୮୨ ବର୍ଷୀୟା କନ୍ୟାକୁ ୨୮ ବର୍ଷୀୟ ବର ! ଦେଖନ୍ତୁ ଏକ ନିଆରା ପ୍ରେମ କାହାଣୀ

83

ଏଭଳି ଏକ ବିସ୍ମୟକର ଘଟଣା ଶୁଣିବାକୁ ମିଳିଛି ଇଣ୍ଡୋନେସିୟାରେ । ଯେଉଁଠି ଜଣେ ୨୮ ବର୍ଷୀୟ ଯୁବକ ରଙ୍ଗ୍ ନମ୍ବର ମାଧ୍ୟମରେ ଜଣେ ୮୨ ବର୍ଷୀୟ ମହିଳାଙ୍କ ପ୍ରେମ ପଡିଯାଇଥିଲେ । ଆଉ ଯେତେବେଳେ ସେ ସତ ଜାଣିବାକୁ ପାଇଲେ ସେତେବେଳେ କଣ କରିଥିଲେ ଆସନ୍ତୁ ଜାଣିବା ।

ଇଣ୍ଡୋନେସିୟାର ଏକ ସହରରେ ବାସ କରୁଥିବା ସୋଫୟା ଲୋହୋ ଡାନଡେଲଙ୍କ ମୋବାଇଲକୁ ଦିନେ ଏକ ଅଜଣା ନମ୍ବରରେ କଲ୍ ଆସିଲା । ସୋଫୟା ଯେତେବେଳେ ଫୋନଟି ଉଠାଇଥିଲେ ଶୁଣିବାକୁ ପାଇଥିଲେ ଏକ ଯୁବତୀଙ୍କ ମଧୁର କଣ୍ଠ । ଯୁବତୀଙ୍କ ମଧୁର ସ୍ୱର ଶୁଣି ସୋଫୟା ଏକପ୍ରକାର ମୋହିତ ହୋଇଯାଇଥିଲେ । ଆଉ ଏହି ଫୋନ କଲଟି ସୋଫୟାଙ୍କ ଜୀବନର ମୋଡ ଦେଇଥିଲା ବଦଳାଇ । ତେବେ ସୋଫୟା କେମିତି ଯେଉଁ ଯୁବତୀଙ୍କ ସହ କଥା ହେଉଥିଲେ ତାଙ୍କ ନାଁ ଥିଲା ମାର୍ଥା ପୋଟୁ ।

ଏହାପରେ ଉଭୟଙ୍କ ମଧ୍ୟରେ ଘଂଟା ଘଂଟା ଧରି ସହ କଥାବାର୍ତ୍ତା ଚାଲିଲା । ଆଉ ଧିରେ ଧିରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସଂପର୍କ । ତେବେ ଏହା ଏତେମାତ୍ରାରେ ବଢି ଯାଇଥିଲା କି ଦିନେ ମାର୍ଥାଙ୍କୁ ଦେଖାକରିବାକୁ ଯାଇ ସୋଫୟା ତାଙ୍କ ଘରେ ପହଂଚି ଯାଇଥିଲେ । କିନ୍ତୁ ଯେମିତି ସୋଫୟା ମାର୍ଥାଙ୍କୁ ଦେଖନ୍ତି ସେତେବେଳେ ତାଙ୍କର ହୋଶ୍ ଉଡିଯାଇଥିଲା । ସୋଫୟାଙ୍କ କଥା ମୁତାବକ, ଯେତେବେଳେ ସେ ଡୋରବେଲ ବଜାଇଥିଲେ ସେତେବେଳେ ଡୋର ଖୋଲିଥିଲେ ଜଣେ ୮୨ ବର୍ଷୀୟ ମହିଳା । ମାର୍ଥା ଅନ୍ୟ କେହି ନଥିଲେ ସେ ହିଁ ଥିଲେ ସେହି ୮୨ ବର୍ଷୀୟ ମହିଳା ଜଣକ । ମାର୍ଥାଙ୍କ ସତ୍ୟତା ଜାଣିବା ପରେ ପ୍ରଥମେ ତ ସୋଫୟାକୁ ବହୁତ କଷ୍ଟ ହୋଇଥିଲା କିନ୍ତୁ ତାଙ୍କ ପ୍ରେମ ସତ ଥିଲା ।

ମାର୍ଥା ଜଣେ ବିଧବା ମହିଳା ଥିଲେ । ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ୧୦ ବର୍ଷ ପୂର୍ବରୁ ହିଁ ହୋଇସାରିଛି । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଯେଉଁମାନେ କି ବିଦେଶରେ ଅଛନ୍ତି । କହିବାକୁ ଗଲେ ମାର୍ଥା ପୂରାପୂରି ନିଃସଙ୍ଗ ତଥା ଏକୁଟିଆ ଜୀବନ ବିତାଉଥିଲେ । ସବୁଠାରୁ ବିସ୍ମୟକର କଥା ହେଲା ସୋଫୟା ଏସବୁ କଥାକୁ ଖାତିର କରି ନଥିଲା ଆଉ ସାଙ୍ଗେ ସାଙ୍ଗେ ମାର୍ଥାଙ୍କୁ କରିଥିଲେ ପ୍ରେମ ନିବେଦନ । ଖାଲି ସେତିକି ନୁହେଁ ସୋଫୟା ତାଙ୍କୁ ବିବାହ ମଧ୍ୟ କରିଥିଲେ ।