯୋଧ୍ୟା ମଧ୍ୟ ରହିଛି ।
ତେବେ ଏହି ଦଳର ସଦସ୍ୟଙ୍କ କହିବା କଥା ହେଲା ସେ ଯାହା ଆଶା କରିଥିଲେ ତା’ଠାରୁ ଅଧିକ ‘ରାମାୟଣ’ର ତଥ୍ୟ ଏବଂ କାହାଣୀ ମଧ୍ୟ ଶୁଣିବାକୁ ଆଉ ଦେଖିବାକୁ ପାଇଛନ୍ତି । ତେବେ କଣ ସବୁ ସେମାନଙ୍କୁ ଦେଖିବାକୁ ମିଳିଥିଲା ଦେଖନ୍ତୁ ଏହି ଭିଡିଓରେ-