ରାଷ୍ଟ୍ରପତି ନିର୍ବାଚନ : ଭୋଟ୍ ଦେବାକୁ ଯାଉଥିବା ୭୧ ପ୍ରତିଶତ ସାଂସଦ କୋଟିପତି ଓ ୯ ପ୍ରତିଶତ ହେଉଛନ୍ତି ମହିଳା

33

ଆଗାମୀ ସପ୍ତାହରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଆଉ ଏହି ନିର୍ବାଚନରେ ଭୋଟ ଦେବାକୁ ଯାଉଥିବା ସାସଂଦ ଓ ବିଧାୟକମାନଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି କୋଟିପତି । ଏକଥା ଆମେ କହୁଁନାହୁଁ ବରଂ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ତାହା ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ଏହି କୋଟିପତି ମତଦାତାଙ୍କ ଆକଳନ ୭୧ ପ୍ରତିଶତ ରହିଛି । ପାଖାପାଖି ୩,୪୬୦ ଉଭୟ ସଂସଦ ଏବଂ ବିଧାନସଭା ସଦସ୍ୟମାନେ ଏଭଳି ରହିଛନ୍ତି ଯେଉଁମାନେ କି ନିଜସ୍ୱ ସଂପତି କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି । ସେହିପରି ଏହି ନିର୍ବାଚନରେ କେବଳ ୯ ପ୍ରତିଶତ ମହିଳା ଭୋଟର ସାମିଲ୍ ଅଛନ୍ତି ।

ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମ (ଏଡିଆର)ର ଏକ ରିପୋର୍ଟରେ ଦର୍ଶାଯାଇଛି କି, ଯଦି ଭୋଟ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଏ ତେବେ ଏହି କୋଟିପତି ସାଂସଦ ଓ ବିଧାୟକଙ୍କ ସଂଖ୍ୟା ରହିଛି ୭୧ ପ୍ରତିଶତ । ଯେଉଁଠି ୧୦,୯୧,୪୭୨ ଭୋଟ ମଧ୍ୟରୁ ୮,୧୮,୭୦୩ ମତଦାତା କୋଟିପତି ଅଛନ୍ତି । ତେବେ ଏହି ଆକଳନ ଏଡିଆର ଏବଂ ନ୍ୟାସନାଲ୍ ଇଲେକସନ ଦ୍ୱାରା ଦର୍ଶାଯାଇଥିବା ନିର୍ବାଚନ ଶପଥ ପତ୍ରର ବିଶ୍ଳେଷଣ ଉପରେ ଆଧାରିତ ।

ନିର୍ବାଚନ ସମୟରେ ୪,୮୯୬ ଜମା ଶପଥ ପତ୍ରମାନଙ୍କ ମଧ୍ୟରୁ ୪,୮୫୨ର ବିଶ୍ଳେଷଣ ସେମାନେ କରିଥିଲେ । ଯେଉଁଥିରେ କି ୭୭୬ଟି ଭିତରୁ ୭୭୪ ଶପଥ ପତ୍ର ସାଂସଦଙ୍କ ପକ୍ଷରୁ ଏବଂ ୪,୧୨୦ ବିଧାୟକଙ୍କ ପକ୍ଷରୁ , ୪,୦୭୮ ଶପଥ ପତ୍ରରେ ବିଧାୟକଙ୍କର ରହିଛି । ଏଠାରେ ଆମେ କହି ରଖୁଛୁ କି, ୧୭ ଜୁଲାଇରେ ଦେଶରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ହେବାକୁ ଯାଉଛି । ଯେଉଁଥିରେ କି ଜଣେ ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ହୋଇପାରେ, ଯେବେକି ବିଧାୟକଙ୍କ ଭୋଟର ମୂଲ୍ୟ ବିଧାନସଭା ଏବଂ ସେହି ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରିଥାଏ ।