ସାବଧାନ ! ଏଲଇଡି ବଲବର ବ୍ୟବହାର ଆପଣଙ୍କ ପାଇଁ ହୋଇପାରେ ବିପଦ

71

ବଜାରରେ ଉପଲବ୍ଧ ଏଲଇଡି ବଲବର ୭୬ ପ୍ରତିଶତ ବ୍ରାଣ୍ଡ ଉଲ୍ଲଂଘନ କରିଛି ଉପଭୋକ୍ତା ସୁରକ୍ଷା ମାନକ । ଯାହାର ଖୁଲାସା କରିଛି ନିଲସନ । ନିଲସନ ନିଜର ଏକ ଅଧ୍ୟୟନରେ ନୂଆ ଦିଲ୍ଲୀ ସମେତ ମୁମ୍ବାଇ, ଅହମଦାବାଦ ଏବଂ ହାଇଦ୍ରାବାଦରେ ବୈଦ୍ୟୁତିକ ଉପକରଣ ବ୍ୟବସାୟ କରୁଥିବା ପ।ଖାପାଖି ୨୦୦ଟି ଦୋକାନକୁ ସାମିଲ କରିଥିଲେ ଆଉ ଯେଉଁଥିରେ ସେ ଏଭଳି ସାଂଘାତିକ ତଥ୍ୟର ଖୁଲାସା କରିଥିଲେ ।

ସୂଚନା ମୁତାବକ, ନିଲସନ ଏହି ଅଧ୍ୟୟନରୁ ଜାଣିବାକୁ ପାଇଥିଲା କି, ଏଲଇଡି ବଲବର ୭୬ ପ୍ରତିଶତ ବ୍ରାଣ୍ଡ ଏବଂ ଏଲଇଡି ଡାଉନଲାଇଟରର ୭୧ ପ୍ରତିଶତ ବ୍ରାଣ୍ଡ ଉପଭୋକ୍ତାଙ୍କ ସୁରକ୍ଷା ମାନକଗୁଡିକର ଉଲ୍ଲଂଘନ କରିଛନ୍ତି । ତେବେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ଏବଂ ଇଲୋକ୍ଟ୍ରନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ (ଏଲକୋମା) ଏହି ମାନକକୁ ପ୍ରସ୍ତୁତ କରିଥିଲେ । ଇଲେକ୍ଟ୍ରିକ୍ ଲ୍ୟଂପ ଆଣ୍ଡ କଂପୋନେଂଟ୍ ମାନ୍ୟୁଫାକ୍ଚର୍ସ ଆସୋସିଏସନ ସୂଚନା ମୁତାବକ, ଦିଲ୍ଲୀରେ ସବୁଠାରୁ ଅଧିକ ବିଆଇଏସ ମାନକର ଉଲ୍ଲଂଘନ କରାଯାଇଛି । ସେହିଭଳି ଏଲକୋମା ପକ୍ଷରୁ କୁହାଯାଇଛି କି, ଏହି ନକଲି ପ୍ରଡକ୍ଟ ଉପଭୋକ୍ତଙ୍କ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ଅଟେ । ଏହାବତୀତ ଏହି ବ୍ୟବସାୟରୁ ସରକାରଙ୍କୁ ରାଜସ୍ୱ କର ଜନିତ କ୍ଷତି ମଧ୍ୟ ସହିବାକୁ ପଡିଛି । କାହିଁକି ନା ଏହାର ମାନ୍ୟୁଫାକ୍ଚରିଂ ଏବଂ ବିକ୍ରି ବେଆଇନ ତରିକାରେ ହେଉଛି ।

ରିପୋର୍ଟ ମୁତାବକ, ଦିଲ୍ଲୀରେ ବିକ୍ରି ହେଉଥିବା ଏଲଇଡି ବଲବର ପାଖାପାଖି ୩ରୁ ୪ ପ୍ରତିଶତ ବ୍ରାଣ୍ଡ ବିଆଇଏସ ମାନକର ଅନୁରୂପ ନୁହେଁ । ଏଲଇଡି ଡାଇନଲାଇଟର୍ସ ମାମଲାରେ ମଧ୍ୟ ଏଭଳି ସତ୍ୟତା ସାମ୍ନାକୁ ଆସିଛି । ଏଲକୋମା କହିବା ଅନୁସାରେ, ଦେଶରେ ଏଲଇଡିର ମୋଟ ବ୍ୟବସାୟର ପାଖାପାଖି ୧୦ ହଜାର କୋଟି ଟଙ୍କାର ରହିଛି । ଯାହାର ପାଖାପାଖି ୫୦ ପ୍ରତିଶତ ଭାଗୀଦାରୀ ରହିଛନ୍ତି । ତେବେ ଏଲକୋମାର ଅଧ୍ୟକ୍ଷ ଏବଂ ହେଲୋନିକ୍ସ ଟେକନୋଲୋଜିର ଏମଡି ରାକେଶ ଜୁସି୍ଥଙ୍କ ମତରେ ନିୟମ ଏବଂ ମାନକର ଉଲ୍ଲଂଘନ କରି ଏଲଇଡି ବଲବ ଏବଂ ଡାଉନଲାଇଟର୍ସର ବ୍ୟବସାୟ କରୁଥିବା ବ୍ରାଣ୍ଡ ଗୁଡିକ ବିପଦ ସୃଷ୍ଟି କରିପାରନ୍ତି ।

ସୌଜନ୍ୟ: ଦୈନିକ ଜାଗରଣ